Posted inଖେଳ

କିଙ୍ଗ୍‌ ଖାନ ଭଳି ହୃଦୟ ଜିତିଲା କେକେଆର

ମୁମ୍ବାଇ,୨୧।୪ : କ୍ରିକେଟ ଏକ ଅନିଶ୍ଚିତତାର ଖେଳ। ଏଥିରେ କେତେବେଳେ କ’ଣ ଘଟିବ, ତାହାର ପୂର୍ବାନୁମାନ କରିବା ସହଜ ନୁହେଁ। କିଛି ଏଭଳି ମ୍ୟାଚ୍‌ ଦେଖିବାକୁ ମିଳିଲା ବୁଧବାର ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ। ୨୨୧ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଓ ଟପ୍‌ ଅର୍ଡର ଫେଲ ମାରିବା ପରେ ମଧ୍ୟ ଶେଷ ପର୍ଯ୍ୟନ୍ତ ଲଢ଼େଇ କଲା କେକେଆର। ଅବଶ୍ୟ ପରାଜୟ ଏଡ଼ାଇ ପାରିଲା ନାହିଁ। କିନ୍ତୁ ବଲିଉଡ୍‌ କିଙ୍ଗ୍‌ ଶାହାରୁଖ ଖାନଙ୍କ ଭଳି କୋଲକାତା ନାଇଟ୍‌ ରାଇଡର୍ସକୁ ଜଣାଅଛି ହୃଦୟ ଜିତିବା। ଅନ୍ୟପକ୍ଷରେ ବିଜୟ ସହ ସିଏସ୍‌କେ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି।

ସାମ୍ନାରେ ୨୨୧ ରନ୍‌ର ପାହାଡ଼ ଭଳି ବିଜୟ ଲକ୍ଷ୍ୟ ଯୋଗୁ ଚାପର ସମ୍ମୁଖୀନ ହୋଇଥିଲା କେକେଆରର ଟପ୍‌ ଅର୍ଡର। ମାତ୍ର ୩୧ ରନ୍‌ରେ ୫ ଉଇକେଟ ହରାଇ ଦେଇଥିଲା ଦଳ। ଲାଗୁଥିବା ଦଳ ବେଶୀ ବାଟ ଯାଇ ପାରିବ ନାହିଁ। କିନ୍ତୁ ଆଶା ଛାଡ଼ି ନ ଥିଲେ ଆନ୍ଧ୍ରେ ରସେଲ (୫୪ ରନ୍‌, ୩ ଚୌକା ଓ ୬ ଛକା) ଓ ଦୀନେଶ କାର୍ତ୍ତିକ (୪୦ ରନ୍‌, ୪ ଚୌକା ଓ ୨ ଛକା) ଓ ପାଟ କମିନ୍ସ (୬୬* ରନ୍‌, ୪ ଚୌକା ଓ ୬ ଛକା)। ସାମ କୁରାନଙ୍କ ଓଭରରେ ଲଗାତାର ୫ ଛକା ମାରିଥିଲେ କମିନ୍ସ। ଏହାପରେ ପ୍ରତ୍ୟେକ ଓଭରରେ କମିନ୍ସଙ୍କ ବ୍ୟାଟରୁ ବାହାରିଥିଲା ଚୌକା ଓ ଛକା। ତାଙ୍କ ଉପସ୍ଥିତି ଯୋଗୁ ଶେଷ ଓଭର ପର୍ଯ୍ୟନ୍ତ କେକେଆରର ଜିତିବା ଆଶା ଥିଲା। କିନ୍ତୁ ୧୯.୧ ଓଭରରେ ୨୦୨ ରନ୍‌ରେ ଅଲଆଉଟ୍‌ ହୋଇଥିଲା କୋଲକାତା। ସିଏସ୍‌କେ ପାଇଁ ଦୀପକ ଚହର ୪ ଓ ଲୁଙ୍ଗି ଏନ୍‌ଗିଡି ୩ ଉଇକେଟ ନେଇଥିଲେ।

ରୁତୁରାଜ ଗାଏକ୍ୱାଡ ଓ ଫାଫ୍‌ ଡୁ’ପ୍ଲେସିଙ୍କ ଓପନିଂ ଯୋଡ଼ି ୧୨ ଓଭରରେ ଯୋଡ଼ିଥିଲେ ୧୧୫ ରନ୍‌। ଏପର୍ଯ୍ୟନ୍ତ ଆଇପିଏଲରେ ସଂଘର୍ଷ କରୁଥିବା ଗାଏକ୍ୱାଡ ଖେଳିଥିଲେ ୬୪ ରନ୍‌ର ବିସ୍ଫୋରକ ପାଳି। ତାଙ୍କ ଇନିଂସରେ ସାମିଲ ଥିଲା ୬ ଚୌକା ଓ ୪ ଛକା। ଅନ୍ୟ ପଟେ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ ଡୁ’ପ୍ଲେସି। ସେ ୬୦ ବଲରେ ୯ ଚୌକା ଓ ୪ ଛକା ବଳରେ ୯୫ ରନ୍‌ର ଅପରାଜିତ ରହିିଥିଲେ। ତାଙ୍କ ବାଦ୍‌ ୨୫ (୨ ଲେଖାଏ ଛକା ଓ ଚୌକା) ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ମୋଇନ ଅଲି। ଉପର କ୍ରମରେ ଆସିଥିବା ଅଧିନାୟକ ଧୋନୀ (୧୭)ଙ୍କ ବ୍ୟାଟରୁ ଦେଖିବାକୁ ମିଳିଥିଲା ବହୁ ପ୍ରତୀକ୍ଷିତ ଛକା। ଇନିଂସର ଅନ୍ତିମ ବଲରେ ଛକା ମାରିଥିଲେ ରବୀନ୍ଦ୍ର ଜାଡେଜା। ଫଳରେ ଚେନ୍ନାଇ ୨୦ ଓଭରରେ ୩ ଉଇକେଟ ୨୨୦ ରନ୍‌ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

କ୍ଷତିପୂରଣ ସହାୟତା ପାଇଁ ଦାବି: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼, ୯ା୪(ପ୍ରେମାନନ୍ଦ ଖମାରୀ):କାଳବୈଶାଖୀ ପ୍ରଭାବରେ ଗତ ସୋମବାର ଅପରାହ୍ନରେ ହୋଇଥିବା ଝଡ଼ବର୍ଷା, କରାମାଡ଼ରେ ବରଗଡ଼ ଜିଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ଫସଲ କ୍ଷତି ହୋଇଛି। ପ୍ରାରମ୍ଭିକ ଭାବେ…

ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଉଳ ଚୋରି: ଥାନାରେ ପହଞ୍ଚିଲା ମାମଲା

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ବ୍ଲକ ଛକ ଅଞ୍ଚଳରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ପିକଅପ ଗାଡିରୁ ଚାଉଳ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା…

ଜୀବନ୍ତ ମାଛ ଗିଳି ଦେଲେ ବର୍ଷକର ଶିଶୁ: ତା’ପରେ ଯାହା ଘଟିଲା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୯।୨: ମଧ୍ୟପ୍ରଦେଶର ସର୍ବବୃହତ ସରକାରୀ ହସ୍ପିଟାଲ ମହାରାଜା ଯଶୱନ୍ତରାଓ ହସ୍ପିଟାଲ (MYH)ରେ ଡାକ୍ତରମାନେ ଏକ ଚିକିତ୍ସା ସଫଳତା ହାସଲ କରିଛନ୍ତି। ହସ୍ପିଟାଲର ENT ବିଭାଗର ବିଶେଷଜ୍ଞମାନେ ଜଣେ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

ଇରାନ ସହ ଯୁଦ୍ଧବିରତି ଭିତରେ ଟ୍ରମ୍ପଙ୍କ ଟାର୍ଗେଟରେ ଏହି ଦେଶ! ୬୭ ବର୍ଷର ଶତ୍ରୁତାର ନେବେ ପ୍ରତିଶୋଧ

ଓ଼୍ବାଶିଂଟନ,୯।୪: ଇରାନ ସହିତ ଯୁଦ୍ଧବିରତି ପରେ ତୁରନ୍ତ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପରବର୍ତ୍ତୀ ମିଶନର ସଙ୍କେତ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri