ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା

ଖୋର୍ଦ୍ଧା,୨୦।୧୨: ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁ ଡଙ୍ଗା ଫସିଯାଇଥିବା କୁହାଯାଉଛି। ଜହ୍ନିକୁଦାରୁ ସାତପଡ଼ା ଯାଉଥିବା ବେଳେ ଡଙ୍ଗାଟି ଫସିଯାଇଥିଲା। ଜହ୍ନିକୁଦାରୁ ୪ କିମି ଯିବା ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଡଙ୍ଗା ଅଟକିଥିଲା। ଏଥିରେ ୧୦ଟି ବାଇକ୍‌ ଓ ୩୦ ଜଣ ଯାତ୍ରୀ ଥିବା ସୂଚନା ମିଳିଛି ।