ରୋଗୀ ସେବା କରୁଛନ୍ତି ସୁରକ୍ଷାକର୍ମୀ, ଭିଡିଓ ଭାଇରାଲ ପରେ ତଦନ୍ତ ନିର୍ଦ୍ଦେଶ

ହିଞ୍ଜିଳିକାଟୁ,୧୯ା୮(ଡି.ଏନ୍‌.ଏ.): ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ୮୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କୋଠା, ଡାକ୍ତରଖାନାକୁ କାଟାଗୋରୀ-୨ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା, ରୋଗୀ ସେବାରେ ସୁଧାର ଆଣିବା ଲାଗି ଡାକ୍ତର,ନର୍ସ ଓ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ସତ୍ତ୍ୱେ ହିଞ୍ଜିଳିକାଟୁ ଡାକ୍ତରଖାନାରେ ରୋଗୀସେବାରେ ଚରମ ଅବହେଳା ଅଭିଯୋଗ ହୋଇଛି। ଡାକ୍ତର,ନର୍ସ ଓ ସ୍ବାସ୍ଥ୍ୟକର୍ମୀଙ୍କ ରୋଗୀସେବା ବଦଳରେ ଗ୍ରୁପ -୪ ସୁରକ୍ଷାକର୍ମୀଙ୍କ ଦ୍ବାରା ରୋଗୀସେବାର ଏକ ଭିଡିଓ  ୨ଦିନ ଧରି ସୋସିଆଲ ମିଡିଆରେ ଭାଇରାଲ ପରେ ଅସଲି ସ୍ବାସ୍ଥ୍ୟସେବାର ଗୁମର ଫିଟିଛି। ବିଶେଷକରି ସନ୍ଧ୍ୟା ପରେ ହିଞ୍ଜିଳିକାଟୁ ଡାକ୍ତରଖାନାର ଏମିତି ପରିବେଶ ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ନାନା ଯନ୍ତ୍ରଣା ଆଣି ଦେଉଛି। କୌଣସି ଡାକ୍ତର ତ ଦୂରର କଥା ନର୍ସ, ସ୍ବାସ୍ଥ୍ୟକର୍ମୀଙ୍କ ବି ଦେଖା ମିଳୁନାହିଁ। ଦୂର ଦୂରଦୂରାନ୍ତରୁ ଆସୁଥିବା ରୋଗୀ ବେଡ଼ରେ ପଡି ଛଟପଟ ହେଉଥିବା ବେଳେ ମେଡିକାଲରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ଦ୍ବାରା ଚିକିତ୍ସା ହେଉଛି। ଯାହାର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହେବାରେ ଲାଗିଛି। ସ୍ବାସ୍ଥ୍ୟସେବାର ଗୁମର ପଦାରେ ପଡ଼ିବା ପରେ ଗଞ୍ଜାମ ସିଡିଏମ୍‌ଓ ଗୁରୁବାର ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଆର୍‌ଏମ୍‌ସି ପରିସରରେ ନବନିର୍ମିତ ଡାକ୍ତରଖାନା କୋଠାରେ ରୋଗୀ ସେବା ଆରମ୍ଭ ହୋଇଥିଲା ଗତ ଫେବୃଆରୀ ମାସରେ। ସେଠାରେ ଡାକ୍ତର ଓ କର୍ମଚାରୀଙ୍କ ପାଇଁ କ୍ୱାର୍ଟର ରହିଛି। ତେବେ ଏ ପର୍ଯ୍ୟନ୍ତ ମାତ୍ର ଜଣେ ଡାକ୍ତର, ଫାର୍ମାସିଷ୍ଟ ବ୍ୟତୀତ ଅନ୍ୟ କେହି ଏଠାରେ ରହୁନାହାନ୍ତି। ଡାକ୍ତରମାନେ ବ୍ରହ୍ମପୁର ଠାରେ ରହିବା ସହ ପାଳି କରି ଏଠାକୁ ଆସୁଛନ୍ତି। କିଛି ଡାକ୍ତର ବିଭିନ୍ନ ଅଞ୍ଚଳ ବୁଲି ଘରୋଇ ଚିକିତ୍ସାରେ ବ୍ୟସ୍ତ ରହୁଛନ୍ତି। ଫଳରେ ଗ୍ରୁପ୍‌-୪ ସୁରକ୍ଷାକର୍ମୀ ସ୍ବାସ୍ଥ୍ୟସେବା ଯୋଗାଇ ରୋଗୀଙ୍କଠାରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି।

ଟଙ୍କାଛାଇ ଅଞ୍ଚଳର ଜଣେ ରୋଗୀ କିଛିଦିନ ତଳେ ଚିକିତ୍ସା ନିମନ୍ତେ ହିଞ୍ଜିଳିକାଟୁ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ହଠାତ୍‌ ଅସୁସ୍ଥତା ଅନୁଭବ କରିବାରୁ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ବ୍ଲଡ଼ ପ୍ରେସର ମେଶିନ ସାହାଯ୍ୟରେ ସ୍ବାସ୍ଥ୍ୟ ଯାଞ୍ଚ କରିଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ରୋଗୀଙ୍କ ସମ୍ପର୍କୀୟ ଏହାର ଭିଡିଓ ଉତ୍ତୋଳନ କରିବା ସହ ମେଡିକାଲର ଦୁରାବସ୍ଥା ସମ୍ବନ୍ଧରେ ଗୁମର ଖୋଲିଛନ୍ତି। ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri