ଯନ୍ତ୍ରଣା ପାଉଛନ୍ତି ଯାତ୍ରୀ

ଆଠମଲ୍ଲିକ, ୧୧ା୧୨ (ଡି.ଏନ.ଏ.): ଛାତରୁ ପଲସ୍ତରା ଛାଡ଼ିଗଲାଣି। ଲୁହାରଡ୍‌ରେ କଳଙ୍କି ଲାଗି ଦୁର୍ବଳ ହୋଇଗଲାଣି। ଭିତ୍ତିଭୂମି ଭଲ ନ ଥିବାରୁ ଭୁଶୁଡ଼ିପଡ଼ିବା ଆଶଙ୍କା ବଢ଼ିଲାଣି। ହେଲେ ଏଥିପ୍ରତି ନା ଜନପ୍ରତିନିଧି ନା ପ୍ରଶାସନ, କେହି ବି ଆବଶ୍ୟକ ଧ୍ୟାନ ଦେଉନାହାନ୍ତି। ଫଳରେ ବିଶ୍ରାମାଗାର ବ୍ୟବହାର କରି ନ ପାରି ହୀନସ୍ତା ହେଉଛନ୍ତି ବସ୍‌କୁ ଅପେକ୍ଷା କରୁଥିବା କଲେଜ ଛାତ୍ରୀଛାତ୍ର ଓ ସାଧାରଣ ଯାତ୍ରୀ। ଦୀର୍ଘବର୍ଷ ଧରି ସେମାନେ ରାସ୍ତା ପାର୍ଶ୍ୱରେ ଖରା ଓ ବର୍ଷା ବେଳେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ଯନ୍ତ୍ରଣା ପାଉଥିଲେ ବି ନୂଆ ବିଶ୍ରାମାଗାରଟିଏ ନିର୍ମାଣ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉ ନାହିଁ। ଏ ନେଇ ଆଠମଲ୍ଲିକ କଲେଜର ଛାତ୍ରୀଛାତ୍ର ଓ ସହରବାସୀଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ।
ଆଠମଲ୍ଲିକ ମହାବିଦ୍ୟାଳୟ ପ୍ରବେଶ ପଥ ପାର୍ଶ୍ୱରେ ଥିବା ଯାତ୍ରୀ ବିଶ୍ରାମାଗାର ଦୀର୍ଘ ୩୫ ବର୍ଷ ପୁରୁଣା। କଲେଜ ପକ୍ଷରୁ ଏହାର ନିର୍ମାଣ କରାଯିବା ପରେ ଦୈନିକ ଶତାଧିକ ଶିକ୍ଷାର୍ଥୀ ଉପକୃତ ହେଉଥିଲେ। କିନ୍ତୁ କିଛିବର୍ଷ ହେଲା ଏହାର ମରାମତି କରାଯାଇ ନ ଥିବାରୁ ଏହା ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଚାରିପାଖ ଘାସ ଓ ବିଭିନ୍ନ ଲଟାବୁଦାରେ ପରିପୂର୍ଣ୍ଣ ହୋଇ ଜଙ୍ଗଲିଆ ଦିଶୁଛି। ଛାତ, କାନ୍ଥ ସବୁକିଛି ଦୁର୍ବଳ ହୋଇଯାଇଥିବାରୁ ଏହା କାର୍ଯ୍ୟରେ ଲାଗିପାରୁ ନାହିଁ। ବିକଳ୍ପ ବ୍ୟବସ୍ଥା କରାଯାଇ ନ ଥିବାରୁ ଦୂର ଅଞ୍ଚଳରୁ ଆସୁଥିବା ଛାତ୍ରୀଛାତ୍ରମାନେ ରାସ୍ତା ପାର୍ଶ୍ୱରେ ଠିଆ ହୋଇ ବସ୍‌କୁ ଅପେକ୍ଷା କରୁଛନ୍ତି। ତେବେ ଖରା ଓ ବର୍ଷା ଋତୁରେ ସେମାନଙ୍କୁ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲେ ମଧ୍ୟ ତାହାକୁ ଦୂର କରାଯିବା ଦିଗରେ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉ ନାହିଁ। ନୂଆ ବିଶ୍ରାମାଗାର ନିର୍ମାଣ ତ ଦୂରର କଥା ପୁରୁଣାର ନବୀକରଣ ଦିଗରେ ଦୃଷ୍ଟି ଦିଆଯାଉ ନାହିଁ। ସେହିପରି ଆଠମଲ୍ଲିକ ବସ୍‌ଷ୍ଟାଣ୍ଡଠାରେ ଥିବା ଯାତ୍ରୀ ବିଶ୍ରାମାଗାର ୧୦ ବର୍ଷର ପୁରୁଣା। ଦୈନିକ ଶତାଧିକ ଯାତ୍ରୀ ବସ୍‌ଷ୍ଟାଣ୍ଡରୁ ବିଭିନ୍ନ ସ୍ଥାନକୁ ବସ୍‌ ଯୋଗେ ଯାତ୍ରା କରୁଛନ୍ତି। ହେଲେ ବିଶ୍ରାମ ନେବା ପାଇଁ ସେମାନଙ୍କ ଲାଗି କୌଣସି ସୁବିଧା କରାଯାଉ ନାହିଁ। ଯେଉଁ ବିଶ୍ରାମାଗାର ରହିଛି, ତାହା ଆବଶ୍ୟକ ଯତ୍ନ ଅଭାବରୁ ପରିତ୍ୟକ୍ତ ହୋଇପଡ଼ିଛି। ଫଳରେ ବସ୍‌କୁ ଅପେକ୍ଷା କରୁଥିବା ଯାତ୍ରୀମାନେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ପାଉନାହାନ୍ତି। ବିଶେଷକରି ମହିଳା ଯାତ୍ରୀମାନେ ବେଶି ହଇରାଣ ହେଉଛନ୍ତି। ତୁରନ୍ତ ଆଠମଲ୍ଲିକ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଛାତ୍ରୀଛାତ୍ର ଓ ଯାତ୍ରୀମାନେ ଦାବି କରିଛନ୍ତି।

 

ନୂତନ ଗୃହ ନିର୍ମାଣ ଜରୁରୀ
କଲେଜ ନିକଟ ବିଶ୍ରାମାଗାର ଆଉ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଏହା ଥିବାରୁ ଶୀଘ୍ର ନୂତନ ଗୃହ ନିର୍ମାଣର ଆବଶ୍ୟକତା ରହିଛି। ସେହିପରି ବସ୍‌ଷ୍ଟାଣ୍ଡରେ ଥିବା ବିଶ୍ରାମଗାର ଛାତ ଦୁର୍ବଳ ହୋଇଯାଇଥିବାରୁ ବର୍ଷା ପାଣି ଯାତ୍ରୀଙ୍କ ଉପରେ ପଡ଼ୁଛି।
-ଦୀନେଶ କୁମାର ସିଂହ, ପୂର୍ବତନ ଛାତ୍ର ସଂସଦ ସଭାପତି
ପରିତ୍ୟକ୍ତ ଅବସ୍ଥାକୁ ଆସିଯାଇଛି
ଆଠମଲ୍ଲିକରୁ ରାଜ୍ୟର ବିଭିନ୍ନ ସହରକୁ ଯାଉଥିବା ଯାତ୍ରୀମାନେ ବସ୍‌ଷ୍ଟାଣ୍ଡସ୍ଥିତ ବିଶ୍ରାମାଗାରରେ ବସ୍‌କୁ ଅପେକ୍ଷା କରିଥାନ୍ତି। ହେଲେ ଏହି ବିଶ୍ରାମାଗାର ଅତ୍ୟନ୍ତ ପରିତ୍ୟକ୍ତ ଅବସ୍ଥାକୁ ଆସିଯାଇଛି। ତୁରନ୍ତ ଏହାର ନବୀକରଣ କରାଗଲେ ଯାତ୍ରୀମାନେ ଉପକୃତ ହୋଇପାରିବେ।
-ପାର୍ଥ ସାରଥି ବେହେରା, ସହର ବାସିନ୍ଦା
ପ୍ରଶାସନ ଯତ୍ନବାନ ହେଉ
କଲେଜ ସମ୍ମୁଖରେ ଥିବା ବିଶ୍ରାମାଗାର ଦୀର୍ଘବର୍ଷ ହେଲା ମରାମତି ହୋଇନାହିଁ। ଏ ଦିଗରେ ପ୍ରଶାସନ ମଧ୍ୟ ଆବଶ୍ୟକ ଧ୍ୟାନ ଦେଉନାହିଁ। ଏଥିଯୋଗୁ ଛାତ୍ରୀଛାତ୍ରମାନେ ଖରା, ବର୍ଷା ବେଳେ ରାସ୍ତା କଡ଼ରେ ଠିଆ ହୋଇ ବସ୍‌କୁ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ଆଠମଲ୍ଲିକ ପ୍ରଶାସନ ଯତ୍ନବାନ ହେବା ଅବଶ୍ୟକ।
-ଅନିଲ କୁମାର ପାଣିଗ୍ରାହୀ, ଯୁବ କଂଗ୍ରେସ ନେତା
ପ୍ରଶାସନ, ଜନପ୍ରତିନିଧିଙ୍କୁ ଜଣାଯିବ
କଲେଜ ସମ୍ମୁଖ ବିଶ୍ରାମାଗାର ବହୁ ବର୍ଷ ପୁରୁଣା ହୋଇଥିବାରୁ ଏହାର ଅବସ୍ଥା ଭଲ ନାହିଁ। ତେଣୁ ନବୀକରଣ ପାଇଁ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ସହିତ ଯୋଗାଯୋଗ କରାଯିବ। ଶୀଘ୍ର ଏହି କାର୍ଯ୍ୟ କରାଗଲେ ଛାତ୍ରୀଛାତ୍ରଙ୍କ ଏକ ବଡ଼ ସମସ୍ୟାର ସମାଧାନ ହୋଇପାରିବ।
-ଆଦିତ୍ୟ କୁମାର ସାହୁ, ଅଧ୍ୟକ୍ଷ, ଆଠମଲ୍ଲିକ କଲେଜ


Enter your email to get our daily news in your inbox.

All Right Reserved By Dharitri.Com

ଚାଷ ଜମି ଫାଟି ଆଁ କଲାଣି, ଗଜା ମରୁଡି ଆଶଙ୍କା

ବୌଦ୍ଧ,୨୨।୭(ସ୍ବ.ପ୍ର) ବୌଦ୍ଧ ଜିଲାରେ ବର୍ତ୍ତମାନ ବର୍ଷା ନ ଥିବାରୁ ଚାଷ ଜମି ଗୁଡିକ ଫାଟି ଆଁ କଲାଣି । ଏହାସହ ତଳି ଗୁଡିକ ମରିବାକୁ ବସିଲାଣି।...

ଟ୍ରଲରକୁ ଧକ୍କା ଦେଲା କଣ୍ଟେନର, ୨ ଜଣଙ୍କ ଜୀବନ ଗଲା

ଛତିଆ/ଚଣ୍ଡିଖୋଲ,୧ା୭(ଡି.ଏନ୍‌.ଏ.): ଯାଜପୁର ଜିଲା ବନ୍ଦାଳ ହାଟ କରନ୍ଦା ଛକ ନିକଟରେ ସୋମବାର ଭୋରରୁ ରଡ୍‌ ବୋଝେଇ ଟ୍ରଲର ପଛପଟେ ଏକ କଣ୍ଟେନର ଧକ୍କା ଦେବାରୁ ଘଟଣାସ୍ଥଳରେ...

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଉନି ଉଠାଜଳସେଚନ ପ୍ରକଳ୍ପ

କାଶୀନଗର,୧୬।୧୨(ଡି.ଏନ୍‌.ଏ.): କାଶୀନଗର ବ୍ଲକ ଓ ଏନ୍‌ଏସିର ଚାଷ ଜମିକୁ ଜଳସେଚନ ପାଇଁ ୨୦୧୯ରେ ବଥବା ଠାରେ ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ପରେ...

ମୟୂରଭଞ୍ଜ ଜିଲା ପରିଷଦ ବୈଠକରେ ହଟ୍ଟଗୋଳ

ବାରିପଦା ଅଫିସ,୨୧।୮- ମୟୂରଭଞ୍ଜ ଜିଲା ପରିଷଦର ଅଷ୍ଟମ ବୈଠକ ମଙ୍ଗଳବାର ବାରିପଦା ମୁର୍ଗାବାଡି ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ହଟ୍ଟଗୋଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ...

କରୋନା ସହାୟତା ପାଇଁ ୨.0୩ କୋଟି ଦେଲେ ଆସିକା ଏମ୍‌ପି

ଆସିକା,୧ା୪(ଡି.ଏନ୍‌.ଏ.)- ଆସିକା ଏମ୍‌ପି ପ୍ରମିଳା ବିଷୋୟୀ କରୋନା ମୁକାବିଲା ପାଇଁ ୨କୋଟି ୩ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଏମ୍‌ପି ବିଷୋୟୀ ୩ଲକ୍ଷ ଟଙ୍କାର ଏକ...

ଦୁଇ ଛାତ୍ରୀଙ୍କୁ ଏସିଡ୍‌ ମାଡ଼: ଯୁବକ ଅଟକ

ଭଦ୍ରକ ଅଫିସ,୨୮।୧୧: ଭଦ୍ରକ ଜିଲା ବନ୍ତ ଥାନା ଅଧିନସ୍ଥ କଣ୍ଟାପଡ଼ା ଗ୍ରାମର ଜଣେ ଯୁବକ ବାଙ୍ଗୁରପଦି ଗ୍ରାମର ଦୁଇ ଛାତ୍ରୀଙ୍କ ଉପରକୁ ଏସିଡ୍‌ ମାଡ଼ କରିଛନ୍ତି।...

ଚାନ୍ଦବାଲି ଏନ୍‌ଏସିର ପ୍ରଥମ ସାଧାରଣ ବୈଠକ: ୪୨.୯୪ କୋଟି ବଜେଟ ଉପସ୍ଥାପନ

ଚାନ୍ଦବାଲି, ୧୫।୫ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ)ର ପ୍ରଥମ ସାଧାରଣ ବୈଠକ ଅଧ୍ୟକ୍ଷା ଶାନ୍ତିଲତା ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଜିଲା...

ନିଟ୍‌ ପରୀକ୍ଷାରେ ବାଜି ମାରିଲେ ଜୁନାଗଡ଼ର ତନିଶ

ଜୁନାଗଡ଼,୧୭ା୧୦(ଡି.ଏନ୍‌.ଏ.): ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍‌)ର ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି । ଏଥିରେ କଳହାଣ୍ଡି ଜିଲା ଜୁନାଗଡ଼ ସହରର ତନିଶ କୁମାର ସିଙ୍ଘଲ...

Advertisement
Archives

Model This Week