ନେତାଙ୍କ ଟଙ୍କା, ମୁହଁ ଖୋଲିବାକୁ ଭୟ

ସମ୍ବଲପୁର,୧୦ା୪(ବ୍ୟୁରୋ): ଦେବଗଡ ଜିଲାରେ ଘଟିଥିବା ଏକ ମାମଲାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ସମ୍ବଲପୁର ଜିଲା ରେଙ୍ଗାଲି ଥାନା ପଣ୍ଡଲୋଇ ଗ୍ରାମରେ ପୋଲିସ ଟିମ୍‌ ଗତ ୬ ତାରିଖ ରାତିରେ ଚଢାଉ କରିଥିଲା। ଏହି ଗ୍ରାମର ଜଣେ ଯୁବକଙ୍କୁ ପୋଲିସ ଉଠାଇ ନେଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ସମ୍ପୃକ୍ତ ଯୁବକଙ୍କ ପତ୍ତା ମିଳୁନାହିଁ । ଏହାକୁ ନେଇ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି ା ହେଲେ ଏହି ଚଢାଉ ସମୟରେ ୫ ବସ୍ତା ୨ ହଜାର ଟଙ୍କିଆ ନୋଟ ଗାଏବ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଛି। ଘଟଣାକୁ ନେଇ ଧରିତ୍ରୀରେ ରବିବାର ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ପୁରା ପୋଲିସ ବିଭାଗ ଛବି ସୁଧାରିବାକୁ ପ୍ରାଣପଣେ ଉଦ୍ୟମ ଆରମ୍ଭ କରିଛି। ବସ୍ତା ବସ୍ତା ଟଙ୍କା କିଏ ନେଲା, କୁଆଡେ ଗଲା ତାହା ଏବେ ତଦନ୍ତ ସାକ୍ଷେପ ହୋଇଛି। ରେଙ୍ଗାଲି ଥାନା ପୋଲିସ ଚଢାଉକୁ ନେଇ କିଛି ଜାଣି ନ ଥିବା କହୁଥିବା ବେଳେ ଦେବଗଡ ପୋଲିସ ଚଢାଉ ହୋଇଥିବା ନେଇ ସ୍ବଷ୍ଟ କରିଛି। ଏପରିକି ସଦର ଏସ୍‌ଡିପିଓ ପ୍ରଦୀପ ସାହୁ ମଧ୍ୟ ଚଢାଉ ହୋଇଥିବା ନେଇ ସ୍ବୀକାର କରିଛନ୍ତି। ତେବେ ରେଙ୍ଗାଲି ପୋଲିସ ଏହି ଘଟଣାରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଥିବାରୁ ଟଙ୍କା ଗାଏବ ଘଟଣାରେ ପୋଲିସ କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସୁଛି। ପୋଲିସ ବିଭାଗ ଉଚ୍ଚ ପଦଧିକାରୀ ସ୍ବଚ୍ଛତା ଅନୁସାରେ ତଦନ୍ତ କଲେ ଘଟଣାର ପର୍ଦ୍ଦାଫାଶ ହୋଇ ପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଅନ୍ୟପଟେ ଚଢାଉ ସମୟରେ ଗାଏବ ହୋଇଥିବା ଟଙ୍କା ଜଣେ ବରିଷ୍ଠ ରାଜନେତା ତଥା ପ୍ରତିଷ୍ଠିତ ବ୍ୟବସାୟୀଙ୍କର ବୋଲି ଆଲୋଚନା ହେଉଛି। ଜମି ବିକ୍ରି ବାବଦରେ ମିଳିଥିବା ଟଙ୍କା ହୋଇଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ା ଅନ୍ୟପଟେ ଦେବଗଡ ଜିଲା ଟାଉନ ଥାନାରେ ଅର୍ଥ ଲଗାଣକାରୀ ସଂସ୍ଥ୍‌ା କର୍ମଚାରୀ ରୀତା ସାହୁଙ୍କ ହୋଇଥିବା ହତ୍ୟା ମାମଲାରେ ଏହି ଚଢାଉର ଲିଙ୍କ୍‌ ଥିବା ନେଇ ଚର୍ଚ୍ଚା ହେଉଛି। ରୀତା ପୂର୍ବରୁ ପଣ୍ଡଲୋଇ ଗ୍ରାମକୁ ଯିବା ଆସିବା କରୁଥିଲେ। ଏହା ସହ ଉକ୍ତ ଗ୍ରାମର ଯୁବକଙ୍କ ସହ ଟଙ୍କା ନେଣଦେଣ କାରବାର ମଧ୍ୟ କରୁଥିଲେ। ତେଣୁ ପୋଲିସ ସନ୍ଦେହ କରି ଏପ୍ରିଲ ୬ ତାରିଖ ରାତିରେ ଚଢାଉ କରିଥିଲା। ଗାଏବ ହୋଇଥିବା ଟଙ୍କା ଆୟ ବହିର୍ଭୂତ ହୋଇଥିବାରୁ ଦାବିଦାର ମଧ୍ୟ ଦାବି କରୁନାହାନ୍ତି। ଅନ୍ୟପଟେ ପୋଲିସ ଗିରଫଦାରୀ ଭୟ ରହିଛି। ଏ ସମ୍ପର୍କରେ ଏସ୍‌ଡିିପିଓ ସାହୁ କହିଛନ୍ତି ଯେ, ଘଟଣାକୁ ନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏତେ ଗୁଡାଏ ଟଙ୍କା କୁଆଡୁ ଆସିଲା, କାହିକିଁ ରଖିଥିଲେ ସେନେଇ ଯାଞ୍ଚ କରାଯିବ। ଏହାସହ ଚଢାଉ ସମୟରେ କେତେ ସ୍ବଚ୍ଛତା ଅବଲମ୍ବନ କରାଯାଇଥିଲା ସେନେଇ ମଧ୍ୟ ତଦନ୍ତ ହେବ ବୋଲି କହିଥିଲେ। ସୂଚନାଯୋଗ୍ୟ, ଦେବଗଡ ଜିଲା ଟାଉନ ଥାନା ଅନ୍ତର୍ଗତ ଏକ ମାମଲାରେ ପୋଲିସ ଟିମ୍‌ ପଣ୍ଡଲୋଇ ଗ୍ରାମରେ ଚଢାଉ କରିଥିଲା। ଜଣେ ବ୍ୟକ୍ତିଙ୍କ ଘରୁ ପ୍ରାୟ ୫ ବସ୍ତା ୨ ହଜାର ଟଙ୍କିଆ ନୋଟ ଜବତ କରିଥିଲା। ରେଙ୍ଗାଲି ଥାନା ପୋଲିସ କିଛି ଜାଣି ନ ଥିବା କହୁଥିବା ବେଳେ ପୋଲିସ ବଡବାବୁମାନେ ମଧ୍ୟ ଘଟଣାରେ ନୀରବ ରହିଛନ୍ତି। ଚଢାଉ ସମୟରେ ଭିଡିଓ ରେକର୍ଡ କିମ୍ବା ସାକ୍ଷ୍ୟ ପ୍ରମାଣ ନ ଥିଲେ ପୋଲିସ ପାଇଁ ଅଡୁଆ ବଢିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୫ ରାଶିଙ୍କୁ କ୍ୟାରିୟର-ବ୍ୟବସାୟରୁ ପ୍ରଚୁର ଧନଲାଭ; ପ୍ରବଳ ଇନକମ୍‌କୁ ଚାକିରିରେ ବଡ଼ ପଦବୀର ଅଫର୍‌

୧୨ ସେପ୍ଟେମ୍ୱର, ୨୦୨୬ରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଏବଂ ଶନିବାର ଦିନ ପଡୁଛି। ପଞ୍ଚାଙ୍ଗ ଅନୁଯାୟୀ, ଏହି ତିଥିରେ ତ୍ରିପୁଷ୍କର ଯୋଗର ଶୁଭ…

କିଡନୀ ରୋଗୀଙ୍କୁ ମାନବିକତାର ହାତ ବଢ଼ାଇଲେ ବାବୁ ଭାଇ ଫ୍ୟାନ କ୍ଲବ

ଭଞ୍ଜନଗର, ୧୧।୯ (ବାବୁଲା ପ୍ରଧାନ): ମାନବିକତାର ହାତ ବଢ଼ାଇ ଜଣେ ଅସହାୟ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର…

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?