ପ୍ରଦୂଷଣ ବଳୟରେ ଛଟପଟ ପଥଚାରୀ

ଯାଜପୁର,୨ା୧୧(ହର୍ଷବର୍ଦ୍ଧନ ବେହେରା) : ଜିଲା ପ୍ରଶାସନ ଏବଂ ଶିଳ୍ପ କାରଖାନା କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଆଗରେ ଜନସାଧାରଣଙ୍କ ସ୍ବାର୍ଥ କିପରି ବଳି ପଡେ ତାହାର ଜ୍ୱଳନ୍ତ ଉଦାହରଣ ମାନପୁର ବ୍ରିଜ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଛି। ଆର୍ଥିକ ଅଭିବୃଦ୍ଧିର ସ୍ବାଦ୍‌ କ’ଣ ଚାଖିବେ ଗତ ୨୦ ବର୍ଷ ମଧ୍ୟରେ ଶିଳ୍ପ କାରଖାନାର କଞ୍ଚାମାଲ ପରିବହନରୁ ସୃଷ୍ଟି ବାୟୁ ପ୍ରଦୂଷଣରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଲୋକେ ଛଟପଟ ହେଉଛନ୍ତି। ବିଶେଷକରି ମାନପୁର ବ୍ରିଜ୍‌ ଏବଂ ଏହାର ଉଭୟ ପାର୍ଶ୍ୱରେ ବାୟୁ ପ୍ରଦୂଷଣ ଉତ୍କଟ ହେଉଛି। ଏଥିରେ କଳିଙ୍ଗନଗର ଶିଳ୍ପ କାରଖାନା ଏବଂ ସୁକିନ୍ଦା ଖଣି ଅଞ୍ଚଳକୁ ଯାତାୟତ କରୁଥିବା ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମାନପୁର ବ୍ରିଜ୍‌ ପାର୍ଶ୍ୱରେ ବନ୍ଦ ପଡିଥିବା ମେସ୍କୋ ଷ୍ଟିଲ କାରଖାନାର ମୁଖ୍ୟ ଗେଟ୍‌ ସମ୍ମୁଖରେ ପ୍ରାୟ ଦେଢ ଫୁଟ୍‌ ଗଭୀର ପର୍ଯ୍ୟନ୍ତ ବାଲି, କୋଇଲା, ଜିପ୍‌ସନ ଆଦି ବିଷାକ୍ତ ଗୁଣ୍ଡ ପଡି ରହିଛି। ଏହି ରାସ୍ତାରେ ମେସ୍କୋ ସାଇଡିଂରୁ ମାନପୁର ବ୍ରିଜ୍‌ ଉପର ଦେଇ ମାଲ୍‌ ପରିବହନ ହେଉଥିବାରୁ ପ୍ରାୟ ୨୪ ଘଣ୍ଟା ଧୂଳି ଉଡୁଥିବା ଦେଖିବାକୁ ମିଳିଛି। ଏହି ବାୟୁ ପ୍ରଦୂଷଣ ସହ ମାନପୁର ବ୍ରିଜ୍‌ ଉପରେ ଶତାଧିକ ଖାଲ ଢିପ ଲୋକଙ୍କୁ ମରଣମୁହଁକୁ ଠେଲି ଦେଇଛି ବୋଲି ମତପ୍ରକାଶ ପାଇଛି।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ସମସ୍ତ ନୀତିନିୟମକୁ ଉଲ୍ଳଂଘନ କରି ମାନପୁର ବ୍ରିଜ୍‌ ନିକଟସ୍ଥ କାରଖାନା ଏବଂ ରେଳୱେ ସାଇଡିଂ କର୍ତ୍ତୃପକ୍ଷଙ୍କ ମନମାନି ସାଧାରଣ ଲୋକଙ୍କୁ ଭୋଗିବାକୁ ପଡିଛି ା ପୂର୍ବରୁ ଏନେଇ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ, ହାଇକୋର୍ଟ, ମାନବାଧିକାର କମିଶନଙ୍କ ତାଗିଦା ମଧ୍ୟ ଏଯାଏ ଫଳପ୍ରଦ ହୋଇ ପାରିନାହିଁ। ଏହିକ୍ରମରେ ପ୍ରଦୂଷଣ ନିୟନ୍ତ୍ରଣ ଅଭାବରୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ବାୟୁ, ଜଳ ଓ ଧୂଳିଧୁଆଁଜନିତ ପ୍ରଦୂଷଣରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ା କାରଖାନା ଏବଂ ରେଳୱେ ସାଇଡିଂରେ ଆକ୍ୟୁମ୍ସ ମେଶିନ ଠିକ୍‌ ଭାବେ କାର୍ଯ୍ୟକାରୀ ନ ହେବା, କ୍ଲିନର ବୈଷୟିକ ତ୍ରୁଟି, ଫିଲଟର ବ୍ୟାଗ୍‌ କାମ ନ କରିବା, ଇଏସ୍‌ପି ମେଶିନକୁ ନିୟମିତ ଭାବେ ଚଲା ନ ଯିବା, ନିୟମିତ ଭାବେ ରାସ୍ତାରେ ପାଣି ସିଞ୍ଚନ ନ କରିବା, ବାୟୁ ପ୍ରଦୂଷଣକୁ ରୋକିବାକୁ ଆବଶ୍ୟକ ଚାରା ରୋପଣ ନ ହେବା ଇତ୍ୟାଦି କାରଣରୁ ଏଭଳି ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ମତପ୍ରକାଶ ପାଇଛି। ମେସ୍କୋ ରେଲୱେ ସାଇଡିଂରେ ଆଇନର ଉଲ୍ଲଂଘନ ପରିସ୍ଥିତିକୁ ଆହୁରି ଜଟିଳ କରୁଛି। ଏହି ବେଆଇନ କାର୍ଯ୍ୟ ଉପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଙ୍କୁଶ ଲଗାଇବା ପରିବର୍ତ୍ତେ ଓଲଟା ପ୍ରଦୂଷଣକାରୀଙ୍କ ସହାୟକ ହେଉଥିବାରୁ ଅକାଳରେ ଲୋକେ ମରଣ ମୁହଁକୁ ଠେଲି ହୋଇଯାଉଥିବା ଅଭିଯୋଗ ହୋଇଛି।
ଗତ ପ୍ରାୟ ୮ବର୍ଷ ହେଲା ଲୋକଙ୍କ ବିରୋଧ ଓ ଗ୍ରୀନ ଟ୍ରିବ୍ୟୁନାଲର ହସ୍ତକ୍ଷେପ ଯୋଗୁ ଯଖପୁରା ରେଳୱେ ସାଇଡିଂ ବନ୍ଦ ରହିଛି। କିନ୍ତୁ ଏବେ ମେସ୍କୋ ଷ୍ଟିଲ ଏବଂ ସୁକିନ୍ଦା ରେଲୱେ ସାଇଡିଂରେ କୋଇଲା, ଲୁହାପଥର, ଜିପସ୍‌ନ, ଡୋଲମାଇଟ, ପିଗ୍‌ ଆଇରନ ଆଦି ପରିବହନ ଯୋଗୁ ବାୟୁ ପ୍ରଦୂଷଣ ସୀମା ଲଂଘିଛି। ଅନ୍ୟପକ୍ଷେ ମାନପୁର ବ୍ରିଜ୍‌ ପାର୍ଶ୍ୱରେ ଦ୍ୱିତୀୟ ବ୍ରିଜ୍‌ ନିର୍ମାଣରେ କଚ୍ଛପ ଗତି ଲୋକଙ୍କୁ ଆହୁରି ବିପଦରେ ପକାଇଛି। କଳିଙ୍ଗନଗର ମୁଖ୍ୟ ରାସ୍ତାର ମାନପୁର ବ୍ରିଜ୍‌ ଦେଇ ଯାତାୟତ କରିବା ଏବେ ଲୋକଙ୍କ ପାଇଁ କଷ୍ଟକର ହୋଇ ପଡିଛି ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ଦାନଗଦିରୁ ମାନପୁର ବ୍ରିଜ୍‌ ଅତିକ୍ରମ କରିବା ପରେ ବାମ ପାର୍ଶ୍ୱରେ ବାଇକ୍‌ ପାର୍କିଂ ରାସ୍ତାକୁ ଅତି ସଙ୍କୁଚିତ କରୁଥିବାରୁ ଯାତାୟତ ସହଜ ହୋଇ ପାରୁ ନ ଥିବା ଦେଖିବାକୁ ମିଳିଛି।
ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ ମାନପୁର ବ୍ରିଜ୍‌ରେ ବାୟୁ ପ୍ରଦୂଷଣକୁ ସ୍ବୀକାର କରି କହିଛନ୍ତି ଏହାକୁ ରୋକିବାକୁ ଜେସିଡିଏ(ଯାଜପୁର କ୍ଲଷ୍ଟର ଡେଭଲପମେଣ୍ଟ ଅଥରିଟି)କୁ ଦାୟିତ୍ୱ ଦିଆଯାଇଛି। ଏଥିପାଇଁ ଏକ ସମନ୍ବିତ ଯୋଜନା ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri