ପେଟିଏମ୍‌ର କ୍ୟାଶବ୍ୟାକ ଧମାକା

ଭୁବନେଶ୍ୱର,୨୨।୧୦: ଦେଶର ପ୍ରମୁଖ ଡିଜିଟାଲ ଇକୋସିଷ୍ଟମ ପେଟିଏମ ନିକଟରେ ଏହାର ପାର୍ବଣ ଅଫର ସମ୍ପର୍କରେ ଘୋଷଣା କରିଛି। କମ୍ପାନୀ ପାର୍ବଣ ଅବସରରେ ୧୦୦ କୋଟିର ମାର୍କେଟିଂ କ୍ୟାମ୍ପନେ ତା’ର ପାର୍ଟନରମାନଙ୍କ ଜରିଆରେ କରିବ ବୋଲି ଜଣାପଡିଛି। କମ୍ପାନୀ ଚଳିତ ପାର୍ବଣରେ ପେ ଟିଏମ କ୍ୟାଶବ୍ୟାକ ଧାମାକା ନାମରେ ଫେଷ୍ଟିଭାଲ ଅଫରର ସୁବିଧା ଆରମ୍ଭ କରିଛି। ଏହି ସୁବିଧା ୧୪ ଅକ୍ଟୋବରରୁ ଆରମ୍ଭ ହୋଇଯାଇଛି। ଏହା ଜରିଆରେ ୟୁଜର ମନି ଟ୍ରାନ୍ସଫର ସାଙ୍ଗକୁ ଅନଲଶଇନ ଓ ଅଫଲାଇନ ପେମେଣ୍ଟ କିମ୍ବା ଆପ ଜରିଆରେ ରିଚ୍ଚାର୍ଜ ଆଦିରେ କ୍ୟାଶବ୍ୟାକ ସୁବିଧା ପାଇପାରିବେ ବୋଲି ସୂଚନା ମିଳିଛି। ଦେଶର ସମସ୍ତ ଜିଲାରେ ଏହି ଅଫର ଓ ସୁବିଧା ଉପଲବ୍ଧ ରହିଛି। ତେବେ ଏହି ଅଫର ଗୁଜୁରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଏବଂ କର୍ଣ୍ଣାଟକ ଭଳି ରାଜ୍ୟ ପାଇଁ କମ୍ପାନୀସ୍ବତନ୍ତ୍ର ଫୋକସ ଦେଉଥିବା ଏହାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଅଫର ୧୪ ଅକ୍ଟୋବରରୁ ୧୪ ନଭେମ୍ବର ପର୍ଯ୍ୟନ୍ତ ରହିବ। ଏହି ଅଫର ମାଧ୍ୟମରେ ପ୍ରତି ଦିନ ୧୦ ଭାଗ୍ୟଶାଳୀ ବିଜେତାଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ସ୍ବରୂପ ମିଳିବ ବୋଲି ଜଣାପଡିଛି। ସେହିଭଳି ୧୦ ହଜାର ବିଜେତା ୧୦୦ଟଙ୍କାର କ୍ୟାଶବ୍ୟାକ ଏବଂ ଆଉ ଦଶ ହଜାର ୟୁଜର୍ସ ୫୦ଟଙ୍କା ଲେଖାଏ କ୍ୟାଶବ୍ୟାକର ବିଜେତା ହୋଇପାରିବେ। ସେହିପରି ନଭେମ୍ବର ୧ରୁ ୩ ତାରିଖ ମଧ୍ୟରେ ୟୁଜରମାନେ ପ୍ରତିଦିନ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଜିତିବାର ସୁଯୋଗ ରହିଛି। ଅପରପକ୍ଷରେ ପେଟିଏମ ବ୍ୟବହାରକାରୀମାନେ ମଧ୍ୟ ଆଇଫୋନ-୧୩, ୨୦-୨୦ ବିଶ୍ୱକପ ଟିକଟ, ଲାଭାଇସ ଭଲି ବ୍ରାଣ୍ଡର ଭାଉଚର ସମେତ ଅନେକ କିଛି ପୁରସ୍କାର ଜିତିବାର ସୁଯୋଗ ରହିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

ବାଂଲାଦେଶୀ ହିନ୍ଦୁଙ୍କୁ ସ୍ବପ୍ନ ଦେଖାଇଲେଣି ତାରିକ? କହିଲେ ‘I have a dream, ଯେମିତି ୧୯୭୧ରେ ସବୁ ଧର୍ମ ମିଶି…

ଢାକା,୨୬।୧୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ ରହମାନ ଗୁରୁବାର (ଡିସେମ୍ବର ୨୫, ୨୦୨୫) ଦିନ ଲୋକମାନଙ୍କୁ ଶାନ୍ତି ପାଇଁ ଆହ୍ବାନ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri