ଯନ୍ତ୍ରଣା ପାଉଛନ୍ତି ଯାତ୍ରୀ

ଆଠମଲ୍ଲିକ, ୧୧ା୧୨ (ଡି.ଏନ.ଏ.): ଛାତରୁ ପଲସ୍ତରା ଛାଡ଼ିଗଲାଣି। ଲୁହାରଡ୍‌ରେ କଳଙ୍କି ଲାଗି ଦୁର୍ବଳ ହୋଇଗଲାଣି। ଭିତ୍ତିଭୂମି ଭଲ ନ ଥିବାରୁ ଭୁଶୁଡ଼ିପଡ଼ିବା ଆଶଙ୍କା ବଢ଼ିଲାଣି। ହେଲେ ଏଥିପ୍ରତି ନା ଜନପ୍ରତିନିଧି ନା ପ୍ରଶାସନ, କେହି ବି ଆବଶ୍ୟକ ଧ୍ୟାନ ଦେଉନାହାନ୍ତି। ଫଳରେ ବିଶ୍ରାମାଗାର ବ୍ୟବହାର କରି ନ ପାରି ହୀନସ୍ତା ହେଉଛନ୍ତି ବସ୍‌କୁ ଅପେକ୍ଷା କରୁଥିବା କଲେଜ ଛାତ୍ରୀଛାତ୍ର ଓ ସାଧାରଣ ଯାତ୍ରୀ। ଦୀର୍ଘବର୍ଷ ଧରି ସେମାନେ ରାସ୍ତା ପାର୍ଶ୍ୱରେ ଖରା ଓ ବର୍ଷା ବେଳେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ଯନ୍ତ୍ରଣା ପାଉଥିଲେ ବି ନୂଆ ବିଶ୍ରାମାଗାରଟିଏ ନିର୍ମାଣ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉ ନାହିଁ। ଏ ନେଇ ଆଠମଲ୍ଲିକ କଲେଜର ଛାତ୍ରୀଛାତ୍ର ଓ ସହରବାସୀଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ।
ଆଠମଲ୍ଲିକ ମହାବିଦ୍ୟାଳୟ ପ୍ରବେଶ ପଥ ପାର୍ଶ୍ୱରେ ଥିବା ଯାତ୍ରୀ ବିଶ୍ରାମାଗାର ଦୀର୍ଘ ୩୫ ବର୍ଷ ପୁରୁଣା। କଲେଜ ପକ୍ଷରୁ ଏହାର ନିର୍ମାଣ କରାଯିବା ପରେ ଦୈନିକ ଶତାଧିକ ଶିକ୍ଷାର୍ଥୀ ଉପକୃତ ହେଉଥିଲେ। କିନ୍ତୁ କିଛିବର୍ଷ ହେଲା ଏହାର ମରାମତି କରାଯାଇ ନ ଥିବାରୁ ଏହା ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଚାରିପାଖ ଘାସ ଓ ବିଭିନ୍ନ ଲଟାବୁଦାରେ ପରିପୂର୍ଣ୍ଣ ହୋଇ ଜଙ୍ଗଲିଆ ଦିଶୁଛି। ଛାତ, କାନ୍ଥ ସବୁକିଛି ଦୁର୍ବଳ ହୋଇଯାଇଥିବାରୁ ଏହା କାର୍ଯ୍ୟରେ ଲାଗିପାରୁ ନାହିଁ। ବିକଳ୍ପ ବ୍ୟବସ୍ଥା କରାଯାଇ ନ ଥିବାରୁ ଦୂର ଅଞ୍ଚଳରୁ ଆସୁଥିବା ଛାତ୍ରୀଛାତ୍ରମାନେ ରାସ୍ତା ପାର୍ଶ୍ୱରେ ଠିଆ ହୋଇ ବସ୍‌କୁ ଅପେକ୍ଷା କରୁଛନ୍ତି। ତେବେ ଖରା ଓ ବର୍ଷା ଋତୁରେ ସେମାନଙ୍କୁ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲେ ମଧ୍ୟ ତାହାକୁ ଦୂର କରାଯିବା ଦିଗରେ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉ ନାହିଁ। ନୂଆ ବିଶ୍ରାମାଗାର ନିର୍ମାଣ ତ ଦୂରର କଥା ପୁରୁଣାର ନବୀକରଣ ଦିଗରେ ଦୃଷ୍ଟି ଦିଆଯାଉ ନାହିଁ। ସେହିପରି ଆଠମଲ୍ଲିକ ବସ୍‌ଷ୍ଟାଣ୍ଡଠାରେ ଥିବା ଯାତ୍ରୀ ବିଶ୍ରାମାଗାର ୧୦ ବର୍ଷର ପୁରୁଣା। ଦୈନିକ ଶତାଧିକ ଯାତ୍ରୀ ବସ୍‌ଷ୍ଟାଣ୍ଡରୁ ବିଭିନ୍ନ ସ୍ଥାନକୁ ବସ୍‌ ଯୋଗେ ଯାତ୍ରା କରୁଛନ୍ତି। ହେଲେ ବିଶ୍ରାମ ନେବା ପାଇଁ ସେମାନଙ୍କ ଲାଗି କୌଣସି ସୁବିଧା କରାଯାଉ ନାହିଁ। ଯେଉଁ ବିଶ୍ରାମାଗାର ରହିଛି, ତାହା ଆବଶ୍ୟକ ଯତ୍ନ ଅଭାବରୁ ପରିତ୍ୟକ୍ତ ହୋଇପଡ଼ିଛି। ଫଳରେ ବସ୍‌କୁ ଅପେକ୍ଷା କରୁଥିବା ଯାତ୍ରୀମାନେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ପାଉନାହାନ୍ତି। ବିଶେଷକରି ମହିଳା ଯାତ୍ରୀମାନେ ବେଶି ହଇରାଣ ହେଉଛନ୍ତି। ତୁରନ୍ତ ଆଠମଲ୍ଲିକ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଛାତ୍ରୀଛାତ୍ର ଓ ଯାତ୍ରୀମାନେ ଦାବି କରିଛନ୍ତି।

 

ନୂତନ ଗୃହ ନିର୍ମାଣ ଜରୁରୀ
କଲେଜ ନିକଟ ବିଶ୍ରାମାଗାର ଆଉ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଏହା ଥିବାରୁ ଶୀଘ୍ର ନୂତନ ଗୃହ ନିର୍ମାଣର ଆବଶ୍ୟକତା ରହିଛି। ସେହିପରି ବସ୍‌ଷ୍ଟାଣ୍ଡରେ ଥିବା ବିଶ୍ରାମଗାର ଛାତ ଦୁର୍ବଳ ହୋଇଯାଇଥିବାରୁ ବର୍ଷା ପାଣି ଯାତ୍ରୀଙ୍କ ଉପରେ ପଡ଼ୁଛି।
-ଦୀନେଶ କୁମାର ସିଂହ, ପୂର୍ବତନ ଛାତ୍ର ସଂସଦ ସଭାପତି
ପରିତ୍ୟକ୍ତ ଅବସ୍ଥାକୁ ଆସିଯାଇଛି
ଆଠମଲ୍ଲିକରୁ ରାଜ୍ୟର ବିଭିନ୍ନ ସହରକୁ ଯାଉଥିବା ଯାତ୍ରୀମାନେ ବସ୍‌ଷ୍ଟାଣ୍ଡସ୍ଥିତ ବିଶ୍ରାମାଗାରରେ ବସ୍‌କୁ ଅପେକ୍ଷା କରିଥାନ୍ତି। ହେଲେ ଏହି ବିଶ୍ରାମାଗାର ଅତ୍ୟନ୍ତ ପରିତ୍ୟକ୍ତ ଅବସ୍ଥାକୁ ଆସିଯାଇଛି। ତୁରନ୍ତ ଏହାର ନବୀକରଣ କରାଗଲେ ଯାତ୍ରୀମାନେ ଉପକୃତ ହୋଇପାରିବେ।
-ପାର୍ଥ ସାରଥି ବେହେରା, ସହର ବାସିନ୍ଦା
ପ୍ରଶାସନ ଯତ୍ନବାନ ହେଉ
କଲେଜ ସମ୍ମୁଖରେ ଥିବା ବିଶ୍ରାମାଗାର ଦୀର୍ଘବର୍ଷ ହେଲା ମରାମତି ହୋଇନାହିଁ। ଏ ଦିଗରେ ପ୍ରଶାସନ ମଧ୍ୟ ଆବଶ୍ୟକ ଧ୍ୟାନ ଦେଉନାହିଁ। ଏଥିଯୋଗୁ ଛାତ୍ରୀଛାତ୍ରମାନେ ଖରା, ବର୍ଷା ବେଳେ ରାସ୍ତା କଡ଼ରେ ଠିଆ ହୋଇ ବସ୍‌କୁ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ଆଠମଲ୍ଲିକ ପ୍ରଶାସନ ଯତ୍ନବାନ ହେବା ଅବଶ୍ୟକ।
-ଅନିଲ କୁମାର ପାଣିଗ୍ରାହୀ, ଯୁବ କଂଗ୍ରେସ ନେତା
ପ୍ରଶାସନ, ଜନପ୍ରତିନିଧିଙ୍କୁ ଜଣାଯିବ
କଲେଜ ସମ୍ମୁଖ ବିଶ୍ରାମାଗାର ବହୁ ବର୍ଷ ପୁରୁଣା ହୋଇଥିବାରୁ ଏହାର ଅବସ୍ଥା ଭଲ ନାହିଁ। ତେଣୁ ନବୀକରଣ ପାଇଁ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ସହିତ ଯୋଗାଯୋଗ କରାଯିବ। ଶୀଘ୍ର ଏହି କାର୍ଯ୍ୟ କରାଗଲେ ଛାତ୍ରୀଛାତ୍ରଙ୍କ ଏକ ବଡ଼ ସମସ୍ୟାର ସମାଧାନ ହୋଇପାରିବ।
-ଆଦିତ୍ୟ କୁମାର ସାହୁ, ଅଧ୍ୟକ୍ଷ, ଆଠମଲ୍ଲିକ କଲେଜ


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri