ମୋ ବସ୍‌ରେ ଯାତ୍ରୀ ଅସୁରକ୍ଷିତ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):କିଛିଦିନର ବ୍ୟବଧାନ ପରେ ରାଜଧାନୀରେ ପୁଣିଥରେ ମୋ ବସ୍‌ରୁ ଚୋରି ହୋଇଛି। ଏଥର ଚୋରିର ଶିକାର ହୋଇଛନ୍ତି ଦମ୍ପତି। ମୋ ବସ୍‌ରେ ଯାତ୍ରା କରୁଥିବା ବେଳେ କେହି ଦୁର୍ବୃତ୍ତ ସେମାନଙ୍କଠାରୁ ୪୨ ହଜାର ଟଙ୍କା ନେଇଯାଇଥିବା ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ଶହୀଦନଗର ଥାନା ଅନ୍ତର୍ଗତ ଭିଏସ୍‌ଏସ୍‌ ନଗରରେ ବିରଞ୍ଚି ନାରାୟଣ ସେଠୀ ଓ ତାଙ୍କ ସ୍ତ୍ରୀ ରହୁଛନ୍ତି। ବିରଞ୍ଚି ଜଣେ ଡ୍ରାଇଭର ଭାବେ କାମ କରନ୍ତି। କିଛିଦିନ ତଳେ ଖଣ୍ଡଗିରିରେ ଥିବା ଏକ ବ୍ୟାଙ୍କରୁ ସେ ଟଙ୍କା ଲୋନ୍‌ କରି ଆଣିଥିଲେ। ସୋମବାର ସ୍ବାମୀ-ସ୍ତ୍ରୀ ଲୋନ୍‌ ଟଙ୍କାକୁ ଧରି ବାଣୀବିହାରରୁ ମୋ ବସ୍‌ରେ ଚଢ଼ିଥିଲେ। ଜୟଦେବ ବିହାର ନିକଟରେ ହୋଇଥିବା ବେଳେ ତାଙ୍କ ମନିପର୍ସ ଥିବାବେଳେ କିଛି ସମୟ ପରେ ପକେଟ ଦେଖିବାବେଳେ ପର୍ସ ସହ ଟଙ୍କା ମଧ୍ୟ ନ ଥିଲା। କେହି ଦୁର୍ବୃତ୍ତ ପକେଟରୁ ୪୨ ହଜାର ଟଙ୍କା ସହ ପର୍ସ ନେଇ ଚମ୍ପଟ ମାରିଥିଲେ। ଏନେଇ ଦମ୍ପତି ବସ୍‌ କର୍ମଚାରୀଙ୍କୁ ଜଣାଇବା ସହ ଯାଞ୍ଚ କରିଥିଲେ ମଧ୍ୟ ଟଙ୍କା ମିଳି ନ ଥିଲା। ଶେଷରେ ଦମ୍ପତି ନୂଆପଲ୍ଲୀ ଥାନା ଦ୍ୱାରସ୍ଥ ହେବା ପରେ ପୋଲିସ ଘଟଣାକୁ ଗୁରୁତର ନେଇ ତଦନ୍ତ ଚଳାଇଛି। ଅନ୍ୟପଟେ ଚୋରି ପାଇଁ ମୋ ବସ୍‌ର କର୍ମଚାରୀଙ୍କୁ ଦାୟୀ କରିଛନ୍ତି ବିରଞ୍ଚି। ଏ ନେଇ ନୟାପଲ୍ଲୀ ଥାନା ଅଧିକାରୀ ବିଶ୍ୱରଞ୍ଜନ ସାହୁ କହିଛନ୍ତି, ଚୋରି ନେଇ ଅଭିଯୋଗ ହେବା ପରେ ତଦନ୍ତ ଚାଲୁଥିବା ବେଳେ ମୋ ବସ୍‌ରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯିବ। ତେବେ ବିଗତ କିଛିଦିନ ମଧ୍ୟରେ ମୋ ବସ୍‌ରୁ ଏହିପରି ଅନେକ ଚୋରି ଘଟଣା ସାମ୍ନାକୁ ଆସୁଛି। କିଛିଦିନ ତଳେ ଜଣେ ଯାତ୍ରୀ ଚୋରିର ଶିକାର ହୋଇଥିବା ବେଳେ ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିବାରୁ ଚିନ୍ତାରେ ଯାତ୍ରୀ। ଅପରପକ୍ଷେ ଆଗକୁ ଖ୍ରୀଷ୍ଟମାସ, ନୂଆବର୍ଷ ଆସୁଥିବାରୁ ମୋ ବସ୍‌ରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ତେବେ ଏହାରୁ ସୁଯୋଗ ନେଇ ପୁଣି ସକ୍ରିୟ ଉଠିଲେଣି ଦୁର୍ବୃତ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ପ୍ରସିଦ୍ଧ ଲେଖକ ତଥା ପଦ୍ମଶ୍ରୀ ରସ୍କିନ ବଣ୍ଡ ଗୁରୁତର ଅସୁସ୍ଥ

ନୂଆଦିଲ୍ଲୀ,୧୪।୧୨: ପ୍ରସିଦ୍ଧ ଲେଖକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ୯୧ ବର୍ଷିୟ ରସ୍କିନ ବଣ୍ଡଙ୍କୁ ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଗତ ଚାରି...

ମେସିଙ୍କ ସହ ସେଲ୍‌ଫି ନେବାକୁ ଚାହୁଁଥିଲେ ବିକ୍ରି କରିବାକୁ ପଡ଼ିପାରେ ଆପଣଙ୍କ ଘର! ଟିକେଟର ଦାମ ଶୁଣିଲେ…

ନୂଆଦିଲ୍ଲୀ,୧୪।୧୨: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ବର୍ତ୍ତମାନ ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ପ୍ରଥମେ କୋଲକାତାରେ ପହଞ୍ଚିଥିଲେ, ତା’ପରେ ହାଇଦ୍ରାବାଦରେ ପହଞ୍ଚିଥିଲେ...

ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା…

ଭୁବନେଶ୍ୱର,୧୪ା୧୨: ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଶୀତ। ରାଉରକେଲା ସହରରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୮.୯, କେନ୍ଦୁଝରରେ ୧୦.୬ ଡିଗ୍ରୀ...

‘ଗିରଫ ହୁଅନ୍ତୁ ମମତା,’ କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ଗୁଆହାଟି,୧୪।୧୨: ଶନିବାର କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ ଏକ କାର୍ଯ୍ୟକ୍ରମରେ ଘଟିଥିବା ବିଶୃଙ୍ଖଳା ପରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ସମାଲୋଚନାର ଶିକାର...

‘ଜଞ୍ଜିରରେ ହୋଇଛି ବନ୍ଧା…ମାଡ଼ରେ ଶରୀର ରୁଟି ଭଳି ଫୁଲିଯାଇଛି…’, ମାସୁଦ ଆଝାରଙ୍କ ଭାଇରାଲ ଅଡିଓ କ୍ଲିପକୁ ନେଇ ବଢୁଛି ଚର୍ଚ୍ଚା

ଇସଲାମାବାଦ,୧୪।୧୨: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ନେତା ମାସୁଦ ଆଝାରଙ୍କ ଏକ ଚାଞ୍ଚଲ୍ୟକର ଅଡିଓ କ୍ଲିପ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି...

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri