Categories: ଖେଳ

ଜନ୍ମ ସହର ସାଣ୍ଟୋସ୍‌ରେ ପହଞ୍ଚିଲା ପେଲେଙ୍କ ମରଶରୀର: ମଙ୍ଗଳବାର ହେବ ଶେଷକୃତ୍ୟ

ସାଣ୍ଟୋସ୍‌,୨ା୧: ପେଲେଙ୍କ ଅନ୍ତ୍ୟେଷ୍ଟିକ୍ରିୟା ତାଙ୍କ ଜନ୍ମ ସହର ସାଣ୍ଟୋସରେ ହେବ। ଏନେଇ ବ୍ରାଜିଲର କିମ୍ବଦନ୍ତୀ ଖେଳାଳି ପେଲେଙ୍କ ମୃତ ଶରୀର ସାଣ୍ଟୋସ୍‌ରେ ପହଞ୍ଚତ୍ଛି। ସୋମବାର ତାଙ୍କୁ ଶେଷ ସମ୍ମାନ ଦିଆଯିବ। ଏପରିକି ସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହେବ ବୋଲି ସାଣ୍ଟୋସ୍‌ ପକ୍ଷରୁ କୁହାଯାଇଛି।

ସୂଚନା ଯୋଗ୍ୟ, ପେଲେ ସାଣ୍ଟୋସ କ୍ଲବରେ ଖେଳିଥିଲେ। ଏହାକୁ ଦୃଷ୍ଟିରୁ ରଖି ସାଓପାଉଲୋ ଉପକଣ୍ଠସ୍ଥ ଭିଲା ବେଲ୍‌ମିରୋ ଷ୍ଟାଡିୟମରେ ତାଙ୍କୁ ଶେଷ ସମ୍ମାନ ଦିଆଯିବ। ଦୀର୍ଘ ଦିନ ହେଲା ପେଲେ କର୍କଟ ରୋଗରେ ପୀଡ଼ିତ ଥିଲେ। ଗୁରୁବାର ୮୨ ବର୍ଷ ବୟସରେ ସେ ପ୍ରାଣତ୍ୟାଗ କରିଥିଲେ। ପେଲେଙ୍କ ନେତୃତ୍ୱରେ ବ୍ରାଜିଲ ୧୯୫୮, ୧୯୬୨ ଓ ୧୯୭୦ରେ ବିଶ୍ୱକପ୍‌ ଜିତିଛି। ଦଳର ସେ ହେଉଛନ୍ତି ଅନ୍ୟତମ ସର୍ବକାଳୀନ ଗୋଲ ସ୍କୋରର। ସେ ୭୭ ଗୋଲ ସ୍କୋର କରିଥିବା ବେଳେ ଚଳିତ ବର୍ଷ କାତାର ବିଶ୍ୱକପ୍‌ରେ ନେମାର ଏକ୍ଷେତ୍ରରେ ତାଙ୍କ ସମକକ୍ଷ ହୋଇପାରିଛନ୍ତି।

Share