ପାସେଞ୍ଜର ଟ୍ରେନ୍‌ ଲାଇନ୍‌ଚ୍ୟୁତ ଘଟଣା: ୨ ସସ୍‌ପେଣ୍ଡ

କୋରାପୁଟ,୧୨।୯(ସ୍ବ.ପ୍ର.): ପାସେଞ୍ଜର ଟ୍ରେନ୍‌ ଲାଇନ୍‌ଚ୍ୟୁତ ଘଟଣାରେ ୨ ଜଣଙ୍କୁ ସସ୍‌ପେଣ୍ଡ କରାଯାଇଛି। ସେମାନେ ହେଲେ ସେକ୍ସନ ଇଞ୍ଜିନିୟର ଏବଂ ଗ୍ୟାଙ୍ଗ୍‌ମ୍ୟାନ୍‌। ଏ ନେଇ ଡିଆରଏମ୍‌ ଅନୁପ ଶତପଥୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, କୋରାପୁଟ ଜିଲା ଜୟପୁର ନିକଟ ଛତ୍ରିପୁଟ ପାଖରେ ବିଶାଖାପାଟଣାରୁ ଛତିଶଗଡର କିରୋଣ୍ଡଲ ଯାଉଥିବା ପାସେଞ୍ଜର ଟ୍ରେନ୍‌ର ୪ଟି ବଗି ସୋମବାର ଅପରାହ୍ନରେ ଲାଇନ୍‌ଚ୍ୟୁତ ହୋଇଛି। ତେବେ ଏହି ଦୁର୍ଘଟଣାରେ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି।