୩୦କୁ ବଢ଼ିଲା ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ଆବେଦନ

କଟକ,୧୯।୧୧(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୬-୨୭ ବର୍ଷର ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ନିମନ୍ତେ ଆବେଦନ ସମୟସୀମା ନଭେମ୍ୱର ୩୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ପୂର୍ୱରୁ ନଭେମ୍ୱର ୧୧ରେ ପ୍ରକାଶିତ ବିଜ୍ଞପ୍ତିରେ ନଭେମ୍ୱର ୨୨ ତାରିଖ ମଧ୍ୟରାତ୍ର ଯାଏ ଅନଲାଇନ ଆବେଦନର ଅବଧି ଦର୍ଶାଯାଇଥିଲା। ତେବେ ଅଭିଭାବକଙ୍କ ଅନୁରୋଧ କ୍ରମେ ଏହି ଅବଧି ବର୍ଦ୍ଧିତ କରାଯାଇଥିବା ବୋର୍ଡ ସଭାପତି ବୁଧବାର ପ୍ରେସ୍‌ ବିଜ୍ଞପ୍ତିରେ ଦର୍ଶାଇଛନ୍ତି।

Share