୯୫୦ କୋଟି ରୋଜଗାର କଲାଣି ‘ପଠାନ’

ମୁମ୍ବାଇ: ଜାନୁୟାରୀ ୨୫ରେ ମୁକ୍ତିଲାଭ କରିଥିବା ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ଜବରଦସ୍ତ ରେକର୍ଡ ସୃଷ୍ଟି କରିଛି। ପ୍ରେକ୍ଷାଳୟରେ ୩ ସପ୍ତାହରୁ ଅଧିକ ସମୟ ଧରି ଏହା ଚାଲିଥିଲେ ମଧ୍ୟ ଆଜି ବି ହାଉସ୍‌ ଫୁଲ୍‌ ରହୁଛି। ସପ୍ତାହ ଶେଷରେ ଭାରତରେ ରୋଜଗାରରେ ଦେଖାଯାଇଥିବା ଜମ୍ପ୍‌ ପରେ ବର୍ତ୍ତମାନ ଏହି ଫିଲ୍ମ ବିଶ୍ୱବ୍ୟାପୀ ରୋଜଗାର କରିବାରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛି।

Shaleena Nathani Decodes Styling Shah Rukh Khan, Deepika Padukone In Song 'Jhoome Jo Pathan'

ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶିତ ଏବଂ ଶାହାରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’ରେ ଦର୍ଶକମାନେ କିଙ୍ଗ୍‌ଖାନଙ୍କ ଅଭିନୟ ଦେଖିବା ସହିତ ଆକ୍ସନ ଏବଂ ରୋମାଞ୍ଚକର ଦୃଶ୍ୟ ମଧ୍ୟ ଦେଖିବାକୁ ପାଇଥିଲେ। ଏହି ଫିଲ୍ମ ପ୍ରଥମ ଦିନରୁ ଦର୍ଶକଙ୍କୁ ଆକର୍ଷିତ କରିଆସୁଛି। ଏହା ମଧ୍ୟ କୁହାଯାଉଛି ଯେ, ଆଜି ବି କିଙ୍ଗ୍‌ଖାନଙ୍କ ଷ୍ଟାରଡମ୍‌ ସାରା ବିଶ୍ୱରେ ଜୀବନ୍ତ ଅଛି। ‘ଦଙ୍ଗଲ’, ‘କେଜିଏଫ୍‌ ୨’କୁ ପଛରେ ପକାଇ ‘ପଠାନ’ ବିଶ୍ୱରେ ଏକ ନୂତନ ସ୍ଥାନ ହାସଲ କରିଛି। ଯାହା ପ୍ରଶଂସନୀୟ। ବାସ୍ତବରେ ‘ପଠାନ’ ସର୍ବଭାରତୀୟ ସ୍ତରରେ ୯୫୦ କୋଟି ଟଙ୍କା ଅତିକ୍ରମ କରିଛି। ଏଭଳି ପରିସ୍ଥିତିରେ ଖୁବ୍‌ଶୀଘ୍ର ‘ପଠାନ’ ୧୦୦୦ କୋଟି ଟଙ୍କାର କ୍ଲବରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri