ସାମ୍ନାକୁ ଆସିଲା ପବିତ୍ର ରିସ୍ତା-୨ର ଫାଷ୍ଟ ଲୁକ୍‌

ମୁମ୍ବାଇ: ଦୀର୍ଘ ୧୨ ବର୍ଷ ପରେ ପୁଣି ଥରେ ଟେଲି ପରଦାକୁ ଫେରୁଛି ବେଶ୍‌ ଲୋକପ୍ରିୟ ସିରିୟଲ୍‌ ପବିତ୍ର ରିସ୍ତା। ପୁଣିଥରେ ମାନବ ଅର୍ଚ୍ଚନାଙ୍କୁ ଦେଖିପାରିବେ ଦର୍ଶକ। ହେଲେ ଚଳିତ ଥର ମାନବ ଭୂମିକାରେ ଅଭିନେତା ଶାହିର ଶେଖଙ୍କୁ ଦେଖିବାକୁ ମିଳିବ। ଇତିମଧ୍ୟରେ ପବିତ୍ର ରିସ୍ତା-୨ର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି। ସୋମବାର ସୋସିଆଲ ମିଡିଆରେ ଆଲଟ ବାଲାଜି ପକ୍ଷରୁ ଏହି ଶୋ’ର ଫାଷ୍ଟ ଲୁକ୍‌କୁ ଶେୟାର କରାଯାଇଛି। ଚଳିତ ଥର ମାନବଙ୍କ ଚରିତ୍ରରେ ଶାହିର ଶେଖ ଓ ଅର୍ଚ୍ଚନାଙ୍କ ଚରିତ୍ରରେ ଅଙ୍କିତା ଲୋଖଣ୍ଡେ ନଜର ଆସିବେ। ଫାଷ୍ଟ ଲୁକ୍‌ରେ ଏହି ଯୋଡିଙ୍କୁ ମାନବ ଅର୍ଚ୍ଚନାର ଚରିତ୍ରରେ ଦେଖିବା ପରେ ସିରିୟଲ୍‌ର ପାର୍ଟ-୧ର ସ୍ମୃତିକୁ ସତେଜ କରିଦେଇଛି।

ଶାହିରଙ୍କୁ ଦେଖିଲେ ଆଖିରେ କେବଳ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଚେହେରା ନାଚି ଯାଉଛି। ସେହିପରି ପୂର୍ବରୁ ମାନବଙ୍କ ମା’ଙ୍କ ଚରିତ୍ରରେ ଅଭିନୟ କରି ବେଶ୍‌ ଲୋକପ୍ରିୟ ହୋଇପାରିଥିବା ଅଭିନେତ୍ରୀ ଉଷା ନାଡକରନୀଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ। ପବିତ୍ର ରିସ୍ତା ପାର୍ଟ-୧ରେ ଅଭିନେତା ସୁଶାନ୍ତ ସିଂହ ମୁଖ୍ୟ ଚରିତ୍ର ବା ମାନବ ଭୂମିକାରେ ଅଭିନୟ କରିଥିଲେ। ଏହି ଶୋ’ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିବା ବେଳେ ଆଜିବି ଲୋକେ ତାଙ୍କ ଅଭିନୟକୁ ଝୁରୁଛନ୍ତି। ତେବେ ଦେଖାଯାଉ ଏହି ଶୋ’ରେ ସାହିର ଓ ଅର୍ଚ୍ଚନା ଯୋଡି କେତେ ସଫଳ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକିନୀ ପିନ୍ଧି ସମୁଦ୍ରକୂଳରେ ନଜର ଆସିଲେ ଦିଶା: ପ୍ରଶଂସକ କହିଲେ…

ମୁମ୍ବାଇ,୧୫।୧୧-ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ...

ଛାଡ଼ପତ୍ର ପରେ ଦ୍ୱିତୀୟ ବିବାହ କରିଲେ ବଲିଉଡ୍‌ର ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ର ସୁପରହିଟ୍‌ ଫିଲ୍ମ ‘ରହନା ହୈ ତେରେ ଦିଲ୍‌ ମେଁ’ ଅଭିନେତ୍ରୀ ଦିୟା ମିର୍ଜା ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ,...

ଜନ୍ମଦିନରେ ମାମୁଁ ହେଲେ ଭାଇଜାନ୍‌

ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାଁ ଆଜି ଅର୍ଥାତ୍‌ ଶୁକ୍ରବାର ୫୪ ତମ ଜନ୍ମଦିବସ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଏକ ଖୁସି ଖବର ମିଳିଛି।...

ଇଞ୍ଜିନିୟରରୁ ଅଭିନେତ୍ରୀ: ଖବରକାଗଜରେ ଫଟୋ ବାହାରିବା ପରେ ବଦଳି ଯାଇଥିଲା ଭାଗ୍ୟ…

ବମ୍ବେ: ଶିକ୍ଷାଗତ ଯୋଗ୍ୟତା ଇଞ୍ଜିନିୟର। ହେଲେ ବୃତ୍ତିଗତ ଭାବେ ପେସାରେ ଅଭିନେତ୍ରୀ। ଆମେ କହୁଛୁ ବିଗ୍‌ ବସ୍‌ ୧୫ ବିଜେତା ତେଜସ୍ବୀ ପ୍ରକାଶଙ୍କ କଥା। ଆଜି...

କାର୍ତ୍ତିକ-ସାରାଙ୍କ ବ୍ରେକ୍‌ଅପ୍‌

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ ସାରା ଅଲି ଖାନ୍‌ ଏବଂ କାର୍ତ୍ତିକ ଆର୍ୟନ୍‌ଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖ ଖବର। ବଲିଉଡ୍‌ର ଏହି କ୍ୟୁଟ୍‌ ଲଭ୍‌-ବାର୍ଡଙ୍କ ବ୍ରେକ୍‌ଅପ୍‌...

‘ଶମ୍‌ଶେରା’ରେ ଡବଲ୍‌ ରୋଲ୍‌

ବମ୍ବେ: ଚଳିତ ବର୍ଷର ବହୁ ପ୍ରତିକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ ହେଲା ‘ଶମଶେରା’। ଶୁକ୍ରବାର ଏହାର ଟ୍ରେଲର ରିଲିଜ ହୋଇଛି। ଏହାକୁ ଦେଖିବା ପରେ ପ୍ରଶଂସକଙ୍କ...

ଅଳିଆ ଗଦାରେ କ୍ୟାଟ୍‌ଓ୍ବାର୍କ କଲେ ମଡେଲ…

ରାଞ୍ଚି,୩୧।୮: ଜମା ହୋଇ ରହିଥିବା ଗଦାଗଦା ଆବର୍ଜନା ସମ୍ପର୍କରେ ସଚେତନା ସୃଷ୍ଟି କରିବା ଲାଗି ଝାଡ଼ଖଣ୍ଡର ସୁପର ମଡେଲ ସୁରଭୀ ଏକ ନିଆରା ପଦକ୍ଷେପ ଗ୍ରହଣ...

ମନ୍ତ୍ରୀଙ୍କ ଝିଅକୁ ହୃଦୟ ଦେଇଥିଲେ ଏହି ଅଭିନେତା, ଆଉ ତା’ ପରେ

୧୯୭୬ ମସିହା ସେପ୍ଟେମ୍ବର ୩ରେ ବଲିଉଡ୍‌ ଅଭିନେତା ବିବେକ ଓବରୟ ହାଇଦ୍ରାବାଦରେ ଜନ୍ମ ହୋଇଥିଲେ। ବିବେକ ତାଙ୍କ ପ୍ରଫେସନାଲ ଲାଇଫ୍‌କୁ ନେଇ ଯେତିକି ଚର୍ଚ୍ଚାରେ ରହୁଥିଲେ,...

Advertisement
Archives

Model This Week