Posted inଖେଳ

ପାରୁଲ, ଅନୁଙ୍କୁ ସ୍ବର୍ଣ୍ଣ

ହାଙ୍ଗଝୋ, ୪।୧୦ (ପି.ଟି.): ଏସିଆନ ଗେମ୍ସର ଆଥ୍‌ଲେଟିକ୍ସ ଇଭେଣ୍ଟରୁ ଭାରତୀୟ ପ୍ରତିଯୋଗୀମାନେ ମଙ୍ଗଳବାର ୨ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପାରୁଲ ଚୌଧାରୀ ୫୦୦୦ ମିଟର ରେସ୍‌ ଏବଂ ଅନୁ ରାଣୀ ମହିଳା ଜାଭେଲିନ୍‌ ଥ୍ରୋରେ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଏହାକୁ ମିଶାଇ ଭାରତୀୟ ଆଥ୍‌ଲେଟମାନେ ଟ୍ରାକ୍‌ ଆଣ୍ଡ ଫିଲ୍ଡରୁ ଗୋଟିଏ ଦିନରେ ୬ ପଦକ ପାଇଛନ୍ତି। ୨୮ ବର୍ଷୀୟା ପାରୁଲ ରେସ୍‌ର ଶେଷ ଭାଗରେ ଜାପାନର ରିରିକା ହିରୋନିକାଙ୍କଠାରୁ କଡ଼ା ଚ୍ୟାଲେଞ୍ଜ ପାଇଥିଲେ। ମାତ୍ର ଶେଷ ୪୦ ମିଟରରେ ସେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପାରୁଲ ୧୫:୧୪.୭୫ ସେକେଣ୍ଡ ସମୟ ନେଇଥିଲେ। ଚଳିତ ଏସିଆନ ଗେମ୍ସରେ ପାରୁଲଙ୍କ ଏହା ଦ୍ୱିତୀୟ ପଦକ। ପୂର୍ବରୁ ସେ ଗତ ସୋମବାର ୩୦୦୦ ମିଟର ଷ୍ଟିପଲଚେଜ୍‌ରେ ରୌପ୍ୟ ପଦକ ଅର୍ଜନ କରିଥିଲେ। କାଜାଖସ୍ତାନର କାରୋଲିନ ଚେପ୍‌କୋଏଚ୍‌ କିପକିରୁଇ ବ୍ରୋଞ୍ଜ ପଦକ ପାଇଥିଲେ। ଅନ୍ୟପକ୍ଷରେ ୩୧ ବର୍ଷୀୟା ଅନୁ ମହିଳା ଜାଭେଲିନ୍‌ ଥ୍ରୋରେ ସିଜନ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ବର୍ଣ୍ଣ ହାସଲ କରିଛନ୍ତି। ନିଜର ଚତୁର୍ଥ ଉଦ୍ୟମରେ ସେ ୬୨.୯୨ ମିଟର ଦୂରକୁ ଜାଭେଲିନ୍‌ ଥ୍ରୋ କରିଥିଲେ। ଏହା ସ୍ବର୍ଣ୍ଣ ପଦକ ହାସଲ ପାଇଁ ପର୍ଯ୍ୟାପ୍ତ ହୋଇ ଯାଇଥିଲା। ଶ୍ରୀଲଙ୍କାର ନଦିଶା ଦିହାନ ଓ ଚାଇନାର ହୁଇହୁଇ ଲ୍ୟୁ ଯଥାକ୍ରମେ ୬୧.୫୭ ଓ ୬୧.୨୯ ମିଟର ସହ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଥିଲେ। ପୁରୁଷ ୮୦୦ ମିଟର ଓ ଟ୍ରିପଲ ଜମ୍ପରେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତି ମହମ୍ମଦ ଅଫଜାଲ ପୁଲିକ୍କାଲାକାଥ ଓ ପ୍ରବୀନ ଚିଥାରାଭେଲ ଭାରତକୁ ଗର୍ବିତ କରିଥିବାବେଳେ ପୁରୁଷ ଡେକାଥଲନରେ ତେଜସ୍ବିନୀ ଶଙ୍କର ରୌପ୍ୟ ଏବଂ ମହିଳା ୪୦୦ ମିଟର ହର୍ଡଲ୍ସରେ ବିଦ୍ୟା ରାମରାଜ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri