ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା ଖେଳିଯାଇଥିଲା। ଶନିବାର ସ୍ବର୍ଗତ ଅଧ୍ୟକ୍ଷାଙ୍କ ଛତ୍ରପୁର ଚର୍ଚ୍ଚ ରୋଡ୍‌ସ୍ଥିତ ବାସଭବନରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପହଞ୍ଚି ଶୋକାକୁଳ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତ। ଏହା ସହିତ ବାସଭବନରେ ଥିବା ସ୍ବର୍ଗତଃ ଅଧ୍ୟକ୍ଷାଙ୍କ ପଟୋରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କ ସହିତ ବ୍ରହ୍ମପୁର ଏମ୍‌ପି ଡଃ ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ, ଗଞ୍ଜାମ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଅଧ୍ୟକ୍ଷାଙ୍କ ସ୍ବାମୀ ଭାଜପା ଯୁବ ନେତା କେ. ଚନ୍ଦ୍ର ଶେଖର ରେଡ୍ଡୀଙ୍କୁ ଭେଟି ସମବେଦନା ଜଣାଇଥିଲେ।

Dharitri – Odisha’s No.1 Odia Daily

Share
Tags: Ministersmla