ସୁଇପର ଭରସାରେ ଚାଲିଛି ରୋଗୀ ସେବା

ନୂଆପଡ଼ା ଅଫିସ,୧୦।୪: ରାଜ୍ୟ ସରକାର ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଉପାନ୍ତ ନୂଆପଡା ଜିଲାରେ ସବୁ ଫେଲ ମାରୁଛି। ପାର୍ଟଟାଇମ ସୁଇପର ରୁପସିଂ ମାଝିଙ୍କ ଭରସାରେ ଚାଲିଛି ନୂଆପଡା ସଦର ବ୍ଲକ କୁଲିଆବନ୍ଧା ଗାଁରେ ଥିବା ହୋମିଓପାଥିକ ଚିକିତ୍ସାଳୟ। ୧୯୮୦ ଏପ୍ରିଲ ୧ରେ ହୋମିଓପାଥିକ ଚିକିତ୍ସାଳୟ ସ୍ଥାପିତ ହୋଇଛି। ଏଠାରେ କୌଣସି ସ୍ଥାୟୀ ନିଯୁକ୍ତ କର୍ମଚାରୀ ନ ଥିବାରୁ ସବୁ କାମ ପାର୍ଟ ଟାଇମ ସୁଇପର ଚଳାଇ ନେଉଛନ୍ତି। ନୂଆପଡା ସଦର ବ୍ଲକ ସିଆଲଟି ଗାଁରେ ଥିବା ସରକାରୀ ହୋମିଓପାଥିକ ଚିକିତ୍ସାଳୟରେ ନିଯୁକ୍ତ ଡାକ୍ତର ନମିତା ଦାସଙ୍କୁ ଏଠାରେ ଡେପୁଟେଶନରେ ଦେଇଛନ୍ତି। ସେ ସପ୍ତାହରେ ଥରେ ଦୁଇ ଥର ଆସି ରୋଗୀ ଦେଖିବା କଥା। ସେ କେବେ ମଧ୍ୟ ଆସି ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ସରକାରୀ ହୋମିଓପାଥିକ ଚିକିତ୍ସାଳୟରେ କୁଲିଆବନ୍ଧା, ଭାନପୁର, ବିରୋମାଲ, ବିଶୋରା, କାଦୋମେରି, ପରକୋଡ, ବେଲଟୁକୁରୀ, ଜାମପାନି ଆଦି ପଞ୍ଚାୟତ ସମେତ ଛତିଶଗଡର ବାଗବାହାରା, କୋମାଖାନ ଅଞ୍ଚଳର ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ଗାଁର ଲୋକେ ନିର୍ଭର କରନ୍ତି। ଦିନକୁ ଶହ ଶହ ରୋଗୀ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଅସୁଥିଲେ। ପ୍ରାୟ ୪ ବର୍ଷରୁ ଊର୍ଦ୍ଧ୍ୱ ହେବ ଏଠାରେ ଡାକ୍ତର ନ ଥିବାରୁ ସାମାନ୍ୟ ରୋଗୀ ଆସିଲେ ସୁଇପର କାମ ଚଳାଇ ନେଉଥିବା ଗ୍ରାମବାସୀ କହିଛନ୍ତି। ଅତ୍ୟଧିକ ଜ୍ୱର ଏବଂ ଅନ୍ୟ ରୋଗରେ ପଡି ଦୂରଦୂରାନ୍ତରୁ ରୋଗୀମାନେ ଆସି ଅସୁବିଧାର ସମ୍ମୁଖିନ ହୋଇ ଅଧିକ ଖର୍ଚ୍ଚାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା ଅଭିଯୋଗ ହେଉଛି। ଏହି ହୋମିଓପାଥିକ ଚିକିତ୍ସାଳୟ ଜରାଜିର୍ଣ୍ଣ ଅବସ୍ଥାରେ ରହିଛି। ନାଁ ଚାଲିଛି ରୋଗୀସେବା ନାଁ ଆସୁଛନ୍ତି ଡାକ୍ତର। ଚିକିତ୍ସାଳୟର ଚର୍ତୁଦିଗରେ ଚାହିଁଲେ ଅନାବନା ଘାସ ଉଠି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଲାଣି। ଚିକିତ୍ସାଳୟରେ ତାର ଲାଗିଛି, ବିଦ୍ୟୁତ ସଂଯୋଗ ନାହିଁ। ଏହି ଚିକିତ୍ସାଳୟକୁ ଲକ୍ଷ ଲକ୍ଷ ଟଙ୍କାର ଔଷଧ ଆସୁଛି। ହେଲେ କର୍ମଚାରୀ ନାହିଁ। ସୁଇପର ରୁପସିଂ ମାଝି ରୋଗୀଙ୍କୁ ପଚାରି ଔଷଧ ଦେଉଛନ୍ତି। କେଉଁ ରୋଗୀଙ୍କୁ କେଉଁ ଔଷଧ ଦେଉଛନ୍ତି ଖୋଦ ଭଗବାନ ହିଁ ଜାଣିବେ। ଚିକତ୍ସାଳୟ ସବୁବେଳେ ବନ୍ଦ ହୋଇ ରହିଥାଏ। ଔଷଧ ନେବାକୁ ହେଲେ ସୁଇପରଙ୍କୁ ଘରକୁ ଯାଇ ଡାକି ଆଣିବାକୁ ପଡେ। ଡେପୁଟେଶନରେ ଥିବା ଡାକ୍ତର ନମିତା ଦାସଙ୍କୁ ପଚାରିବାରୁ ମୁଁ ମାସକୁ ଥରେ ଯାଉଥିଲି। ଉପାନ୍ତ ଅଞ୍ଚଳ ଯିବା ସୁବିଧା ନ ଥିବାରୁ ଯାଇ ପାରୁନାହିଁ ବୋଲି କହିଥିଲେ। ଏ ସଂକ୍ରାନ୍ତରେ ଡିଏଚଏମଓ ଭବାନୀପାଟଣା ଡା.ବିଜୟଲକ୍ଷ୍ମୀ ବେହେରାଙ୍କୁ ପଚାରିବାରୁ ଡାକ୍ତର ପୋଷ୍ଟ ଆମେ ଦେଇ ପାରିବୁ ନାହିଁ। ସରକାରଙ୍କସ୍ତରରୁ ନିଯୁକ୍ତ ହୋଇଥାନ୍ତି। ବର୍ତ୍ତମାନ ଓପିଏସସି ପରୀକ୍ଷା ହେବାର ଅଛି। ଯେଉଁଠାରେ ଖାଲି ପଡିଛି, ଆମେ ସରକାରଙ୍କୁ ଜଣାଇଦେବୁ। କଳାହାଣ୍ଡି ଓ ନୂଆପଡା ଜିଲାରେ ୨୨ରୁ ୧୧ଜଣ ରହିଛନ୍ତି। ସେଥି ମଧ୍ୟରୁ ନୂଆପଡା ଜିଲାରେ ସିଆଲଟି, ଖଇରା ଓ ଗଣ୍ଡାବାହାଲିରେ ଡାକ୍ତର ରହିଥିବା ବେଳେ କୁଲିଆବନ୍ଧା ଓ ଦାବ୍ରିରେ ଖାଲି ପଡିଛି। ସିଆଲଟିରେ ଥିବା ଡାକ୍ତରଙ୍କୁ ବୁଝି ୩ ଦିନ କୁଲିଆବନ୍ଧା ଓ ୩ ଦିନ ସିଆଲଟି କରି ଦିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିସିଆର ଭ୍ୟାନରେ ନାହିଁ ପ୍ରଦୂଷଣ ସାର୍ଟିଫିକେଟ୍‌, ମନଇଚ୍ଛା କରୁଛି ଯାତାୟାତ, ଲୋକେ କହିଲେ ଆମର ଚାଲାଣ କଟିଲେ…

ଭୁବନେଶ୍ୱର,୨୯।୧୨(ତ୍ରିନାଥ ମହାନ୍ତି): ଆଇନ ସମସ୍ତଙ୍କ ପାଇଁ ସମାନ। ସେ ଅଧିକାରୀ ହୁଅନ୍ତୁ ବା ସାଧାରଣ ଲୋକ। ଏବେ ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ(ପିୟୁସି) ସାର୍ଟିଫିକେଟ ସବୁ ଗାଡ଼ି...

ଧନୁଯାତ୍ରା ଦେଖିବେ ମୁଖ୍ୟମନ୍ତ୍ରୀ: ରାଜ ଦରବାରରେ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବରେ ମଥୁରାନଗରୀ ଉଠୁଛି ଓ ପଡୁଛି। କଂସ ମହାରାଜଙ୍କ ଅତ୍ୟାଚାରରେ ସମଗ୍ର ମଥୁରା ନଗରୀ ଥରହର...

ପିକ୍‌ନିକ୍‌ ପାଇଁ ଆସି ୨ ଗୋଷ୍ଠୀ ପିଟାପିଟି: ଆଜି ଖାଁ ଖାଁ ଡୁଲୁରୀ ପାଇନ୍‌ ବଣ

ଦାରିଙ୍ଗବାଡ଼ି,୨୯ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଡ଼ୁଲୁରୀ ପାଇନ ବଣରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାରେ ସୋମବାର ସକାଳେ ଉକ୍ତ ଡୁଲୁରୀ...

ଶୁଖିଯିବ ଓଡ଼ିଶାର ଉଦନ୍ତୀ ନଦୀ: ଛତିଶଗଡ଼ କରିବ ବ୍ୟାରେଜ

ଭବାନୀପାଟଣା,୨୯।୧୨ (ଉତ୍ତମ କୁମାର ଦାଶ): ଶୁଖିଯିବ ଓଡ଼ିଶାର ଉଦନ୍ତୀ ନଦୀ। ଛତିଶଗଡ଼ ନିର୍ମାଣ କରିବ ବ୍ୟାରେଜ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦୁର୍ଭାଗ୍ୟର ବିଷୟ ଏନେଇ...

ବାଇକ୍‌ ଚାଳକଙ୍କୁ ଚାପି ଦେଇ ଗଛରେ ପିଟିହେଲା ହାଇଓ୍ବା

ବୌଦ୍ଧ,୨୯ା୧୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଚାରିଛକ କୁସଙ୍ଗ ପୂର୍ତ୍ତ ରାସ୍ତାର ଏକତାଳଠାରେ ସୋମବାର ସକାଳେ ଏକ ହାଇଓ୍ବା ଧକ୍କାରେ ମୋଟରସାଇକେଲ ଚାଳକଙ୍କ...

ଫ୍ୟାନ୍ସଙ୍କ ଭିଡ଼ ଯୋଗୁ ବିମାନବନ୍ଦରରେ ପଡ଼ିଗଲେ ସୁପରଷ୍ଟାର ବିଜୟ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୯।୧୨: ସୁପରଷ୍ଟାର ବିଜୟ ଯେଉଁଠାକୁ ଯାଆନ୍ତି, ପ୍ରଶଂସକମାନେ ତାଙ୍କୁ ଘେରି ଯାଆନ୍ତି । ଏହି ଅଭିନେତା ହଜାର ହଜାର ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିବା ପାଇଁ...

ମୃତ ଶିଶୁର ଚିକିତ୍ସା ପାଇଁ ଜିଲା ଚିକିତ୍ସାଳୟକୁ ପଠାଇଲେ ଡାକ୍ତର, ଆଉ ତା’ ପରେ…

ପାରଳାଖେମୁଣ୍ଡି,୨୯ା୧୨ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ସ୍ବାସ୍ଥ୍ୟସେବା ବିଗିଡ଼ିବାରେ ଲାଗିଛି। ଜଣଙ୍କର ମୃତ୍ୟୁ ଘଟିଥିଲେ ସୁଦ୍ଧା ତାକୁ ଉଚ୍ଚ ଚିକିତ୍ସା ପାଇଁ ଡାକ୍ତର ଅନ୍ୟତ୍ର ସ୍ଥାନାନ୍ତର...

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri