ସପ୍ତାହବ୍ୟାପୀ ସଚେତନତା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୧୩।୧୨: ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ୟୁନିଟ୍‌ ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ‘ସମାନତା’ ବିଷୟବସ୍ତୁ ଆଧାରରେ ଏକ ସପ୍ତାହବ୍ୟାପୀ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ଏପରିକି ଝାରସୁଗୁଡ଼ା ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସୋସାଇଟି ସହ ମିଳିତ ଭାବେ କମ୍ପାନୀ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଉକ୍ତ ସଚେତନତା ଅଭିଯାନର ଅଂଶସ୍ବରୂପ ଝାରସୁଗୁଡ଼ା ଜିଲା ମଧ୍ୟରେ ଏକ ପଦଯାତ୍ରା, ସୂଚନା ଅଧିବେଶନ ଓ ପ୍ରଚାରପତ୍ର ମାଧ୍ୟମରେ ଏଚ୍‌ଆଇଭି-ଏଡ୍‌ସ ରୋକିବା ଲାଗି ପ୍ରମୁଖ ସଚେତନ ସୃଷ୍ଟି କରାଯାଇଥିଲା। ବେଶ୍‌ ଉପକୃତ ହୋଇଥିଲେ। ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ(ଝାରସୁଗୁଡ଼ା)ର ସିଇଓ ସୁନୀଲ ଗୁପ୍ତା କହିଛନ୍ତି, ବିଗତ କିଛି ବର୍ଷ ହେବ ଏଡ୍‌ସର ସଂଖ୍ୟା ହ୍ରାସ ହୋଇଛି। ହେଲେ ଏବେ ବି ଲୋକଙ୍କ ଅସାବଧାନତା ଯୋଗୁ ଅନେକ ଘଟଣା ଘଟୁଛି। ଏହି ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥିବା ସରକାରୀ ସଂସ୍ଥା ତଥା ସଂଗଠନ ସହ ସହଭାଗୀ ହୋଇ ଆମେ ଉନ୍ନତ ସ୍ବାସ୍ଥ୍ୟ ଓ ସ୍ବଚ୍ଛତା ଅଭ୍ୟାସ ଉପରେ ଗୋଷ୍ଠୀ ସଚେତନତାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ଚେଷ୍ଟା କରୁଛୁ। ବର୍ତ୍ତମାନ ଏଚ୍‌ଆଇଭି-ଏଡ୍‌ସ ଆମ ପାଇଁ ଆହ୍ବାନ ଓ ଏହା ବିଶ୍ୱ ସ୍ତରରେ ଏକ ଚିନ୍ତାଜନକ ବିଷୟ ପାଲଟିଛି। ଆମକୁ ଏ ବିଷୟରେ ସଚେତନ ହେବାକୁ ପଡ଼ିବ। ଆମ ଗୋଷ୍ଠୀର ସାମଗ୍ରିକ ସୁସ୍ଥତା ପାଇଁ ଆମେ ପ୍ରତିବଦ୍ଧ ଅଟୁ। ସେହିଭଳି ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶକ ଊର୍ମିଳା ମିଶ୍ର କହିଥିଲେ,ଏଚ୍‌ଆଇଭି ସମ୍ପର୍କରେ ଜନ ସଚେତନତା ବୃଦ୍ଧି ପାଇଁ ସମାଜର ବିଭିନ୍ନ ମହଲରେ ପହଞ୍ଚତ୍ଛୁ। କାରଣ ବେଦାନ୍ତର ଏହି ଅଭିଯାନ ବାସ୍ତବିକ୍‌ ବେଶ୍‌ ପ୍ରଶଂସନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ-ଡିଜେଲ ବିକ୍ରି ପରିମାଣ ବୃଦ୍ଧି

ନୂଆଦିଲ୍ଲୀ,୨।୬ : ଭାରତ ବଜାରରେ ପେଟ୍ରୋଲ ଓ ଡିଜେଲର ବିକ୍ରି ଚଳିତ ବର୍ଷ ମେ ମାସରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ବିଶେଷକରି ଗ୍ରୀଷ୍ମର ପ୍ରକୋପ ସାଙ୍ଗକୁ...

କିଆ ସେଲ୍‌ଟସର ବୁକିଂ ଆରମ୍ଭ

ନୂଆଦିଲ୍ଲୀ,୧୯-୭: କିଆ ମୋଟର୍ସର ନୂଆ ମଡେଲ ସେଲ୍‌ଟସର ବୁକିଂ ଆରମ୍ଭ ହୋଇଛି। ପ୍ରଥମ ଦିନରେ କମ୍ପାନୀ ଏହି ମଡେଲର ୬,୦୪୬ ୟୁନିଟ୍‌ ଲାଗି ବୁକିଂ ହାସଲ...

ଆୟୁଷ୍ମାନ୍‌ ଭାରତ ଯୋଜନାକୁ ଆମେରିକାର ପ୍ରଶଂସା

ଓ୍ବାଶିଂଟନ,୧୨-୫: ଏନ୍‌ଡିଏ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆୟୁଷ୍ମାନ ଭାରତ’କୁ ଆମେରିକାର ଥିଙ୍କଟ୍ୟାଙ୍କ  ସେଣ୍ଟର ଫର୍‌ ଗ୍ଲୋବାଲ ଡେଭଲପ୍‌ମେଣ୍ଟ(ସିଜିଡି) ପ୍ରଶଂସା କରିଛି। ଏହି ଯୋଜନା ୟୁନିଭର୍ସାଲ ହେଲ୍‌ଥ...

୨୦୨୨-୨୩ରେ ୭.୯% ଜିଡିପି ବୃଦ୍ଧି ସମ୍ଭାବନା

ନୂଆଦିଲ୍ଲୀ,୧୪ା୩: ଆମେରିକୀୟ ବ୍ରୋକ୍‌ରେଜ କମ୍ପାନୀ ମୋର୍ଗାନ୍‌ ଷ୍ଟେନ୍‌ଲି ପକ୍ଷରୁ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଭାରତର ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି) ଆନୁମାନିକ ବୃଦ୍ଧି ଦର ହ୍ରାସ କରି...

୬୬୧ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୧୫।୭: ମଙ୍ଗଳବାର ଦେଶର ପୁଞ୍ଜିବଜାର କାରବାର ପ୍ରଭାବିତ ସ୍ଥିତିରେ ରହିଛି। ଏହି ସମୟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସୂଚକାଙ୍କ ୬୬୧ ପଏଣ୍ଟ ଖସିଥିବା ଜଣାପଡିଛି। ବିଶ୍ୱ...

ଆଜି କର୍କଟ ରୋଗୀଙ୍କ ପାଇଁ ‘ଫଣ୍ଡରେଜିଂ ଇଭେଣ୍ଟ’

ଭୁବନେଶ୍ୱର,୨୬।୧୧: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ସଦ୍‌ଗୁରୁ ହସ୍ପିଟାଲ କଟକ ଏବଂ ଭୁବନେଶ୍ୱର ଭିଭାନ୍ତା ହୋଟେଲର ମିଳିତ ସହଯୋଗରେ କର୍କଟ ରୋଗୀଙ୍କ ଲାଗି ଆଜି ଏକ...

ଅଗଷ୍ଟ ପର୍ଯ୍ୟନ୍ତ ଇପିଏଫ୍‌ ଯୋଗଦାନ ଦେବେ ସରକାର

ନୂଆଦିଲ୍ଲୀ,୮।୭ : କମ୍ପାନୀ ଏବଂ କର୍ମଚାରୀଙ୍କ ଫାଇଦା ଲାଗି ସରକାରଙ୍କ ପକ୍ଷରୁ ୨୪% ଇପିଏଫ୍‌ ଯୋଗଦାନକୁ ମଧ୍ୟ କ୍ୟାପିନେଟ ମଞ୍ଜୁରୀ ପ୍ରଦାନ କରିଛି। ଅନ୍ତତଃ ପକ୍ଷେ...

ପିଏନ୍‌ବି ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ୱର,୨୩।୮: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ଅଞ୍ଚଳ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ବନ୍ୟା ପ୍ରଭାବିତ ନିମାପଡା ଏବଂ ଗୋପ ଅଞ୍ଚଳର ଲୋକମାନଙ୍କୁ ୧୦୦୦ ପ୍ୟାକେଟ୍‌ର ଶୁଖିଲା...

Advertisement
Archives

Model This Week