Categories: ଖେଳ

ଏବେ ବି ଯଥେଷ୍ଟ ପଠାନ ବ୍ରଦର୍ସ

ଅଲ ଆମେରାତ(ଓମାନ),୨୧।୧: ପେଶାଦାର କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ପଠାନ ବ୍ରଦର୍ସ ଏବେ ବି କ୍ରିକେଟ ପଡ଼ିଆରେ ମ୍ୟାଚ୍‌ ଜିତାଇବା ପାଇଁ ଯଥେଷ୍ଟ। ୟୁସୁଫ ପଠାନଙ୍କ ୪୦ରୁ ୮୦ ରନ୍‌ର ବିସ୍ଫୋରକ ଇନିଂସ ଏବଂ ଇର୍ଫାନ (୨୫* ଓ ୨/୨୧)ଙ୍କ ଅଲରାଉଣ୍ଡିଂ ପ୍ରଦର୍ଶନ ଯୋଗୁ ଇଣ୍ଡିଆ ମହାରାଜାସ ୬ ଉଇକେରେ ଏସିୟା ଲାୟନ୍ସକୁ ହରାଇ ଦେଇଛି।

ପ୍ରଥମେ ବ୍ୟାଟିଂ କରିଥିବା ଏସିୟା ଲାୟନ୍ସ ୨୦ ଓଭରରେ ୭ ଉଇକେଟ ହରାଇ ୧୭୫ ରନ୍‌ କରିଥିଲା। ଦଳ ପାଇଁ ଉପୁଲ ଥରାଙ୍ଗା ୬୬ (୭ ଚୌକା ଓ ୨ ଛକା) ଓ ଅଧିନାୟକ ମିଶବା ଉଲ ହକ୍‌ ୪୪ (୧ ଚୌକା ଓ ୪ ଛକା) ରନ୍‌ କରିଥିଲେ। ମନପ୍ରୀତ ଗୋନି ୩ ଏବଂ ଇର୍ଫାନ ୨ ଉଇକେଟ ହାତେଇଥିଲେ। ଜବାବରେ ଇଣ୍ଡିଆ ମହାରାଜର ଆରମ୍ଭ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା। ଦଳ ମାତ୍ର ୬.୧ ଓଭରରେ ୩୪ ରନ୍‌ ମଧ୍ୟରେ ୩ ବ୍ୟାଟରଙ୍କୁ ହରାଇ ସାରିଥିଲା। ତା’ ପରେ ଆରମ୍ଭ ହୋଇଥିଲା ୟୁସୁଫଙ୍କ ଓ୍ବାନ ମ୍ୟାନ୍‌ ଶୋ’। ୪୦ ବଲରେ ୯ ଚୌକା ଓ ୫ ଛକା ସହାୟତାରେ ୮୦ ରନ୍‌ କରିଥିଲେ। ତାଙ୍କୁ ଅଧିନାୟକ ମହମ୍ମଦ କୈଫ ୪୨ (୫ ଚୌକା) ଓ ଇର୍ଫାନ ୨୧ (୨ ଚୌକା ଓ ୧ ଛକା) ରନ୍‌ର ଉପଯୁକ୍ତ ସହାୟତା ପ୍ରଦାନ କରିଥିଲେ।

Share