ଶାନ୍ତି ଫେରୁଛି, ପୋଲିସ ଭୟ ଘାରୁଛି

ସମ୍ବଲପୁର,୨୪ା୪(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଏପ୍ରିଲ ୧୨ରେ ପଥରମାଡ଼ ଓ ୧୪ରେ ପୋଡ଼ାଜଳା, ଭଙ୍ଗାରୁଜା, ମାରଣାସ୍ତ୍ରରେ ଅକ୍ରମଣ ଭଳି ଘଟଣା ଘଟିଥିଲା। ସାନସିଂହାରି ଗ୍ରାମର କେତେଜଣ ଯୁବକ ଶୋଭାଯାତ୍ରାରେ ସାମିଲ ହୋଇ ଘରକୁ ଫେରୁଥିବା ସମୟରେ ରିଂରୋଡ୍‌ରେ ସଂଘବଦ୍ଧ ଭାବେ ଖଣ୍ଡା, ଛୁରି ସାହାଯ୍ୟରେ ସେମାନଙ୍କୁ ଆକ୍ରମଣ ହୋଇଥିଲା। ଏଥିରେ ଚନ୍ଦ୍ରଶେଖର ମିର୍ଦ୍ଧା ନାମକ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସହରରେ କର୍ଫ୍ୟୁ, ୧୪୪ ଧାରା ଲାଗୁ ସହ ନେଟ୍‌ ସେବା ବନ୍ଦ କରିଦିଆଯାଇଥିଲା। ଏଥିରେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଥିଲେ। ଉଭୟ ଦିନର ଘଟଣାରେ ପୋଲିସ ପ୍ରାୟ ୯୯ଜଣଙ୍କୁ ଗିରଫ କରିଥିବା କହୁଛି। ୧୦ଦିନ ପରେ ମୋବାଇଲ ନେଟ୍‌ସେବା ସ୍ବାଭାବିକ କରାଯାଇଛି। ପ୍ରଶାସନ ଓ ପୋଲିସର ଉଦ୍ୟମ ସାଙ୍ଗକୁ ସାଧାରଣ ଲୋକଙ୍କ ସହଯୋଗରେ ସହରରେ ଶାନ୍ତି ଫେରୁଛି। ହେଲେ ଲୋକମାନଙ୍କ ମନରେ ଏବେ ପୋଲିସର ଭୟ ଘାରୁଛି।
ପୋଲିସର ରାତିଅଧିଆ ଚଢ଼ାଉ, ଘଟଣାରେ ସମ୍ପୃକ୍ତ ନ ଥିବା ବ୍ୟକ୍ତିଙ୍କ ଘର କବାଟ ବାଡେଇବା, ଫୋନ କଲ୍‌ କରି ଭେରିଫିକେଶନ ପାଇଁ ଥାନାକୁ ଡାକିବା, ଜଣେ ଅପରାଧୀ ଭଳି ବ୍ୟବହାର ଆଦି ଅନେକ ଘଟଣାକୁ ନେଇ ସହରରେ ଚର୍ଚ୍ଚା ହେଉଛି। ଆପରାଧିକ କାର୍ଯ୍ୟ କଲେ ତଥ୍ୟ ପ୍ରମାଣ ଆଧାରରେ ସେମାନଙ୍କୁ ଗିରଫ କରାଯାଉ। ହେଲେ ତଦନ୍ତ, ପଚରାଉଚରା ଓ ଏକ ନିର୍ଦ୍ଦିଷ୍ଟ ଦଳ କିମ୍ବା ସଂଗଠନକୁ ଆକ୍ରୋଶ କରି ଗିରଫ ବନ୍ଦ କରାଯାଉ ବୋଲି ସାଧାରଣରେ ଦାବି ହେଉଛି। ଅନ୍ୟପଟେ ଚନ୍ଦ୍ରଶେଖର ହତ୍ୟା ମାମଲାକୁ ନେଇ ପୋଲିସ କିଛି ସ୍ପଷ୍ଟ କରୁ ନାହିଁ। ହତ୍ୟା କାରଣକୁ ନେଇ ମୁହଁ ଖୋଲିପାରୁ ନାହିଁ। ଦଙ୍ଗା ଘଟଣାରେ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିବାବେଳେ ପୋଲିସ ଏହାକୁ ଏଡାଇ ଦେଇଥିଲା। ହେଲେ ଦୁଇଦିନ ତଳେ ଚନ୍ଦ୍ରଶେଖରଙ୍କ ପରିବାରକୁ ୮ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ଦଙ୍ଗାରେ ମୃତକଙ୍କ ପରିବାରକୁ ମିଳୁଥିବା କ୍ଷତିପୂରଣ ରାଶି ପରିମାଣ ସହ ଏହା ସମାନ। ଅନ୍ୟପଟେ କ୍ଷତିପୂରଣ ଟଙ୍କା ଦେବା ନେଇ ଜିଲା ପ୍ରଶାସନ ପାଖରେ ସୂଚନା ନ ଥିବା ଅଧିକାରୀମାନେ କହୁଛନ୍ତି। ଏହି ଘଟଣାରେ ଏସ୍‌ପି ବାତୁଳା ଗଙ୍ଗାଧର ୬ ଜଣଙ୍କୁ ଗିରଫ କରାଯାଇଥିବା କହୁଥିବା ବେଳେ କେତେବେଳେ ୪ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ମଧ୍ୟ ପୋଲିସ କହୁଛି।
ଏ ସମ୍ପର୍କରେ ବରିଷ୍ଠ ଆଇନଜୀବୀ ବିଭୂତି ଭୂଷଣ ପଟ୍ଟନାୟକ କହିଛନ୍ତି, ତଥ୍ୟ ପ୍ରମାଣ ଆଧାରରେ ପୋଲିସ ପଚରାଉଚରା କିମ୍ବା ଗିରଫଦାରି ପାଇଁ ରାତିଅଧିଆ ଚଢାଉ କରିପାରିବ। ସେହିପରି ଫୋନ କରି ଥାନାକୁ ଡାକିବାରେ କୌଣସି ସମସ୍ୟା ନାହିଁ। ହେଲେ ଲୋକଙ୍କୁ ଭୟଭୀତ ନ କରି ଆସ୍ଥା ଭାଜନ ହୋଇ ତଦନ୍ତ କଲେ ପ୍ରକୃତ ଅଭିଯୁକ୍ତ ଗିରଫ ହୋଇପାରିବେ। ତରବରିଆ ଓ ଉଦ୍ଦେଶ୍ୟମୂଳକ ଭାବେ ନିଜ ବ୍ୟକ୍ତିଗତ ଶତ୍ରୁତାକୁ ନେଇ ଗିରଫ କଲେ ଶାନ୍ତି ଫେରିବା ବଦଳରେ ଅଶାନ୍ତ ପରିସ୍ଥିତ ଉପୁଜିବାର ସମ୍ଭାବନା ରହିଛି। ଗୋଷ୍ଠୀ ସଂଘର୍ଷ ପାଇଁ ପୂର୍ବ ପ୍ରସ୍ତୁତି ରହିଥିଲା ବୋଲି ଏସ୍‌ପି ନିଜେ ସ୍ବୀକାର କରିଛନ୍ତି। ତେଣୁ ପୋଲିସ ଅବହେଳା ଯୋଗୁ ଏହି ଅଭାବନୀୟ ଘଟଣା ଘଟିଛି। ଉକ୍ତ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ନିଜ ବିଫଳତାକୁ ଚପାଇବାକୁ ଉଦ୍ୟମ କରି ଗିରଫଦାରି ସଂଖ୍ୟା ବୃଦ୍ଧି କରୁଛି। ଗୋଟିଏ ଗୋଷ୍ଠୀ ପ୍ରତି ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାରୁ ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କୌଣସି ବ୍ୟକ୍ତିଙ୍କୁ ପୋଲିସ ଥାନାରେ ୨୪ ଘଣ୍ଟାରୁ ଅଧିକ ସମୟ ଅଟକ ରଖିପାରିବ ନାହିଁ ବୋଲି ନିୟମ ରହିଛି । ହେଲେ ଦିନକୁ ଦିନ ପୋଲିସ ଦେଉଥିବା ଗିରଫ ସଂଖ୍ୟାରେ ତାଳମେଳ ନ ରହିବା ଚିନ୍ତାର ବିଷୟ ବୋଲି ଆଇନଜୀବୀ ପଟ୍ଟନାୟକ କହିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ନେବା ପାଇଁ ଏସ୍‌ପି ଗଙ୍ଗାଧରଙ୍କ ମୋବାଇଲ (ନଂ.୯୪୩୮୯୧୬୫୫୦)ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri