ବାରିପଦା ଅଫିସ,୨୭।୮: ମୟୂରଭଞ୍ଜ ଜିଲା ବାରିପଦା ମୁଢିର ସ୍ବତନ୍ତ୍ର ସ୍ବାଦ ରାଜ୍ୟ ତଥା ଦେଶ ବିଦେଶରେ ପରିଚିତ। ଜିଲାର ଶତପ୍ରତିଶତ ଲୋକ ମୁଢିକୁ ପ୍ରତିଦିନ ବ୍ୟବହାର କରିଥାନ୍ତି। ମୁଢି ମାଂସର ଚାହିଦା ପାଇଁ ବାରିପଦା ମୁଢ଼ି ପ୍ରସିଦ୍ଧ। ମେଳା ମହୋତ୍ସବ,ଭୋଜି ଓ ବିବାହ ଉତ୍ସବ ଆଦିରେ ମୁଢ଼ିକୁ ଖୋଜାପଡ଼େ। ଏହାକୁ ଘରେ ଘରେ ପ୍ରସ୍ତୁତି କରାଯାଉଥିବା ବେଳେ ଗଁା ଗଣ୍ଡାରେ ମଢ଼ି ଭଜା ଫ୍ୟାକ୍ଟ୍ରି ରହିଛି। ଜିଲାରେ ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ମୁଢ଼ି ଫ୍ୟାକ୍ଟ୍ରି ରହିଥିବା ବେଳେ ଏଥିରେ ବହୁ ଲୋକ ନିୟୋଜିତ ହୋଇ ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି। ତେବେ ଏହି ମୁଢ଼ିର ଜିଆଇ ଟ୍ୟାଗ୍ (ଭୌଗଳିକ ପରିଚୟ) ମାନ୍ୟତା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି।
ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ କମିଶନଙ୍କ ପକ୍ଷରୁ ବାରିପଦା ମୁଢିର ପଞ୍ଜୀକରଣ ନିମନ୍ତେ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ ମୟୂରଭଞ୍ଜ ଜିଲାପାଳଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ମୁଢ଼ି ବ୍ୟବସାୟୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଦୀର୍ଘ ଦିନ ଧରି ବାରିପଦା ମୁଢ଼ିକୁ ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରଦାନ କରିବାକୁ ଜିଲାବାସୀ ଦାବି କରି ଆସୁଥିଲେ। ଏହାକୁ ନେଇ ବିଭାଗୀୟ ପତ୍ର ସଂଖ୍ୟା ୩୨୯୨/୨୪ା୮ା ୨୦୨୨ରେ ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ଏହାର ପଞ୍ଜୀକରଣ ପାଇଁ ଆବଶ୍ୟକ ତଥ୍ୟ ମାଗିବା ସହିତ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ପାଇଁ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗର କମିଶନର ତଥା ସଚିବ ସୁରେଶ ଚନ୍ଦ୍ର ବଶିଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମୁଢ଼ିର ପ୍ରସ୍ତୁତି ପ୍ରଣାଳୀ, ଉପତ୍ାଦ ସୂଚନା ଫର୍ମ, ଆବେଦନକାରୀ. ସୋସାଇଟିଙ୍କ ନାମ, ଉପତ୍ାଦ ସାମଗ୍ରୀ ବିବରଣୀ, ଶ୍ରେଣୀ, ଉପତ୍ାଦନର ଭୌଗଳିକ ଏରିଆ ଓ ମାନଚିତ୍ର, ଉତ୍ପାଦନର ମୂଳ ସମ୍ବନ୍ଧୀୟ ଐତିହାସିକ ପ୍ରମାଣ,ବିଶେଷତ୍ୱ ଓ ତଦାରଖକାରୀ ଦଳ ସମ୍ପର୍କିତ ସମସ୍ତ ବିବରଣୀ ଓ ଆବେଦନର ମାଧ୍ୟମ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ ରହିଛି।
Posted inଆମ ଜିଲା ଖବର, ମୟୂରଭଞ୍ଜ View All
ରେଳ ଲାଇନ୍ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…
ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…
ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…
ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍. ଉଦୟଗିରି ଥାନା…
ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…
ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍। ମଙ୍ଗଳବାର ଅପରାହ୍ନ ପ୍ରାୟ…
ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’
ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…
ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ
ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…
ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…
ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…
ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…
ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…
ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…
ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍ପି ଶୁଭେନ୍ଦୁ କୁମାର ପାତ୍ର…
Archives

