ମଧ୍ୟପ୍ରାଚ୍ୟକୁ ଫେରିପାରେ ଶାନ୍ତି: ୨ ବର୍ଷର ଯୁଦ୍ଧରେ ଲାଗିବ ବିରାମ

ଜେରୁଜେଲମ୍‌/କାଏରୋ/ଓ୍ବାଶିଂଟନ୍‌,୧୦ା୧୦(ରଏଟର୍ସ/ଏ.ପି.):ଇସ୍ରାଏଲ୍‌ରେ ୨୪ ମାସ ଧରି କ୍ଷୋଭ, ଅନିଶ୍ଚିତତା ଓ ପୀଡ଼ା ଲାଗିରହିଥିଲା। କିନ୍ତୁ ଗୁରୁବାର ସକାଳେ ହୋଷ୍ଟେଜ୍‌ ସ୍କୋୟାର ରୂପେ ପରିଚିତ କେନ୍ଦ୍ରୀୟ ତେଲ୍‌ ଆଭିଭ୍‌ ଅଞ୍ଚଳ ହଠାତ୍‌ ଉତ୍ସବମୟ ହୋଇଯାଇଥିଲା। ଭିଡ଼ ଭିତରେ ଏକ ଶେମ୍ପେନ୍‌ ବୋତଲ ଖୋଲାଯାଇଥିଲା, ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ହସ ସହ ମିଳେଇ ଯାଇଥିଲା ଆନନ୍ଦର ଅଶ୍ରୁ। ସମସ୍ତେ ପରସ୍ପରକୁ ଆଲିଙ୍ଗନ କରିବାରେ ଲାଗିଲେ, ଯେତେବେଳେ ଖବର ଆସିଲା- ହମାସ୍‌ କବଳରେ ଥିବା ପଣବନ୍ଦୀମାନେ ମୁକ୍ତ ହେବେ। ଗାଜା ଷ୍ଟ୍ରିପ୍‌ରୁ ସେମାନେ ନିଜ ଘରକୁ ଫେରିବେ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଗାଜା ଶାନ୍ତି ଯୋଜନା ମୁତାବକ ହମାସ୍‌ ନିଜ କବଳରେ ରଖିଥିବା ୨୦ ଜୀବିତ ପଣବନ୍ଦୀଙ୍କୁ ମୁକ୍ତ କରିବ। ଏହା ବଦଳରେ ଇସ୍ରାଏଲ୍‌ ନିଜ ଜେଲଗୁଡ଼ିକରେ ରଖିଥିବା ପାଲେଷ୍ଟିନୀୟ କଏଦୀମାନଙ୍କୁ ଖଲାସ କରିବା ସହ ଗାଜାର ଅଧିକାଂଶ ଭୂଖଣ୍ଡରୁ ନିଜ ସେନା ପ୍ରତ୍ୟାହାର କରିନେବ। ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ସୋସିଆଲ ମିଡିଆରେ କହିଛନ୍ତି, ଭଗବାନଙ୍କ ସହଯୋଗରେ ଆମେ ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରି ଘରକୁ ଫେରାଇ ଆଣିବୁ। ସେହିପରି ହମାସ୍‌ କହିଛି, ସଦ୍ୟ ସମ୍ପାଦିତ ଏହି ଡିଲ୍‌ ଇସ୍ରାଏଲୀ ସୈନ୍ୟ ପ୍ରତ୍ୟାହାରକୁ ସୁନିଶ୍ଚିତ କରିବା ସହ ପାଲେଷ୍ଟିନୟଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ପଣବନ୍ଦୀ ଓ ବନ୍ଦୀଙ୍କ ବିନିମୟକୁ ଅନୁମତି ଦେବ। ବରିଷ୍ଠ ହମାସ୍‌ ଅଧିକାରୀ ଓସାମା ହମ୍‌ଦାନଙ୍କ ମତରେ ଗାଜାକୁ ମାନବୀୟ ସହାୟତା ପ୍ରବେଶ ଲାଗି ୫ ସୀମା ଫାଟକ ଖୋଲାଯିବ। ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଡିଲ୍‌ ଅନୁଯାୟୀ ଗାଜା ସିଟି, ଖାନ୍‌ ୟୁନିସ୍‌, ରାଫାହ ଓ ଉତ୍ତର ଗାଜା ଭଳି ସବୁଠୁ ଜନବହୁଳ ଅଞ୍ଚଳରୁ ଇସ୍ରାଏଲୀ ସେନା ଫେରିଯିବ। ଇସ୍ରାଏଲ୍‌ ନିଜ ସଶସ୍ତ୍ର ବଳକୁ ଗୁରୁବାର ରାତି କିମ୍ବା ଶୁକ୍ରବାରଠାରୁ ପ୍ରତ୍ୟାହାର ଆରମ୍ଭ କରିପାରେ ବୋଲି ଆଶା କରାଯାଉଛି। ସେହିପରି ଇସ୍ରାଏଲ୍‌ ପ୍ରାୟ ୨,୦୦୦ ବନ୍ଦୀଙ୍କୁ ମୁକ୍ତ କରିବ। ସେମାନଙ୍କ ମଧ୍ୟରୁ ୨୫୦ ଜଣ ଦୀର୍ଘ ବର୍ଷ ପାଇଁ ଜେଲରେ ଦଣ୍ଡ ଭୋଗୁଥିବାବେଳେ ୧,୭୦୦ ଜଣଙ୍କୁ ଗାଜା ଯୁଦ୍ଧ ସମୟରେ ଇସ୍ରାଏଲ୍‌ ବନ୍ଦୀ କରିଥିଲା। ଆମେ ଚାହୁଁଥିବା କମାଣ୍ଡରମାନଙ୍କ ନାମ ତାଲିକା ସେମାନଙ୍କ ମୁକ୍ତି ପାଇଁ ଇସ୍ରାଏଲ୍‌କୁ ଦେଇସାରିଛୁ ବୋଲି ସେ କହିଛନ୍ତି।
ଇଜିପ୍ଟର ବିଚ୍‌ ରିସର୍ଟ ଶାର୍ମ ଏଲ୍‌-ଶେଖ୍‌ରେ ୦୯୦୦ ଜିଏମ୍‌ଟି ସମୟରେ ଇସ୍ରାଏଲ୍‌ ଓ ହମାସ୍‌ ଶାନ୍ତିଚୁକ୍ତିରେ ସ୍ବାକ୍ଷର କରିବା ପାଇଁ ଧାର୍ଯ୍ୟ ହୋଇଥିଲା। ତେବେ ସେଥିରେ କେଉଁମାନେ ସ୍ବାକ୍ଷର କରିଛନ୍ତି ସେନେଇ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ। ଅନ୍ୟପକ୍ଷେ ଯୁଦ୍ଧବିରତି ପାଇଁ ଉଭୟ ପକ୍ଷ ପ୍ରଥମ ପର୍ଯ୍ୟାୟ ଡିଲ୍‌ରେ ସ୍ବାକ୍ଷର କରିଥିବା ନେଇ ରାଷ୍ଟ୍ରପତି ଟ୍ରମ୍ପ୍‌ ଘୋଷଣା କରିବା ପରେ ଇସ୍ରାଏଲୀ ଓ ପାଲେଷ୍ଟିନୀୟଙ୍କ ମଧ୍ୟରେ ଖୁସିର ଲହର ଦେଖିବାକୁ ମିଳିଛି। ଉଭୟ ଶତ୍ରୁପକ୍ଷ ଉକ୍ତ ଡିଲ୍‌କୁ ଖୋଲାଖୋଲି ସମର୍ଥନକରି ଉତ୍ସବ ପାଳୁଛନ୍ତି। ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଅଫିସ ପକ୍ଷରୁ କୁହାଯାଇଛି ଯେ, ଇସ୍ରାଏଲୀ ସରକାର ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍‌ ବୈଠକରେ ଡିଲ୍‌କୁ ଅନୁଧ୍ୟାନ କରିବା ପରେ ଏନେଇ ଅଙ୍ଗୀକାର ପ୍ରକାଶ କରିବ। ଇସ୍ରାଏଲୀ ହୋଷ୍ଟେଜ୍‌ କୋଅର୍ଡିନେଟର ଗଲ୍‌ ହିର୍‌ସ୍କ କହିଛନ୍ତି, ପାଲେଷ୍ଟିନୀୟ ଜେଲଗୁଡ଼ିକରୁ କେଉଁ ବନ୍ଦୀମାନଙ୍କୁ ଛଡ଼ାଯିବ ତାହା ଉପରେ କାର୍ଯ୍ୟ ଜାରି ରହିଛି। ଇତିମଧ୍ୟରେ ଡିଲ୍‌ ସ୍ବାକ୍ଷର ପାଇଁ ଧାର୍ଯ୍ୟ ହୋଇଥିବା ସମୟରେ ଇସ୍ରାଏଲ୍‌ ପକ୍ଷରୁ ଆକାଶମାର୍ଗରୁ ଗାଜା ଉପରେ ଲଗାତର ରକେଟ ମାଡ଼ କରାଯାଇଥିବା ଗାଜାବାସୀ ଅଭିଯୋଗ ଆଣିଛନ୍ତି। ତେବେ ଏହି ଚୁକ୍ତି କେବଳ ଗାଜା ପାଇଁ ସୀମିତ ନୁହେଁ, ବରଂ ଏଥିଯୋଗୁ ସମଗ୍ର ମଧ୍ୟପ୍ରାଚ୍ୟକୁ ଶାନ୍ତି ଫେରିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ୍‌ ଘୋଷଣା କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri