ଦିଗପହଣ୍ଡି,୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମରୁ ଅପହରଣ କରାଯାଇଥିବା ଜଣେ ନାବାଳିକାଙ୍କୁ ପାଟପୁର ପୋଲିସ ବୁଧବାର ଭୁବନେଶ୍ୱରରୁ ଉଦ୍ଧାର କରିଥିବା ଜଣାପଡ଼ିଛି। ନାବାଳିକାଙ୍କ ପରିବାର ଲୋକେ ପାଟପୁର ଥାନାରେ ଗତ ସୋମବାର ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଏକ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡ଼ିଛି। କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡି ଗ୍ରାମର ଜଣେ ଯୁବକ ଏହି ଅପହରଣ ଘଟଣାରେ ଅଭିଯୁକ୍ତ ବୋଲି ଜଣାପଡିଛି। ଅଭିଯୁକ୍ତ ଜଣକ ନାବାଳିକାଙ୍କ ସମ୍ପର୍କୀୟ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।


