Posted inଜାତୀୟ

କର୍ନାଟକ ଭାଜପା ମୁଖ୍ୟଙ୍କ ଟିପୁ ବିରୋଧୀ ମନ୍ତବ୍ୟକୁ ନେଇ ଦଳ ଦୁଇଭାଗ

ନୂଆଦିଲ୍ଲୀ,୧୮ା୨: କର୍ନାଟକରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ରଣନୀତି ଚୂଡ଼ାନ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟ ଭାଜପା ମୁଖ୍ୟ ଟିମ୍‌ର ମାରାଥନ୍‌ ବୈଠକ ବାରମ୍ବାର ବସୁଛି। ଅନ୍ୟପକ୍ଷରେ ଦଳର ରାଜ୍ୟ ସଭାପତି ନଳିନ କୁମାର କାତିଲଙ୍କର ଟିପୁ ସୁଲ୍‌ତାନ ବନାମ ଭି.ଡି. ସଭରକର ବର୍ଣ୍ଣନାକୁ ନେଇ ଦଳ ଭିତରେ ମତଭେଦ ବଢ଼ିବାରେ ଲାଗିଛି। ଅଷ୍ଟାଦଶ ଶତାବ୍ଦୀର ମହୀଶୂର ଶାସକ ଟିପୁ ସୁଲତାନଙ୍କୁ ନେଇ କାତିଲ ଭାଜପା ପ୍ରଚାରକୁ କେନ୍ଦ୍ରୀଭୂତ କରିବାକୁ ଉଦ୍ୟମ କରୁଥିବା ଗୋଟିଏ ଗୋଷ୍ଠୀ କହୁଥିବାବେଳେ ଦଳର କେନ୍ଦ୍ରୀୟ ନେତୃତ୍ୱ ଏହାକୁ ଗ୍ରହଣ କରୁନାହିଁ। ଏଥର ନିର୍ବାଚନ କଂଗ୍ରେସ ଏବଂ ଭାଜପା ମଧ୍ୟରେ ଲଢ଼େଇ ହେବନାହିଁ ବରଂ ସଭରକର ଏବଂ ଟିପୁଙ୍କ ନୀତି ଆଦର୍ଶ ମଧ୍ୟରେ ହେବ ବୋଲି କିଛିଦିନ ପୂର୍ବରୁ କାତିଲ କହିଥିଲେ। ଟିପୁ ସମର୍ଥକମାନଙ୍କୁ କର୍ନାଟକରୁ ତଡ଼ିଦେବାକୁ କାତିଲ ବୁଧବାର ଆହ୍ବାନ ଦେଇ ପୁଣିଥରେ ବିବାଦ ଘେରକୁ ଆସିଛନ୍ତି। କର୍ନାଟକ ରାମଙ୍କ ଭୂମି। ଯେଉଁମାନେ ରାମଙ୍କ ଭଜନ ଗାଇବେ କେବଳ ସେମାନେ ଏହି ଭୂମିରେ ରହିବେ ବୋଲି ଭାଜପା ରାଜ୍ୟ ସଭାପତି କାତିଲ କୋପାଲ ଜିଲାର ୟେଲବୁର୍ଗାଠାରେ ଏକ ରାଲିକୁ ସମ୍ବୋଧିତ କରି କହିଥିଲେ।
ଭାଜପା କର୍ନାଟକରେ ପୁଣି ଥରେ କ୍ଷମତାରେ ରହିବା ଲାଗି ଉଦ୍ୟମ ଚଳାଇଥିବାବେଳେ ଏଥର କଂଗ୍ରେସଠାରୁ କଡ଼ା ଟକ୍କରର ସମ୍ମୁଖୀନ ହେବ ବୋଲି କୁହାଯାଉଛି। ଏଭଳି ସମୟରେ କାତିଲଙ୍କ ଟିପୁ ସୁଲ୍‌ତାନ ମନ୍ତବ୍ୟ ଭାଜପା ପାଇଁ ଭୋଟ ଯୋଗାଡ଼ କରିବାରେ କେତେଦୂର ସଫଳ ହେବ ତାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। ଏହା ଏକ ସ୍ମାର୍ଟ ଫର୍ମୁଲା ବୋଲି ଦଳର ଗୋଟିଏ ଗୋଷ୍ଠୀ କହିଛି। ଅନ୍ୟପକ୍ଷରେ କର୍ନାଟକ ଭଳି ଏକ ସମ୍ବେଦନଶୀଳ ରାଜ୍ୟରେ ଗୋଟିଏ ପ୍ରସଙ୍ଗ ସାରା ରାଜ୍ୟରେ ପ୍ରଭାବ ପକାଇବା ଆଶା କରାଯାଉ ନାହିଁ ବୋଲି ଜଣେ ଦଳୀୟ ନେତା କହିଛନ୍ତି। ଟିପୁ ପ୍ରସଙ୍ଗ ଉପକୂଳର କେତେକ ଅଞ୍ଚଳ ଏବଂ ପୁରୁଣା ମହୀଶୂର ଅଞ୍ଚଳରେ ପ୍ରଭାବ ପକାଇପାରେ। ତେଣୁ ଭାଜପା କେନ୍ଦ୍ରୀୟ ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକପ୍ରିୟତା ଏବଂ କାର୍ଯ୍ୟକ୍ରମକୁ ଅଧିକ ଫୋକସ୍‌ କରିବାକୁ ଉଦ୍ୟମ କରୁଛି। ଅନ୍ୟପକ୍ଷରେ ଭାଜପା ଏମ୍‌୍‌ପି କହିଛନ୍ତି, କାତିଲଙ୍କ ରଣନୀତି ଦଳ ପାଇଁ ଲାଭଦାୟକ ହୋଇପାରେ ଏବଂ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳ ଅଧିକ ସମର୍ଥନ ହାସଲ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଧାନରେ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri