ଗୁଡ଼ାରି,୧୬ା୧୦(ପ୍ରମୋଦ କୁମାର ପତି): ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟନାୟକ ଆଜି ୮୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଗୁଡ଼ାରି ବିଜେଡି ନେତା ଓ କର୍ମୀମାନେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଚିକତ୍ସାଧୀନ ରୋଗୀଙ୍କୁ ଫଳ, ବିସ୍କୁଟ ଓ ରୁଟି ବାଣ୍ଟିଥିଲେ। ଏନ୍ଏସି ଅଧ୍ୟକ୍ଷା ସରମିତା ଶବରଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଜେଡି ନେତା ସନ୍ତୋଷ ମହାନ୍ତି, କେଦାର ସାହୁ, ଏମ୍. ପ୍ରସାଦ, ସୁଶୀଲ ଗୁରୁ, ଟୁନା ଗୌଡ଼, ପଞ୍ଚାନନ ପଟ୍ଟନାୟକ, ଦୟା ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଏ ନେଇ ସନ୍ତୋଷ ମହାନ୍ତି କହିଛନ୍ତି ଓଡ଼ିଶାବାସୀଙ୍କ ହୃଦୟରେ ରାଜ କରୁଛନ୍ତି ନବୀନ ପଟ୍ଟନାୟକ। ତାଙ୍କ ନିର୍ମଳ ଭାବମୂର୍ତ୍ତି ଏବଂ ଓଡ଼ିଶାବାସୀଙ୍କ ପ୍ରତି ଭଲ ପାଇବା ସବୁ ଦିନ ରହିଥାଉ। ମେଡିକାଲରେ ରୋଗୀଙ୍କୁ ଫଳ ବଣ୍ଟନ କରି ଆମେ ନବୀନଙ୍କ ଦୀର୍ଘାୟୁ କାମନା କଲୁ।