ପତଞ୍ଜଳିର ୩୦ତମ ପୂର୍ତ୍ତି ଉତ୍ସବ

ନୂଆଦିଲ୍ଲୀ,୬।୧ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ସଂସ୍ଥାନର ୩୦ତମ ପୂର୍ତ୍ତି ଉତ୍ସବ ରବିବାର ହରିଦ୍ୱାରର ପତଞ୍ଜଳି ୱେଲ୍‌ନେସସ୍ଥିତ ଯୋଗ ଭବନ ଅଡିଟୋରିୟମଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ପତଞ୍ଜଳି ଯୋଗପୀଠର ପରମାଧ୍ୟକ୍ଷ ସ୍ବାମୀ ବାବା ରାମଦେବ ଏବଂ ପତଞ୍ଜଳି ଯୋଗପୀଠର ସାଧାରଣ ସମ୍ପାଦକ ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣାଙ୍କ ସମେତ ପତଞ୍ଜଳି ଯୋଗପୀଠର ୬୦୦୦ରୁ ଅଧିକ ପ୍ରଭାରୀ ଓ ଅନ୍ୟମାନେ ଯୋଗ ଦେଇଥିଲେ।
ଏହି ପରିପ୍ରେକ୍ଷୀରେ ବାବା ରାମଦେବ କହିଥିଲେ, ଆମେ ଅନେକ ଘଟଣା ମଧ୍ୟରେ ଆଜି ୩୦ତମ ପୂର୍ତ୍ତି ଉତ୍ସବ ପାଳନ କରୁଛୁ। ଏପରିକି ଗତ ୩୦ ବର୍ଷର ସେବା, ସଂଘର୍ଷ ଏବଂ ସାଧନାକୁ ସେ ସୁନ୍ଦର ଭାବେ ସର୍ବସାଧାରଣରେ ଉପସ୍ଥାପନ କରିଥିଲେ। ଏପରିକି ପତଞ୍ଜଳି ଯୋଗପୀଠର ଭବିଷ୍ୟତ ଯୋଜନା ଉପରେ ମଧ୍ୟ ରାମଦେବ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ବିଶେଷକରି ଯୋଗପୀଠର ଯୋଗକ୍ରାନ୍ତିର ଅଶେଷ ସଫଳତା ପରେ ରାମଦେବ ବର୍ତ୍ତମାନ ପାଞ୍ଚଟି ବିପ୍ଳବ ‘ଶିକ୍ଷା, ଚିକିତ୍ସା (ଔଷଧ), ଅର୍ଥନୈତିକ (ଆର୍ଥିକ), ଆଦର୍ଶ-ସାଂସ୍କୃତିକ ତଥା ନିଶା’ର ନିବାରଣ ପତଞ୍ଜଳିରୁ ଆରମ୍ଭ ହେବା ଆବଶ୍ୟକ ବୋଲି ସେ କହିଥିଲେ। ସେହିଭଳି ପତଞ୍ଜଳି ଯୋଗପୀଠର ସାଧାରଣ ସମ୍ପାଦକ ଆଚାର୍ଯ୍ୟ ବାଲକ୍ରିଷ୍ଣା କହିଥିଲେ, ଗତ ୩୦ ବର୍ଷ ମଧ୍ୟରେ ଆମେ ଅନେକ ପ୍ରକାରର ପରିବର୍ତ୍ତନ ଆଣିପାରିଛୁ। ଆଗାମୀ ଦିନରେ ସ୍ବାମୀଙ୍କର ସଂକଳ୍ପକୁ ଶତପ୍ରତିଶତ ପୂରଣ କରିବାକୁ ସବୁ ସ୍ତରରେ ପ୍ରୟାସ କରିବୁ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୮୦,୦୦୦ ଉପରେ ସୁନା ଦର

ଭୁବନେଶ୍ୱର,୧୩।୧ (ଅଭୟ ଦାଶ): ଦିନ କେଇଟା ପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏପରିକି ବିବାହ କାର୍ଯ୍ୟକ୍ରମରେ ସବୁବର୍ଗର ଲୋକ ଅଳ୍ପବହୁତ ସୁନା କିଣିଥାନ୍ତି।...

ଉତ୍କଳ କର୍କଟ କନ୍‌କ୍ଲେଭ୍‌ ୨.୦ ଉଦ୍‌ଯାପିତ

ଭୁବନେଶ୍ୱର,୧୩।୧: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ନୀଳାନ୍ଦ୍ରିବିହାରସ୍ଥିତ ଉତ୍କଳ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ୍‌ ପକ୍ଷରୁ ଏକ ଦିନିକିଆ କର୍ମଶାଳା ‘ଉତ୍କଳ କର୍କଟ କନ୍‌କ୍ଲେଭ...

ସଞ୍ଜୟ ହଂସଙ୍କୁ ରତ୍ନଶ୍ରୀ ପୁରସ୍କାର

ଭୁବନେଶ୍ୱର,୧୩।୧: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଲାଲଚାନ୍ଦ୍‌ ଗ୍ରୁପ୍‌ର ପ୍ରତିଷ୍ଠାତା ସଞ୍ଜୟ ହଂସଙ୍କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ‘ରତ୍ନଶ୍ରୀ ପୁରସ୍କାର’ରେ ସମ୍ମାନିତ...

୩ ଦିନରେ ୨କୋଟିର କାରବାର

ଭୁବନେଶ୍ୱର,୧୨।୧ (ଅଭୟ ଦାଶ): ପ୍ରଥମ ଥର ପାଇଁ ବୟନିକା ପକ୍ଷରୁ ଆରମ୍ଭ ହୋଇଥିତ୍ବା ରାତି ବଜାର ‘ବୟନିକା ନାଇଟ୍‌ ବଜାର’କୁ ଉଲ୍ଲେଖନୀୟ ସଫଳତା ମିଳିଛି। ଏପରିକି...

ରାଜ୍‌ ଇଲେକ୍ଟ୍ରୋନିକ୍ସରେ ଏସି ମହା ସଞ୍ଚୟ ସେଲ୍‌

ଭୁବନେଶ୍ୱର,୧୨ା୧,(ଅନୁରାଧା ମହାରଣା): ରାଜ୍‌ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର(ଏସି) ମହା ସଞ୍ଚୟ ସେଲ୍‌ ଘୋଷଣା କରାଯାଇଛି। ଖରାଦିନ ଆରମ୍ଭ ହେଲେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମୂଲ୍ୟରେ...

ପତଞ୍ଜଳି ବିଶ୍ୱବିଦ୍ୟାଳୟର ୪ର୍ଥ ସଂସ୍ଥାଗତ ସ୍ବର୍ଣ୍ଣପଦକ ପ୍ରତିଯୋଗିତା

ଭୁବନେଶ୍ୱର,୧୨ା୧(ଅନୁରାଧା ମହାରଣା): ପତଞ୍ଜଳି ବିଶ୍ୱବିଦ୍ୟାଳୟ ମାନବିକତା ଏବଂ ଓରିଏଣ୍ଟାଲ ଷ୍ଟଡିଜ୍‌ ଏବଂ ଦର୍ଶନ ଏବଂ ସଂସ୍କୃତ ବିଭାଗ ପକ୍ଷରୁ ମିଳିତ ଭାବେ ଚତୁର୍ଥ ସଂସ୍ଥାଗତ ସ୍ବର୍ଣ୍ଣପଦକ...

ଗେମ୍‌ ଚେଞ୍ଜର ସହ ଡା. ଅର୍ଥୋର ବୁଝାମଣା

ନୂଆଦିଲ୍ଲୀ,୧୨।୧: ଦେଶର ଅଗ୍ରଣୀ ଆୟୁର୍ବେଦିକ୍‌ କମ୍ପାନୀ ତଥା ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରମୁଖ ବ୍ରାଣ୍ଡ୍‌ ଡା. ଅର୍ଥୋ ଏବଂ ବଲିଉଡ୍‌ ଫିଲ୍ମ ‘ଗେମ୍‌ ଚେଞ୍ଜର’...

‘ମୋ ପତ୍ନୀ ତ ସୁନ୍ଦର,’ L&T ଚେୟାରମ୍ୟାନଙ୍କ ବୟାନକୁ ନେଇ ମଜାଦାର ଜବାବ ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୧୧।୧: ଓ୍ବାର୍କ ଲାଇଫକୁ ବାଲାନ୍ସ କରିବା ଉପରେ ବିତର୍କ ମଧ୍ୟରେ, ଅନେକ ପ୍ରମୁଖ ଶିଳ୍ପପତି କାର୍ଯ୍ୟ ଘଣ୍ଟା ବୃଦ୍ଧି କରିବାକୁ ପରାମର୍ଶ ଦେଉଛନ୍ତି। ଏସବୁ ମଧ୍ୟରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri