ପେନ୍‌ସନଭୋଗୀଙ୍କ ଲାଇଫ ସାର୍ଟିଫିକେଟ ଦାଖଲ ଅବଧି ୩୧ ଯାଏ ବୃଦ୍ଧି

ଭୁବନେଶ୍ୱର, ୧ା୧୨(ବ୍ୟୁରୋ):ମହାମାରୀକୁ ଦୃଷ୍ଟିରେ ରଖି ପେନ୍‌ସନଭୋଗୀଙ୍କ ବାର୍ଷିକ ଜୀବିତ ପ୍ରମାଣପତ୍ର (ଲାଇଫ୍‌ ସାର୍ଟିଫିକେଟ୍‌) ଦାଖଲ ଅବଧିକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ପ୍ରତିବର୍ଷ ପେନ୍‌ସନଭୋଗୀମାନେ ନଭେମ୍ବର ୩୦ ମଧ୍ୟରେ ଏହି ପ୍ରମାଣପତ୍ର ଦାଖଲ କରିବାର ନିୟମ ରହିଛି। ଏହାଛଡ଼ା ସେମାନଙ୍କୁ ବିବାହ କରି ନ ଥିବା, ପୁନର୍ବିବାହ ଓ ଅନ୍ୟତ୍ର ନିୟୋଜନ ସମ୍ବନ୍ଧୀୟ ଘୋଷଣାନାମା ଦେବାକୁ ପଡ଼ିଥାଏ। ରାଜ୍ୟ ସରକାର କୋଭିଡ୍‌-୧୯ର ପ୍ରଭାବ ବଳବତ୍ତର ରହିଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି।