ସୁରକ୍ଷା ବଳୟରେ ପାକ୍ସ ସମ୍ପାଦକ

ଯାଜପୁର ଅଫିସ,୧୯।୭: ରାଜ୍ୟର ୧୪୦ ପ୍ରାଇମେରୀ ଏଗ୍ରିକଲଚରାଲ କ୍ରେଡିଟ୍‌ ସୋସାଇଟି (ପାକ୍ସ) ଓ ଲାର୍ଜ ଏରିଆ ମଲ୍‌ଟିପରପୋଜ୍‌ ସୋସାଇଟି (ଲାମ୍ପସ୍‌)ର ୧୭୪ ଜଣ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିରେ ସମ୍ପାଦକ, ଭାରପ୍ରାପ୍ତ ସମ୍ପାଦକ, ପରିଚାଳନା ନିର୍ଦ୍ଦେଶକ ପ୍ରମୁଖଙ୍କ ବିରୋଧରେ ଆର୍ଥିକ ଅନିୟମିତତା, ଧାନକ୍ରୟରେ ଅନିୟମିତତା ଆଦି ଅଭିଯୋଗ ରହିଛି। ତେବେ ୧୭୪ ଜଣଙ୍କ ମଧ୍ୟରୁ ଯାଜପୁର ଜିଲାର ଭରତପୁର, ତଳିହା ଓ ବାଗିରିଆ ପାକ୍ସର ମାତ୍ର ୩ ଜଣ ସମ୍ପାଦକ ରହିଛନ୍ତି। ୨ା୭ା୨୦୨୧ରେ ରାଜ୍ୟ ସେବା ସମବାୟ ସମିତିର ଉପ ନିବନ୍ଧକଙ୍କ ରିପୋର୍ଟରୁ ଏହା ଜଣାପଡିଛି। ତେବେ ଯାଜପୁର ଜିଲାରେ ବିଭିନ୍ନ ସମୟରେ ପାକ୍ସ କର୍ମଚାରୀଙ୍କ ବିରୋଧରେ ଏକାଧିକ ଅଭିଯୋଗ ହେଉଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବା ଉଚ୍ଚପଦାଧିକାରୀଙ୍କ କାର୍ଯ୍ୟଦକ୍ଷତା ଓ ସ୍ବଚ୍ଛତା ପ୍ରତି ପ୍ରଶ୍ନ ଉଠିଛି। ଏଠାରେ ବଡ଼ଚଣା ପାକ୍ସକୁ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ। ଗତ ୨ ମାସ ମଧ୍ୟରେ ଉପଯୁକ୍ତ ପ୍ରମାଣ ସହ ୨ ଥର ୨୫ରୁ ଊର୍ଦ୍ଧ୍ୱ ଚାଷୀ ଏହି ପାକ୍ସ ସମ୍ପାଦକଙ୍କ ବିରୋଧରେ ରାଜ୍ୟ ସମବାୟ ସମିତିର ଉଚ୍ଚପଦାଧିକାରୀଙ୍କ ନିକଟରେ ଜାଲିଆତି ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁସାରେ ୨୦ା୫ା୨୦୨୧, ୩୦ା୬ା୨୦୨୧ ଓ ୧୩ା୭ା୨୦୨୧ରେ ତଦନ୍ତ ନିର୍ଦ୍ଦେଶ ହୋଇଛି। ହେଲେ ଏଯାଏ ତଦନ୍ତ ନ ହେବା କିମ୍ବା ପଦକ୍ଷେପ ଗ୍ରହଣ ନ କରିବା ଦୁର୍ନୀତିର ବିଜୟ ବୋଲି ସମ୍ପୃକ୍ତ ଚାଷୀମାନେ କହିଛନ୍ତି।
ଯାଜପୁର ଜିଲା ବଡ଼ଚଣା ବ୍ଲକ ବାଘୁଆ ଗ୍ରାମର ଚାଷୀ ଉଦୟନାଥ ରାଉତ, ଭ୍ରମରବର ରାଉତ, ଧ୍ରୁବାନନ୍ଦ ରାଉତ ପ୍ରମୁଖ ୧୫ ଜଣ ଚାଷୀ ୫ା୪ା୨୦୨୧ରେ ରାଜ୍ୟ ସେବା ସମବାୟ ସମିତିର ନିବନ୍ଧକଙ୍କ ନିକଟରେ ଜାଲ୍‌ ଟୋକନ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗରେ ୧୨୫, ୨୪୫, ୭୭, ୧୮୯, ୪୨୫, ୪୮୭, ୧୦, ୩୯, ୧୦୨, ୧୬୮, ୨୮୪, ୩୪୬, ୩୮୫, ୧୮୭, ୧୨୧, ୨୪୩, ୨୯୯, ୧୫୫, ୩୧, ୭୨ ଇତ୍ୟାଦି ଟୋକନ ନମ୍ବର ଜାଲିଆତି ହୋଇଛି। ପୈତୃକ ଚାଷଜମିକୁ ଜାଲିଆତି କରି କେତେକ ଲୋକଙ୍କ ନାମରେ ଅନଲାଇନରେ ସେମାନଙ୍କଠାରୁ ଧାନ କିଣାଯାଇଛି। ସମିତିରୁ ଟୋକନ ପାଇ ଧାନ ବିକ୍ରି କରିଥିବା ବ୍ୟକ୍ତିମାନେ ଏହି ଜମି ମାଲିକଙ୍କ ନାତି, ପୁତୁରା ଆଦି ସମ୍ପର୍କ ଥିବା ଦର୍ଶାଯାଇଛି। ତେବେ ବାସ୍ତବରେ ବେପାରୀମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ଧାନ କିଣାଯାଇଛି। ଏହି ଅଭିଯୋଗ ମିଳିବା ପରେ ରାଜ୍ୟ ସମବାୟ ସମିତି(କ୍ରେଡିଟ)ର ଉପନିବନ୍ଧକ ୨୦ା୫ା୨୦୨୧ (ପତ୍ରସଂଖ୍ୟା ୮୨୯୯)ରେ ଯାଜପୁର ଏଆର୍‌ସିଏସ୍‌(ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଅଫ୍‌ କୋଅପରେଟିଭ ସୋସାଇଟି)ଙ୍କୁ ୭ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଆର୍‌ସିଏସ୍‌ଙ୍କଠାରୁ କୌଣସି ତଦନ୍ତ ରିପୋର୍ଟ ନ ମିଳିବାରୁ ଉପନିବନ୍ଧକ ୧୩ା୭ା୨୦୨୧ (ପତ୍ରସଂଖ୍ୟା ୧୦୦୭୯)ରେ ଉଦ୍‌ବେଗ ପ୍ରକାଶ କରି ତଦନ୍ତ ରିପୋର୍ଟ କାହିଁକି ଦାଖଲ ହେଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏହାସହ ୭ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନୁରୂପ ଭାବେ ଚାଷୀ ଚିନ୍ତାମଣି ଜେନା ଏବଂ ଅନ୍ୟ ୧୦ ଜଣ ଚାଷୀ ୩୦ା୪ା୨୦୨୧ରେ ଅଭିଯୋଗ କରିଥିଲେ। ସେହି ଅଭିଯୋଗକୁ ଭିତ୍ତିକରି ସମବାୟ ସମିତିର ନିବନ୍ଧକ ତାଙ୍କ ପତ୍ରସଂଖ୍ୟା ୯୫୬୬/୩୦ା୬ା୨୦୨୧ରେ ଡିଆର୍‌ସିଏସ୍‌ କୁଳମଣି ପାଢ଼ିଙ୍କୁ ସପ୍ତାହକ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶର ପ୍ରାୟ ୩ ସପ୍ତାହ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ କିଛି ଅଗ୍ରଗତି ହୋଇ ନଥିବା ଜଣାପଡ଼ିଛି। ପୂର୍ବରୁ ଯାଜପୁର ଜିଲାର ମାର୍କଣ୍ଡପୁର, ମହିଶରା, ବନ୍ଦାଳୋ ଇତ୍ୟାଦି ପାକ୍ସରେ ଏଭଳି ଧାନ କିଣାରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଆସୁଛି। କିନ୍ତୁ ସମ୍ପୃକ୍ତ ସମ୍ପାଦକମାନେ ସୁରକ୍ଷାବଳୟରେ ରହିଥିବାରୁ ଯାଜପୁର ଜିଲାରେ କାର୍ଯ୍ୟାନୁଷ୍ଠାନ କେବଳ ୩ ପାକ୍ସରେ ସୀମିତ ରହିଛି।
ନିିକଟରେ ଭିଜିଲାନ୍ସ ବଲାଙ୍ଗୀର ଜିଲା ଚାରଭଟା ପାକ୍ସ ସମ୍ପାଦକଙ୍କ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କରିଛନ୍ତି। ତେଣୁ ଯାଜପୁର ଜିଲାରେ ମଧ୍ୟ ଏଭଳି ତଦନ୍ତ କରାଗଲେ ବହୁ ଲୁକ୍କାୟିତ ତଥ୍ୟ ସାମ୍ନାକୁ ଆସିବ ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ଏଆରସିଏସ ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ତଦନ୍ତ ଭାର ଡିଆରସିଏସ୍‌ଙ୍କୁ ଦିଆଯାଇଛି। ନିର୍ଦ୍ଦେଶ ଅନୁସାରେ ନିଶ୍ଚିତ ଭାବେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri