ଦିଲ୍ଲୀରେ ଯାତ୍ରୀ, ଭୁବନେଶ୍ୱରରେ ବେଗ୍‌

ଭୁବନେଶ୍ବର,୬ା୯(ବ୍ୟୁରୋ):ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଘରୋଇ ଅନୁଷ୍ଠାନ ପକ୍ଷରୁ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କାର ମିଳିଛି। ଏହି ଉତ୍ସବରେ ଯୋଗଦେବାକୁ ବିଜେଡିର ବହୁ ଆଗ ଧାଡ଼ିର ଯୁବ ଓ ଛାତ୍ର ନେତାମାନେ ଦିଲ୍ଲୀ ଯାଇଥିଲେ। ସେଠାରେ କାର୍ଯ୍ୟକ୍ରମ ସରିବା ପରେ କେତେକ ଯୁବ, ଛାତ୍ର ନେତା ତଥା ବିଧାୟକଙ୍କୁ ମିଶାଇ ମୋଟ ୧୬ ଜଣ ରବିବାର ସାରେ ଭୁବନେଶ୍ୱର ଫେରୁଥିଲେ। ଦିଲ୍ଲୀ ବିମାନବନ୍ଦରରେ ସେହି ନେତାମାନେ ପହଞ୍ଚି ନିଜ ବେଗ୍‌ବସ୍ତାନିଗୁଡିକ ଚେକିଂ କରି ବିମାନ ଭିତରକୁ ଛାଡ଼ି ଦେଇଥିଲେ। ସେମାନେ ସା ୮ଟା ୨୦ ମିନିଟ୍‌ରେ ଇଣ୍ଡିଗୋ ଏ୩୨୦ ବିମାନରେ ଫେରିବାର ଥିଲା। ବିମାନ ଛାଡ଼ିବାକୁ କିଛି ସମୟ ବିଳମ୍ବ ଥିବା ଜାଣି ସେମାନେ ସେଠାରେ ଥିବା ଏକ ମଦ ବାର୍‌ ଭିତରକୁ ପଶିଯାଇଥିଲେ।
ଧରିତ୍ରୀକୁ ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କୁ ପୁରସ୍କାର ମିଳିବା ଖୁସିରେ ଉକ୍ତ ନେତାମାନେ ଆବଶ୍ୟକତାଠାରୁ ଅଧିକ ମଦ୍ୟପାନ କରିଦେଇଥିଲେ। ସେତେବେଳକୁ ସେମାନଙ୍କ ବେଗ୍‌ ଯାଇ ବିମାନ ଭିତରେ ରହିସାରିଥିଲା। ଅତ୍ୟଧିକ ମଦ୍ୟପାନ କରି ଯେତେବେଳେ ନେତାମାନେ ବିମାନକୁ ଯିବାକୁ ଚାହିଁଲେ ସେଠାରେ ସେମାନଙ୍କୁ ଚେକିଂ କରି ଅଟକାଯାଇଥିଲା। ସେମାନଙ୍କୁ ଆଉ ବିମାନ ଭିତରକୁ ଯିବାକୁ ଦିଆଗଲା ନାହିଁ। ଫଳରେ ବିମାନବନ୍ଦର ଭିତରେ ନିଶାସକ୍ତ ଅବସ୍ଥାରେ ସେହି ନେତାମାନେ ଏୟାରପୋର୍ଟର କେତେଜଣ ଅଧିକାରୀଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଦେଇଥିଲେ। ବିମାନରେ ଥିବା ଅଧିକାରୀ କିନ୍ତୁ ସେମାନଙ୍କୁ ନେବାକୁ ସିଧାସଲଖ ମନା କରିଦେଇଥିଲେ। ସେଠାରେ ଉପସ୍ଥିତ ଥିବା ଜଣେ ଯୁବ ବିଧାୟକ କିନ୍ତୁ ସମସ୍ତଙ୍କୁ ନେଇଯିବା ଲାଗି ଅଧିକାରୀଙ୍କ ସହ ପ୍ରବଳ ଯୁକ୍ତିତର୍କ କରିଥିଲେ, ହେଲେ ତାହାର କିଛି ସୁଫଳ ମିଳିଲା ନାହିଁ। ଏପରିକି ସେମାନଙ୍କ ବିରୋଧରେ ମାମଲା ରୁଜୁହେବା ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ହେଲେ ଦିଲ୍ଲୀରେ ରହୁଥିବା କେତେଜଣ ବଡ଼ ନେତା ଏହି କଥାକୁ ଚାପିବା ଲାଗି ଉଦ୍ୟମ ଆରମ୍ଭ କରିଦେଇଥିଲେ। ହେଲେ ବିମାନରେ ସେହି ସମସ୍ତ ନେତା ଫେରିପାରି ନ ଥିଲେ। ଟିକେଟ ଥାଇ ସୁଦ୍ଧା ବିମାନଟି ୧୬ଟି ଖାଲି ସିଟ୍‌ ସହ ଭୁବନେଶ୍ୱର ଫେରିଥିଲା। ନେତାମାନେ ସିନା ଆସିପାରି ନ ଥିଲେ ହେଲେ ସେମାନଙ୍କ ବେଗ୍‌ କିନ୍ତୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା। ଫେରିପାରି ନ ଥିବା ନେତା ସୋମବାର ଭିନ୍ନ ଭିନ୍ନ ସମୟରେ ଫେରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri