୨୦ରେ କୃଷକ ଆନ୍ଦୋଳନ

ଭୁବନେଶ୍ୱର,୧୦ା୩(ବ୍ୟୁରୋ):ମିଲରଙ୍କ ଅଘୋଷିତ କଟ୍‌ନି ଛଟନିର ପ୍ରତିବାଦ ସହ ପେନ୍‌ସନ ବାବଦରେ ଚାଷୀଙ୍କୁ ୫ହଜାର ଟଙ୍କା ପ୍ରଦାନ ଓ ଅନ୍ୟାନ୍ୟ ଦାବି ନେଇ କୃଷକମାନେ ଆସନ୍ତା ୨୦ ତାରିଖରେ ବିଧାନସଭା ଘେରାଉ କରିବେ। ଏ ସମ୍ପର୍କରେ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଓ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଗୁରୁବାର ସାମ୍ବାଦିକ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ରାଜ୍ୟ ସରକାରଙ୍କ ବଜେଟରେ ଚାଷୀଙ୍କ ପାଇଁ କିଛି ନାହିଁ। ଧାନ ଉପରେ ବୋନସ୍‌ କିମ୍ବା ଚାଷୀଙ୍କ ପାଇଁ ପେନସନ୍‌ ନାହିଁ। ଅନ୍ୟପଟେ ଟାଟା ପାଓ୍ବାର ବିଦ୍ୟୁତ୍‌ ଦର ବୃଦ୍ଧି କରି ଲୋକଙ୍କ ଉପରେ ଅତ୍ୟାଚାର ବଢ଼ୁଛି। ଏହାର ପ୍ରତିବାଦରେ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବ। ସରକାରଙ୍କ ଏତେ ବଡ଼ ପ୍ରଶାସନ ଓ ବିଶ୍ୱସ୍ତରୀୟ ଯୋଜନା ଚାଲୁଥିବାବେଳେ ବିଦ୍ୟୁତ୍‌କୁ କାହିଁକି ଟାଟା ହାତକୁ ଟେକି ଦିଆଗଲା ବୋଲି ସଂଗଠନର ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ, ରଶ୍ମୀ ରଞ୍ଜନ ସ୍ବାଇଁ, ନବ ନିର୍ମାଣ ଯୁବ ଛାତ୍ର ରାଜ୍ୟ ସଂଯୋଜକ ଏମ୍‌ଡି ମନଓ୍ବାର ଅଲ୍ଲୀ ପ୍ରମୁଖ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାସପୋର୍ଟ ଅବଧି ସରିବା ପୂର୍ବରୁ ଆସିବ ଏସ୍‌ଏମ୍‌ଏସ୍‌

ଭୁବନେଶ୍ୱର, ୩୦ା୧(ବ୍ୟୁରୋ): ପାର୍ସପୋର୍ଟଧାରୀ ଏଣିକି ନିଜ ପାର୍ସପୋର୍ଟର ନିର୍ଦ୍ଧାରିତ ଅବଧି ସରିବା ପୂର୍ବରୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସୂଚନା ପାଇପାରିବେ। ପାସପୋର୍ଟ ଅବଧି ସରିବାର ୭ମାସ ଏବଂ...

୫୦୪ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର, ୧୦।୨(ବ୍ୟୁରୋ): ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟରେ ୫୦୪ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ବିଜ୍ଞପ୍ତି ପ୍ରକାଶ କରିଛି।...

୩ରୁ ବର୍ଷା ! ଏସବୁ ଜିଲାରେ କୁଆପଥର ମାଡ଼କୁ ନେଇ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧।୨(ବ୍ୟୁରୋ): ଆସନ୍ତା ୩ ତାରିଖରୁ ରାଜ୍ୟର କିଛି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ୪ରେ ଏହାର ପରିମାଣ ବୃଦ୍ଧି ପାଇବାର ଅନୁମାନ କରିଛି ଭୁବନେଶ୍ୱର...

ଭୁବନେଶ୍ୱର, ବ୍ରହ୍ମପୁରରେ ମହିଳା, କଟକ ଅଣସଂରକ୍ଷିତ

ଭୁବନେଶ୍ୱର,୩୦ା୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ କରାଇବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏହି କ୍ରମରେ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମେୟର...

ବାଲିବୋରେ ମଣ୍ଡି ଆରମ୍ଭ

ଭୁବନ, ୮।୧(ଡି.ଏନ୍‌.ଏ.) ଭୁବନ ବ୍ଲକ ବାଲିବୋରେ ଶୁକ୍ରବାରଠାରୁ ଖରିଫ୍‌ ଧାନ ମଣ୍ଡି ଆରମ୍ଭ ହୋଇଛି। ସିଡିପିଓ ଦାୟିତ୍ୱରେ ଥିବା ସୁପରଭାଇଜର ନିର୍ମଳ ସେଠୀ ମୁଖ୍ୟ ଅତିଥି...

ପିପିସିପି ମଡେଲ୍‌ରେ କମିପାରିବ ହାତୀ-ମଣିଷ ବିବାଦ

ଭୁବନେଶ୍ୱର, ୧୩ା୧୨(ବ୍ୟୁରୋ):ହାତୀ-ମଣିଷ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟରେ କେତେକ ସ୍ଥାନରେ ଏହା ମୁଣ୍ଡବ୍ୟଥାର କାରଣ ହୋଇଛି। ଏହି ବିବାଦ ମଧ୍ୟରେ ବି ଆମକୁ...

ଲେମ୍ବୁ ଚାଷ ଦେଇଛି ଆତ୍ମସନ୍ତୋଷ

ସିମୁଳିଆ, ୩୧ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ ଅଧୀନ କଇଁଶୀ ଗ୍ରାମର ସୁରେନ୍ଦ୍ର ପ୍ରସାଦ ସେନାପତି(୬୫) ଲେମ୍ବୁଚାଷ କରି ବାର୍ଷିକ ୮୦ହଜାର ଟଙ୍କା ଆୟ...

ଘର ଆଗରେ ପଡ଼ିଲା ଅଫୁଟା ଗୋଳା

ବାହାନଗା,୨୪।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ସମୁଦ୍ରକୂଳବର୍ତ୍ତୀ ଗ୍ରାମ ୪ନମ୍ବର ୱାର୍ଡ ମହାରୁଦ୍ରପୁର ଆଡ଼ିଆରେ ପ୍ରତିରକ୍ଷା ବିଭାଗ ତରଫରୁ ପରୀକ୍ଷଣ ଚାଲିଥିବା ବେଳେ ଏକ...

Advertisement
Archives

Model This Week