କ୍ଷତିରେ ଯାତ୍ରୀ ପରିବହନ: ଚିନ୍ତାରେ ମାଲିକ

ଭୁବନେଶ୍ୱର,୨୧।୯(ବ୍ୟୁରୋ): କରୋନା ପ୍ରଭାବରୁ ବର୍ତ୍ତିପାରୁନି ଯାତ୍ରୀ ପରିବହନ ସେବା। ବସ୍‌ ଠାରୁ ଆରମ୍ଭ କରି ଟ୍ୟାକ୍ସି ଏବଂ ଅଟୋ ଭଳି ଯାତ୍ରୀବାହୀ ଯାନ କରୋନା ସଂକ୍ରମଣ ଯୋଗୁ ପ୍ରଭାବିତ ହୋଇଛି। ବସ୍‌ ସେବା ଅତିମାତ୍ରାରେ ପ୍ରଭାବିତ ହୋଇଛି। କରୋନା ଭୟ ରହିଥିବାରୁ ସାଧାରଣ ପରିବହନ ବ୍ୟବସ୍ଥାକୁ ଯାତ୍ରୀମାନେ ଆପଣାଇବାକୁ କୁଣ୍ଠାବୋଧ କରୁଛନ୍ତି। ଏଥିଯୋଗୁ ପ୍ରାୟ ୧୩ ହଜାର ବସ୍‌ ରାସ୍ତାକୁ ଓହ୍ଲାଇ ପାରୁ ନାହିଁ। ଯଦିଓ ଲକ୍‌ଡାଉନ ଓ ଶଟ୍‌ଡାଉନ ଭଳି କଟକଣା ନାହିଁ ତେବେ ଯାତ୍ରୀ ଅଭାବ ବସ୍‌ ମାଲିକଙ୍କ ସମସ୍ୟା ବଢ଼ାଇ ଦେଇଛି। ଯେଉଁ କେତେକ ବସ୍‌ ଚାଲିଛି ସେଥିରେ ସାମାଜିକ ଦୂରତା ରକ୍ଷା କରି ଯାତ୍ରୀ ନେବାକୁ ପଡୁଛି। ଫଳରେ ବସ୍‌ ଖର୍ଚ୍ଚ ଉଠିବା କଷ୍ଟସାଧ୍ୟ ହୋଇପଡିଛି। ଅନ୍ୟ ପକ୍ଷରେ ଆସନ୍ତା ଅକ୍ଟୋବର ପହିଲାରୁ ଘରୋଇ ବସ୍‌ଗୁଡିକୁ ଦିଆଯାଉଥିବା ରିହାତିକୁ ସମ୍ପୂର୍ଣ୍ଣ ଉଠାଇ ଦିଆଯିବ। ବସ୍‌ମାଲିକଙ୍କୁ ସମ୍ପୂର୍ଣ୍ଣ ଟିକସ ଦେବାକୁ ପଡିବ।
କରୋନା ସମୟରେ ବସ୍‌ ମାଲିକଙ୍କ ଉପରୁ ଆର୍ଥିକ ବୋଝ କମାଇବାକୁ ରାଜ୍ୟ ସରକାର ଏପ୍ରିଲରୁ ଜୁନ୍‌ ଯାଏ ବସ୍‌ ଉପରୁ ରୋଡ୍‌ ଟ୍ୟାକ୍ସ ସମ୍ପୂର୍ଣ୍ଣ ଛାଡ କରିଥିଲେ। ସେହିପରି ଚାଲୁଥିବା ବସ୍‌ଗୁଡିକରୁ ଜୁଲାଇରେ ୨୫ ପ୍ରତିଶତ, ଅଗଷ୍ଟରେ ୫୦ ଓ ସେପ୍ଟେମ୍ବରରେ ୭୫ ପ୍ରତିଶତ ଟିକସ ଆଦାୟ କରାଯାଉଛି। ଅକ୍ଟୋବରରୁ ବସ୍‌ଗୁଡିକୁ ସମ୍ପୂର୍ଣ୍ଣ ଟିକସ ଦେବାକୁ ପଡିବ। ରାଜ୍ୟରେ ପ୍ରାୟ ୧୪ ହଜାର ବେସରକାରୀ ବସ୍‌ ରହିଛି। ସେଥିରୁ ମାତ୍ର ୪୦୦ ବସ୍‌ ଚଳାଚଳ କରୁଛି। ସେହି ବସ୍‌ଗୁଡିକ ଉପରେ ପ୍ରାୟ ୪୫ ହଜାର କର୍ମଚାରୀ ନିର୍ଭର କରୁଛନ୍ତି। ସେମାନଙ୍କର ପରିବାରକୁ ମିଶାଇଲେ ବସ୍‌ ପରିବହନ ଉପରେ ପ୍ରାୟ ୨.୫ ଲକ୍ଷ ଲୋକ ନିର୍ଭରଶୀଳ। ତେବେ ଗତ ମାର୍ଚ୍ଚରୁ ଏହି କ୍ଷେତ୍ରରେ ଜୀବିକା ଧୂଳିସାତ ହୋଇଯାଇଛି। କରୋନା ଭୟରେ ଲୋକମାନେ ବସ୍‌ରେ ଯିବାକୁ ମଙ୍ଗୁନାହାନ୍ତି । ଯାତ୍ରୀଙ୍କ ସଂଖ୍ୟା କମି ଯାଉଛି। ବସ୍‌ ଗଡିଲା ମାତ୍ରେ ମାଲିକଙ୍କୁ ସମସ୍ତ ଖର୍ଚ୍ଚ ମିଶାଇ ଦୈନିକ ଅତି କମ୍‌ରେ ୧୫ ହଜାର ଟଙ୍କା ଖର୍ଚ୍ଚ ବହନ କରିବାକୁ ପଡୁଛି। ଯାତ୍ରୀ ନ ହେଲେ ମାଲିକଙ୍କ ଉପରେ ଆର୍ଥିକ ବୋଝ ବଢି ଚାଲିଛି। କେବଳ ସେତିକି ନୁହେଁ, ବସ୍‌ ପାଇଁ ବାର୍ଷିକ ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କାର ବୀମା ଭରିବାକୁ ପଡୁଛି।
ଗୋଟିଏ ବସ୍‌ ମାସକୁ ୧୫ ହଜାର ଟଙ୍କା ଟିକସ ଭରଣା କରିବାକୁ ପଡିବ। ଚଳିତ ବର୍ଷ ପାର୍ବଣ ଉପରେ କଟକଣା ଲଗାଯାଇଥିବାରୁ ଯାତ୍ରୀ ପରିବହନ ସେବା ଆହୁରି ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି। ଏଥିସହିତ କଟକ ଓ ଭୁବନେଶ୍ୱରରେ କୋଭିଡ୍‌ ପଜିଟିଭ ହାର ବୃଦ୍ଧି ପାଉଥିବାରୁ ରାଜ୍ୟର ଅନ୍ୟ ଅଞ୍ଚଳରୁ ଲୋକମାନେ ଏସବୁ ସହରକୁ ଆସିବାକୁ ଆଗ୍ରହ ଦେଖାଉ ନାହାନ୍ତି । ରାଜ୍ୟରେ ଯାତ୍ରୀ ସେବାକୁ ପୁଣି ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବା ଲାଗି ରାଜ୍ୟ ସରକାର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ଏଥିସହିତ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାର ଅକ୍ଟୋବରରୁ ୩ ମାସ ଯାଏ ଟିକସ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି।
କେବଳ ବସ୍‌ ନୁହେଁ, ରାଜ୍ୟରେ ପ୍ରାୟ ୩ ଲକ୍ଷ ଅଟୋ ରିକ୍ସା, ୧.୫ ଲକ୍ଷରୁ ଊର୍ଦ୍ଧ୍ୱ ଟ୍ୟାକ୍ସି ପ୍ରଭାବିତ ହୋଇଛି। ଅଟୋ ଚାଳକ ଶମ୍ଭୁନାଥ ମହାନ୍ତି କହିଛନ୍ତି, ଧାର ଉଧାର କରି ଅଟୋ କିଣି ପରିବାର ଚଳାଉଥିଲୁ। ଦିନକୁ ସବୁ ଖର୍ଚ୍ଚ ଯାଇ ୩୦୦ରୁ ୪୦୦ ଟଙ୍କା ହେଉଥିଲା। କରୋନା ଯୋଗୁ ୩ ମାସ କାଳ ବସି ରହିଲୁ। ଲକ୍‌ଡାଉନ ପରେ ଦିନକୁ ୨୦୦ ଟଙ୍କା ରୋଜଗାର କରିବା କଷ୍ଟକର ହୋଇପଡିଛି। ଯାତ୍ରୀ ସଂଖ୍ୟା ନ ବଢିଲେ ଅଟୋ ଚଳାଇ ପରିବାର ପୋଷିବା ସମ୍ଭବ ହେବ ନାହିଁ ବୋଲି ସେ କହିଛନ୍ତି। ଟ୍ରାଭେଲ୍ସ ବ୍ୟବସାୟ କରି ଭଲ ଦି ପଇସା ରୋଜଗାର କରୁଥିବା ଶ୍ୟାମ ସୁନ୍ଦର ନାୟକ କହିଛନ୍ତି, ଗତ ୫ ମାସ ହେବ ବ୍ୟବସାୟ ନାହିଁ କହିଲେ ଚଳେ। ନିଜର ଦୁଇଖଣ୍ଡ ଗାଡି ଥିବା ବେଳେ ବାହାର ଲୋକମାନେ ଟ୍ରଭେଲ୍ସରେ ଗାଡି ଲଗାଉଥିଲେ। କରୋନା ପରେ ବ୍ୟବସାୟ କମିବା ସହିତ ଅନ୍ୟ ଲୋକମାନେ ମଧ୍ୟ ଗାଡି ଲଗାଉ ନାହାନ୍ତି। ପିକ୍‌ନିକ ଋତୁରେ ଭଲ ବ୍ୟବସାୟ ହୋଇଥାଏ। ଚଳିତ ବର୍ଷ କରୋନା କଟକଣା ଯୋଗୁ ତାହା ମଧ୍ୟ ହେବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri