ବର୍ଷାକୁ ନାହିଁ ଭରସା, ହୋଇପାରୁନି ଚାଷକାର୍ଯ୍ୟ

ପଟ୍ଟାମୁଣ୍ଡାଇ,୪ା୮(ସ୍ବ.ପ୍ର.): କଥାରେ ଅଛି, ଆଷାଢ଼-ଶ୍ରାବଣ ମେଘ ବରଷେ ଘନ ଘନ। ଚାଷ ଓ ଚାଷୀ ପାଇଁ ଏହି ଦୁଇ ମାସ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ହେଲେ ଆଷାଢ଼ ଯାଇ ଶ୍ରାବଣ ଶେଷ ହେବାକୁ ଯାଉଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସ୍ବାଭାବିକ ବର୍ଷା ନ ହେବାରୁ ଚାଷକାର୍ଯ୍ୟ ହୋଇପାରୁନି। ଆବଶ୍ୟକ ପରିମାଣର ବର୍ଷା ଏଯାଏ ହୋଇ ନ ଥିବାରୁ ରୁଆ, ବେଉଷଣ କାର୍ଯ୍ୟ ଆଗେଇ ପାରୁନାହିଁ। ଲଘୁଚାପ ଯୋଗୁ ଗତ ୨ଦିନ ହେବ ବର୍ଷା ହେଉଛି। କିନ୍ତୁ ଏହା ଚାଷୀଙ୍କ ମନରେ ଆଶା ଭରିପାରୁନାହିଁ। କାରଣ ଗତବର୍ଷ ଏହି ସମୟରେ ଚାଷୀ ହତାଶ ହୋଇଥିବାରୁ ଚଳିତବର୍ଷ ବର୍ଷା ଉପରେ ଭରସା ରଖି ପାରୁନାହାନ୍ତି। କେନାଲ ମାଧ୍ୟମରେ ଜଳସେଚିତ ହେଉଥିବା ଉତିକଣ ଅଞ୍ଚଳରେ ପାଣି ଜମିରେ ମାଡ଼ିଲେ ରୁଆ ପୋତା କାମ ଆରମ୍ଭ ହେବ। ମାତ୍ର କେନାଲ ସଫେଇ କାର୍ଯ୍ୟ ଏ ପର୍ଯ୍ୟନ୍ତ ସରିଲା ନାହିଁ। ଏ ସମ୍ପର୍କରେ ଜଳସମ୍ପଦ ବିଭାଗ ସହନିର୍ବାହୀ ଯନ୍ତ୍ରୀ ପ୍ରଭାତ ସାହୁଙ୍କୁ ପଚାରିବାରେ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଠିକାଦାର କେନାଲ ସଫା କରିବାର ନିୟମ ରହିଛି। ଆମେ କିଛି କରିପାରିବୁ ନାହିଁ। ଜୁଲାଇ ଶେଷ ସୁଦ୍ଧା କେନାଲ ସଫା କାର୍ଯ୍ୟ ସରି ନ ଥିବା ଯୋଗୁ ମେନ୍‌ କେନାଲରୁ ଶାଖା କେନାଲଗୁଡିକୁ ଠିକ୍‌ ଭାବେ ପାଣି ଯାଉ ନ ଥିବାରୁ ବିଲରେ ମାଡ଼ିପାରୁନାହିଁ। ଫଳରେ ଚାଷୀମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। କୃଷି ବିଭାଗର ସୂଚନା ଅନୁଯାୟୀ, ଜୁଲାଇ ସୁଦ୍ଧା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଆବଶ୍ୟକଠାରୁ କମ୍‌ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ଚଳିତବର୍ଷ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ମୋଟ ୧୧, ୭୦୦ ହେକ୍ଟର ଜମିରେ ଖରିଫ ଧାନ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଅନିୟମିତ ବୃଷ୍ଟିପାତ ଯୋଗୁ ସେହି ଲକ୍ଷ୍ୟ ଏବେ ୮,୨୪୫ ହେକ୍ଟର ଯାଏ ପହଞ୍ଚତ୍ ପାରିଛି। ସେଥିମଧ୍ୟରୁ ଅଦ୍ୟାବଧି ପ୍ରାୟ ୩,୮୦୦ ହେକ୍ଟର ଜମିରେ ଚାଷକାର୍ଯ୍ୟ ହୋଇପାରିଛି ବୋଲି ସେ କହିଛନ୍ତି। ସଂସାରଫଳ ଗଁାର ଚାଷୀ ଅଜାମ୍ବର ପରିଡ଼ା କହିଛନ୍ତି, ଆବଶ୍ୟକ ବର୍ଷା ଅଭାବରୁ ଜମିରେ ପାଣି ନାହିଁ। ଜଳସମ୍ପଦ ବିଭାଗ ଅଧିକାରୀଙ୍କ ଖାମଖିଆଲ ନୀତି ଯୋଗୁ କେନାଲ ପାଣି ଜମିକୁ ମାଡୁନି। ତେଣୁ ଚଳିତବର୍ଷ ଚାଷ ଅବସ୍ଥା କ’ଣ ହେବ, ତାହା ଚାଷୀମାନେ ଭାବିପାରୁନାହାନ୍ତି। ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ନୀତି ଯୋଗୁ ୩ ବର୍ଷ ହେଲା ଖରିଫ ଧାନଚାଷ ବାଧାପ୍ରାପ୍ତ ହେଉଛି। ଗତବର୍ଷ ପ୍ରାୟ ୧୦୦୦ ଏକର ଜମି ପଡ଼ିଆ ରହିଥିବା ବେଳେ ଚଳିତବର୍ଷ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ଉତିକଣ ଅଞ୍ଚଳର ଚାଷୀମାନେ ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଫସଲ ବଞ୍ଚତ୍ବ କି ମରିବ ତାହା କାହାକୁ ଜଣାନାହିଁ। ତେଣୁ ସବୁକିଛି ଭଗବାନଙ୍କ ଉପରେ ଛାଡ଼ିଦେଇଛୁ। ସୁବର୍ଣ୍ଣପୁରର ଚାଷୀ ବିଜୟ ନାୟକ କହିଛନ୍ତି, ସରକାର ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି। ମାତ୍ର ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀଙ୍କ ଦୁର୍ନୀତିଖୋର ମନୋଭାବ ଯୋଗୁ ଭାତହାଣ୍ଡି ଉଜୁଡି ଯିବାକୁ ବସିଛି। ମାସେ ହେଲାଣି ବର୍ଷା ସେପରି ହେଉନାହିଁ। ଖରା ଅଧିକ ହେଉଥିବାରୁ ବିଲ ଶୁଖିଯାଉଛି। ଶ୍ରାବଣରେ ଏପରି ସ୍ଥିତି ଯୋଗୁ ଚାଷକାର୍ଯ୍ୟ ପଛେଇ ଚାଲିଛି।
ସାମାଜିକ କର୍ମୀ ପ୍ରତାପ ପାଢ଼ୀ କହିଛନ୍ତି, ଜଲାର ଭାତହାଣ୍ଡି କୁହାଯାଉଥିବା ଉତିକଣ ଭେଡ଼ାରେ ମରୁଡ଼ିର ପଦଧ୍ୱନି ଦେଖିବାକୁ ମିଳିଛି। ଶ୍ରାବଣ ଶେଷହେବାକୁ ବସିଥିବା ବେଳେ ଉତିକଣ ଭେଡ଼ାରେ ଗୋଟିଏ ବୁଦା ଧାନ ବି ରୁଆ ହୋଇପାରୁନି। ଅନିୟମିତ ବର୍ଷା ଯୋଗୁ ଚାଷୀମାନେ ଠିକ୍‌ ଭାବେ ତଳି ଉତାରିପାରି ନ ଥିବା ବେଳେ ଏବେ ନିଅଣ୍ଟିଆ ବର୍ଷା ଚାଷକାମରେ ବାଧା ସୃଷ୍ଟି କରିଛି। ଚାଷୀର ଅଣ୍ଟା ଭାଙ୍ଗିଦେଇଛି। ଅନ୍ୟପକ୍ଷରେ ଜଳସମ୍ପଦ ବିଭାଗ କଥା ନ କହିବା ଭଲ। କେନାଲ ପାଣି ବିଲକୁ ଯିବାକୁ ସୋଟ ଲେଭଲ କରିବାକୁ ନିୟମ ଅଛି। ମାତ୍ର ବାବୁମାନେ ବନ୍ଧ ଉଚ୍ଚା କରିବା ପାଇଁ କେନାଲ ଭିତରୁ ମାଟି ଉଠାଇ ଖାଲୁଆ କଲେ। ଯାହାଦ୍ୱାରା ଶାଖା କେନାଲକୁ ପାଣି ଉଠିବାରେ ସମସ୍ୟା ଯୋଗୁ ଉତିକଣ ଭେଡାରେ ଥିବା ହଜାର ଏକର ଚାଷଜମି ପଡ଼ିଆ ପଡ଼ିବାର ଆଶଙ୍କା ପ୍ରକାଶ ପାଇଛି। ଆଷାଢ଼ ଆରମ୍ଭରୁ ତଳି ପକାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ପରେ ବର୍ଷା ଠିକ୍‌ ଭାବେ ହେଲାନାହିଁ। ତେଣୁ ରୁଆ କାର୍ଯ୍ୟ ଆଗେଇ ପାରୁନାହିଁ। ଆଗାମୀ ଦିନରେ ଯଦି ଏପରି ଅନିୟମିତ ବର୍ଷା ହୁଏ ତା’ହେଲେ ମରୁଡ଼ି ଆଶଙ୍କା ଦେଖାଦେଇ ପାରେ। ସେଥିପାଇଁ ଚାଷୀମାନଙ୍କ ଆଖିରୁ ନିଦ ହଜିଗଲାଣି। ଏ ନେଇ ପଟ୍ଟାମୁଣ୍ଡାଇ ବ୍ଲକ କୃଷି ଅଧିକାରୀ ଭଦ୍ରନାରାୟଣ ଦାସଙ୍କୁ ପଚାରିବାରେ ମାସେ ହେଲା ନିଅଣ୍ଟିଆ ବର୍ଷା ଚାଷୀଙ୍କୁ ହତାଶ କରିଥିଲା। ହେଲେ କିଛିଦିନ ହେବ ଅଳ୍ପ ବର୍ଷା ହେଉଥିବାରୁ ଚାଷରେ ଅଧିକ ସମସ୍ୟା ରହିବ ନାହିଁ। ତେଣୁ ଚାଷୀମାନେ ଯଥାଶୀଘ୍ର ବେଉଷଣ ଓ ରୁଆପୋତା କରିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri