ପ୍ରତିବାଦରେ ଦେଶପ୍ରେମ

ଗୋଟେ ରାଷ୍ଟ୍ର ପ୍ରତି ଦେଶପ୍ରେମ କେବଳ ସରକାରଙ୍କୁ ସମର୍ଥନ ବା ପ୍ରଶଂସା କରିବାରେ ନ ଥାଏ। ଯେତେବେଳେ କୌଣସି ଶାସନ ବ୍ୟବସ୍ଥା ନାଗରିକଙ୍କ ଅଧିକାରକୁ ଛଡ଼ାଇନେବା ପାଇଁ ଉଦ୍ୟମ କରେ, ସେତେବେଳେ ତାହା ବିରୋଧରେ ସ୍ବର ଉଠାଇବା ହେଉଛି ପ୍ରତ୍ୟେକଙ୍କ ନୈତିକ କାର୍ଯ୍ୟ। କାତାରର ଦୋହାଠାରେ ଚାଲିଥିବା ଫୁଟ୍‌ବଲ ବିଶ୍ୱକପ୍‌ ପ୍ରତିଯୋଗିତାର ୨୧ ନଭେମ୍ବରରେ ଇଂଲଣ୍ଡ ବିପକ୍ଷରେ ଇରାନ ଖୋଳିବା ପୂର୍ବରୁ ଦୁଇ ଦେଶର ଜାତୀୟ ସଙ୍ଗୀତ ବଜାଯାଇଥିଲା। ହେଲେ ଇରାନୀୟ ଖେଳାଳିମାନେ ତାଙ୍କ ଜାତୀୟ ସଙ୍ଗୀତ ବାଜୁଥିବା ବେଳେ ନୀରବ ରହିଥିବା ଦେଖାଯାଇଥିଲା। ସେମାନେ ପରସ୍ପର କାନ୍ଧ ଉପରେ ହାତ ପକାଇ ଏକତା ସୂତ୍ରରେ ବନ୍ଧା ବୋଲି ଦର୍ଶାଉଥିଲେ ମଧ୍ୟ କେତେଜଣ ତଳକୁ ମୁଣ୍ଡ ନୁଆଁଇଥିବା ଦେଖାଯାଇଥିଲା। ଏଭଳି ପ୍ରଦର୍ଶନ ପଛରେ ରହିଥିବା କାରଣ ହେଲା ଗତ ସେପ୍ଟେମ୍ବରରେ ୨୨ ବର୍ଷୀୟା ଯୁବତୀ ମହସା ଅମିନଙ୍କ ହାଜତରେ ଘଟିଥିବା ଅସ୍ବାଭାବିକ ମୃତ୍ୟୁ ପ୍ରତିବାଦରେ ଦେଶବ୍ୟାପୀ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରିବା। ମହସା ହିଜାବ ନ ପିନ୍ଧି ରକ୍ଷଣଶୀଳ ମାନସିକତାକୁ ବିରୋଧ କରୁଥିବାରୁ ଇରାନୀୟ ପୋଲିସ ତାଙ୍କ ଉପରେ ପ୍ରତିଶୋଧ ନେଇଥିଲା। ସେବେଠାରୁ ଇରାନୀୟ ମହିଳାଙ୍କ ସମେତ ଦେଶବାସୀ ଶାସକଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଚାଲିଛନ୍ତି। ଇତିମଧ୍ୟରେ ୨,୪୦୦ ଲୋକଙ୍କୁ ଜେଲଦଣ୍ଡ ଦିଆଯାଇସାରିଲାଣି ଓ ଅନେକଙ୍କୁ ମାରିଦିଆଗଲାଣି। ୧୯୭୯ ଇରାନୀୟ ବିପ୍ଳବ ପରେ ହିଜାବ ବିରୋଧୀ ମହିଳାଙ୍କ ପ୍ରତିବାଦ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। କିନ୍ତୁ ଫୁଟବଲ ବିଶ୍ୱକପ୍‌ ମ୍ୟାଚ୍‌ ପୂର୍ବରୁ ଖଲିଫା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ ବାହାରେ ‘ମହସା ଅମିନ୍‌’ଙ୍କ ନାମ ପ୍ରତିଧ୍ୱନିତ ହେବା ଓ ଷ୍ଟାଡ଼ିୟମ ଭିତରେ ଜାତୀୟ ସଙ୍ଗୀତ ବାଜୁଥିବା ବେଳେ ଯେଭଳି ଇରାନୀୟ ଖେଳାଳି ଶାସକଙ୍କ ବିରୋଧରେ ପ୍ରତିବାଦ ଜଣାଇଲେ, ତାହା ଏବେ ଅନ୍ତର୍ଜାତୀୟ ସ୍ତରରେ ହଇଚଇ ସୃଷ୍ଟି କରିଦେଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଇରାନ୍‌ରେ ୧୯୭୯ରେ ଇସ୍‌ଲାମୀୟ ହିଂସାତ୍ମକ ବିପ୍ଳବ ଦ୍ୱାରା ସେଠାକାର ରାଜା ଶାହା ମହମ୍ମଦ ରେଜା ପହଲ୍‌ବିଙ୍କୁ ଗାଦିଚ୍ୟୁତ କରାଯାଇଥିଲା। ସେହି ଜନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଧର୍ମଗୁରୁ ରୁହୋଲ୍ଲା ଖୋମେନୀ। ତାଙ୍କ ଦେହାନ୍ତ ହୋଇଥିଲା ୩ ଜୁନ୍‌ ୧୯୮୯ରେ। ତାଙ୍କ ମୃତ୍ୟୁ ପରେ ଦେଶବ୍ୟାପୀ ଏକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଯେଉଁଥିରେ କବିମାନଙ୍କୁ ନୂଆ ଜାତୀୟ ସଙ୍ଗୀତ ରଚନା ଲାଗି କୁହାଯାଇଥିଲା। ବିଜେତାଙ୍କ ଦ୍ୱାରା ଲେଖାଯାଇଥିବା ଜାତୀୟ ସଙ୍ଗୀତରେ ସ୍ବାଧୀନତା ଆଣିଥିବାରୁ ଖୋମେନୀଙ୍କୁ ଇମାମ୍‌ ଭାବରେ ପ୍ରଶଂସା କରାଯାଇଥିଲା। ସମ୍ଭବତଃ ଏହି ପ୍ରଶଂସାକୁ ବିରୋଧ କରି ଫୁଟ୍‌ବଲ ଖେଳାଳିମାନେ ଜାତୀୟ ସଙ୍ଗୀତ ଗାଇବା ପରିବର୍ତ୍ତେ ମୌନ ରହିଥିଲେ।
ବିଶ୍ୱସ୍ତରରେ ଫୁଟ୍‌ବଲ ଖେଳର ଲୋକପ୍ରିୟତା ସର୍ବାଧିକ ରହିଆସିଛି। ଏଭଳି ଏକ ମଞ୍ଚରେ ଇରାନୀୟ ଖେଳାଳି ସାହସ ଦେଖାଇ ସେମାନଙ୍କ ଶାସକଙ୍କ ବିରୋଧରେ ଅଭିନବ ପ୍ରଦର୍ଶନ କରିବା ସାମାନ୍ୟ ବିଷୟ ନୁହେଁ। ହୁଏତ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ମାତ୍ର ଏକ ରକ୍ଷଣଶୀଳ ଚିନ୍ତାଧାରା ବିରୋଧରେ ଦେଶବାସୀଙ୍କ ସ୍ବର ସହ ସ୍ବର ମିଳାଇବା ନିଶ୍ଚିତ ଭାବେ ସେମାନେ ଇତିହାସରେ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଲେ ବୋଲି କୁହାଯିବ। ଶାସକ ସର୍ବଦା ଜନମଙ୍ଗଳ କାର୍ଯ୍ୟ କରି ଦେଖାଇବା କଥା। ପୂର୍ବରୁ ଗଡ଼ି ଆସିଥିବା ପୁରୁଣାକାଳିଆ ପ୍ରଥା ଓ ପରମ୍ପରାକୁ ସମୟର ଗତି ସହ ପରିବର୍ତ୍ତନ କରାଯିବା ଆବଶ୍ୟକ ହୋଇଥାଏ। କିନ୍ତୁ ଯେଉଁ ଧର୍ମୀୟ ଶାସକ ନିଜ କ୍ଷମତା ବଳରେ ନୂତନତ୍ୱ ଗ୍ରହଣ କରିବାକୁ ଅସ୍ବୀକାର କରିଥାଆନ୍ତି, ସେତେବେଳେ ନାଗରିକମାନେ ବିପ୍ଳବ ମାଧ୍ୟମରେ ପରିବର୍ତ୍ତନ ଆଣିଥାଆନ୍ତି। ଭାରତରେ ମଧ୍ୟ ଅନେକଙ୍କ ମୁଖରୁ ରାମରାଜ୍ୟ କଥା ଶୁଣାଯାଏ। ଦେଖିବାକୁ ଗଲେ ରାମାୟଣ ଏକ ପୁରାଣଶାସ୍ତ୍ର ହୋଇଥିବା ବେଳେ ତାହାର କୌଣସି ଐତିହାସିକ ପ୍ରମାଣ ମିଳିନାହିଁ। ଅର୍ଥାତ୍‌ ରାମଙ୍କ ଜନ୍ମଭୂମିର ନିର୍ଦ୍ଦିଷ୍ଟ ସ୍ଥାନ ଜାଣିବା ଅସମ୍ଭବ। ଏଥିସହିତ ରାମରାଜ୍ୟରେ ଗରିବ ଲୋକର ଜୀବନଶୈଳୀ କେଉଁ ପ୍ରକାର ଥିଲା, ନ୍ୟାୟ ବ୍ୟବସ୍ଥା କିଭଳି ଭାବେ ପରିଚାଳିତ ହେଉଥିଲା, ରାଜ୍ୟରେ ଟିକସ ବ୍ୟବସ୍ଥାର ରୂପରେଖ କ’ଣ ଥିଲା, କେଉଁ ପ୍ରକାରର ବ୍ୟବସାୟୀ ସେତେବେଳେ ଲାଭବାନ ହୋଇପାରୁଥିଲେ ଏବଂ ସାମାଜିକ ପ୍ରଥା ଯଥା-ବ୍ରାହ୍ମଣମାନଙ୍କ ବ୍ରତରେ ପଢ଼ାଯାଉଥିବା ଶ୍ଳୋକରେ ରାମ ଓ କୃଷ୍ଣଙ୍କ ନାମ ଥିଲା କି ନାହିଁ ଭଳି ଉତ୍ତର କାହାରି ପାଖରେ ନାହିଁ; କାରଣ ସେତେବେଳକାର କୌଣସି ପୋଥି ମିଳିନାହିଁ। ଏଥିରୁ ବୁଝିବାକୁ ହେବ ଯେ, ମଣିଷ ତା’ର ଚିନ୍ତାଶକ୍ତି ଦ୍ୱାରା ଏକ ଉଚ୍ଚକୋଟୀର ଶାସନ ବ୍ୟବସ୍ଥାର ପରିକଳ୍ପନା କରିଥିଲା। ସେହିଭଳି ଇସ୍‌ଲାମ ଧର୍ମର ଶିୟା ସମ୍ପ୍ରଦାୟରେ ମଧ୍ୟ ଉଚ୍ଚ ଚିନ୍ତାଧାରାରେ କାଳ୍ପନିକ ରାଜ୍ୟ ସୃଷ୍ଟି କରିବାର ସ୍ବପ୍ନ ରହିଛି। ସେହି ପ୍ରକାରର ସ୍ବପ୍ନ ଇସ୍‌ଲାମିକ ଷ୍ଟେଟ୍‌ର ମଧ୍ୟ ଥିଲା, ଯାହାର ନାମ ‘ଆଇଏସ୍‌’ ହୋଇଥିଲା।
ତେବେ ଇରାନ୍‌ ଫୁଟ୍‌ବଲ ଖେଳାଳିଙ୍କ ପ୍ରତିବାଦ ମନେପକାଇଦିଏ ‘ବ୍ଲାକ୍‌ ଲାଇଭ୍‌ସ ମେଟର’ ସ୍ଲୋଗାନ। ଆମେରିକାରେ ଜର୍ଜ ଫ୍ଲଏଡ୍‌ଙ୍କୁ ଆମେରିକୀୟ ପୋଲିସ ଆଣ୍ଠୁରେ ଚାପି ମାରିଦେବା ପରେ ଏହା ବିଶ୍ୱବ୍ୟାପୀ ଚହଳ ପକାଇଥିଲା। ଫିଫା ମଧ୍ୟ ସେତେବେଳେ ଖେଳାଳିଙ୍କ ବ୍ଲାକ୍‌ ଲାଇଭ୍‌ସ ମେଟରକୁ କରାଯାଇଥିବା ସମର୍ଥନରେ ‘ହଁ’ ଭରିଥିଲା। ଚଳିତ ଥର ଫୁଟ୍‌ବଲ ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ଲାଗି ହୋଇଥିବା ଖେଳ ସମୟରେ କାତାରରେ ହେଉଥିବା ମାନବ ଅଧିକାର ଉଲ୍ଲଂଘନକୁ ବିରୋଧ କରି ନରଓ୍ବେ ଏବଂ ଜର୍ମାନୀ ଖେଳାଳି ‘ମାନବ ଅଧିକାର’ ଲେଖା ଥିବା ଟି-ଶାର୍ଟ ପରିଧାନ କରିଥିଲେ। ଏହା ପରେ ଫିଫା ପକ୍ଷରୁ ଉଭୟ ଦେଶକୁ ସମର୍ଥନ କରାଯାଇଥିଲା। ଫିଫା ବାକ୍‌ ସ୍ବାଧୀନତା ଓ ଫୁଟ୍‌ବଲର ଶକ୍ତି ଭଲ କାର୍ଯ୍ୟ ଲାଗି ବଳ ଦେଇଥିବାର ବିଶ୍ୱାସ କରେ ବୋଲି କହେ। ଏବେ ଜାତୀୟ ସଙ୍ଗୀତ ଗାନ ବେଳେ ଇରାନୀୟ ଖେଳାଳିଙ୍କ ନୀରବ ପ୍ରତିବାଦର ପ୍ରଭାବ ନିଶ୍ଚିତ ଭାବେ ସେଠାକାର ସରକାରଙ୍କ ଉପରେ ପଡ଼ିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri