‘ଓଡ଼ିଶାର ଅଭିବୃଦ୍ଧିରେ ଅଂଶୀଦାର ହୁଅ’

ଭୁବନେଶ୍ୱର, ୧୮ା୧୦(ବ୍ୟୁରୋ):ଓଡ଼ିଶା ଆସ, ପୁଞ୍ଜିନବେଶ କର। ଓଡ଼ିଶାର ନୂତନ ଶିଳ୍ପ ଯୁଗରେ ଆମର ଅଂଶୀଦାର ହୁଅ। ଏଠାରେ ରହିଛି ପ୍ରଚୁର ପ୍ରାକୃତିକ ସମ୍ବଳ, ଦକ୍ଷ ମାନବ ସମ୍ବଳ ଏବଂ ସ୍ଥିର ସରକାର। ଏହାର ସୁଯୋଗ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ମହାନାୟକମାନଙ୍କୁ ଆହ୍ବାନ ଦେଇଛନ୍ତି। ଏଥିସହିତ ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଭୁବନେଶ୍ୱରଠାରେ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୨୨ରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ପୁଞ୍ଜିନିବେଶକାରୀଙ୍କୁ ବ୍ୟକ୍ତିଗତ ଭାବେ ଆମନ୍ତ୍ରଣ କରିଛନ୍ତି।
ସୋମବାର ହାଇଦ୍ରାବାଦଠାରେ ରାଜ୍ୟ ସରକାର ଏବଂ ଫିକିର ମିଳିତ ସହଯୋଗରେ ଅନୁଷ୍ଠିତ ଇନଭେଷ୍ଟର୍ସ ମିଟ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁଞ୍ଜିନିବେଶ ଏବଂ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଦେଶରେ ଏକ ଆଗୁଆ ରାଜ୍ୟ ଭାବେ ଉଭା ହୋଇଛି। ବଡ଼ ବଡ଼ ଆଇଟି କମ୍ପାନୀ ଭୁବନେଶ୍ୱରରେ ସେମାନଙ୍କର ସେଣ୍ଟର ପ୍ରତିଷ୍ଠା କରିଛନ୍ତି। ରାଜ୍ୟ ସରକାର ସହରର ଷ୍ଟାର୍ଟ-ଅପ୍‌ ଇକୋ ସିଷ୍ଟମକୁ ନିୟମିତ ସହୟତା ଯୋଗାଇ ଆସିଛନ୍ତି। ମାନ୍ୟୁଫାକ୍ଚରିଂ ପୁଞ୍ଜିନିବେଶ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରମୁଖ ରାଜ୍ୟ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।
ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜନେସ୍‌ ରେଟିଂରେ ଓଡ଼ିଶା ‘ଆଚିଭର’ ଷ୍ଟାଟସ୍‌ ହାସଲ କରିଛି। ରାଜ୍ୟ ବିକାଶ ଶୋକେସ୍‌ର ଚିତ୍ରକୁ ଦର୍ଶାଇବା ପାଇଁ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ -୨୦୨୨ ଏକ ପ୍ଲାଟଫର୍ମ। ବିଶ୍ୱବ୍ୟାପୀ ପୁଞ୍ଜିନିବେଶକାରୀଙ୍କୁ ଆମେ କ’ଣ ଦେଇପାରିବୁ ତାହା ଉକ୍ତ କନକ୍ଲେଭ୍‌ରେ ଉପସ୍ଥାପନ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଭିନ୍ନ କ୍ଷେତ୍ରର ଭବିଷ୍ୟତ ଶିଳ୍ପ ବିଷୟରେ ଆଲୋଚନା କରିବା ପାଇଁ ଶିଳ୍ପ ମହାନାୟକ ଏବଂ ଥଟ୍‌ ଲିଡରମାନଙ୍କ ସକାଶେ ଏହା ଏକ ଭଲ ପ୍ଲାଟଫର୍ମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଐତିହାସିକ ସହର ହାଇଦ୍ରାବାଦରେ ଶିଳ୍ପପତିମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରି କହିଛନ୍ତି, ଓଡ଼ିଶା ଏବେ ଅଭିବୃଦ୍ଧି ସ୍ତରରେ ରହିଛି। ଆସନ୍ତା ୧୦ ବର୍ଷରେ ଏହା ଏକ ଉଚ୍ଚ ଅଭିବୃଦ୍ଧିକୁ ଦେଖିବ। ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟ ଦ୍ରୁତ ଅଭିବୃଦ୍ଧି କରୁଛି। ନିଯୁକ୍ତି ଭିତ୍ତିକ ଶିଳ୍ପ ଅଭିବୃଦ୍ଧି ଇକୋସିଷ୍ଟମ୍‌ ଯୋଗାଇ ଦେବା ପାଇଁ ଓଡ଼ିଶା ପ୍ରତିଶ୍ରୁତିବଦ୍ଧ। ବ୍ୟବସାୟିକ ସୁଯୋଗ ବଢ଼ାଇବା ପାଇଁ ଓଡ଼ିଶା ଉତ୍ତମ ପ୍ରୋତ୍ସାହନ ଯୋଗାଇ ଦେବ। ରାଜ୍ୟ ସରକାର ଏନେଇ କଥାବାର୍ତ୍ତା ଚାଲୁ ରଖିଛନ୍ତି। ସମସ୍ତଙ୍କ ସହ ପୁରୁଣା ସମ୍ପର୍କକୁ ସୁଦୃଢ଼ କରିବା ସହିତ ନୂଆ ସମ୍ପର୍କ ତିଆରି କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁଞ୍ଜିପତିମାନଙ୍କୁ କହିଛନ୍ତି। ଉନ୍ନତ ଜ୍ଞାନକୌଶଳ ଏବଂ ଦୀର୍ଘମିଆଦି ଦର୍ଶନକୁ ନେଇ ଆମେ ଶିଳ୍ପାୟନର ନୂଆଯୁଗରେ ପ୍ରବେଶ କରୁଥିବାରୁ ରାଜ୍ୟର ନିରନ୍ତର ଅଭିବୃଦ୍ଧିକୁ ନିଶ୍ଚିତ କରିବା ପାଇଁ ସରକାର, ଶିଳ୍ପପତି ଏବଂ ଲୋକମାନଙ୍କ ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ୫ ଦିନ ଧରି ଚାଲିବାକୁ ଥିବା ମେକ୍‌ ଇନ୍‌ କନକ୍ଲେଭରେ ଶିଳ୍ପପତିମାନଙ୍କ ସହ ଆଲୋଚନା, ସେକ୍ଟୋରାଲ ସେସନ, ଷ୍ଟାର୍ଟଅପ ସେସନ, ମହିଳା ଉଦ୍ୟୋଗୀ ଅଧିବେଶନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୁଞ୍ଜିପତିଙ୍କୁ ଇନଭେଷ୍ଟର୍ସ ମିଟ୍‌ ପୂର୍ବରୁ ମୁଖ୍ୟମନ୍ତ୍ରୀ ୩ ପର୍ଯ୍ୟାୟରେ ପ୍ରାୟ ୩୭ ଉଦ୍ୟୋଗପତିଙ୍କ ସହ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁ ଓଡ଼ିଶା ଦେଶରେ ଏକ ପ୍ରମୁଖ ପୁଞ୍ଜିନିବେଶ ସ୍ଥଳରେ ପରିଣତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ ଏବଂ ଆଇଟି ସଚିବ ମନୋଜ ମିଶ୍ର, ଷ୍ଟାର୍ଟଅପ୍‌ ଓଡ଼ିଶା ଏକଜିକ୍ୟୁଟିଭ ଚେୟାରମ୍ୟାନ ଓମ୍‌କାର ରାୟ, ଫିକି ଡାଇରେକ୍ଟର ଜେନେରାଲ ଅରୁଣ ଚାଓ୍ବଲା ଏବଂ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।
ଆଇଟି ଓ ଆଇଟିଇଏସ୍‌, ହେଲଥ କେୟାର ଓ ଫାର୍ମାସ୍ୟୁଟିକାଲ, ଇଏସ୍‌ଡିଏମ୍‌ ଓ ଡାଟା ସେଣ୍ଟର, ମେଟାଲ ଏବଂ ମେଟାଲ ଡାଉନଷ୍ଟ୍ରିମ୍‌, ଟେକ୍ସଟାଇଲ ଓ ଆପାରେଲ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶ ରାଜ୍ୟ ସରକାରଙ୍କ ଫୋକସରେ ରହିଛି।
ମାଇକ୍ରୋସଫ୍ଟ ଇଣ୍ଡିଆର ଏମ୍‌ଡି ଅର୍ଣ୍ଣବ ବସୁ, ଶିରିଡି ସାଇ ଇଲେକ୍ଟ୍ରିକାଲ ସିଓଓ ରାଜୀବ କୁମାର, ଭାରତ ବାୟୋଟେକ୍‌ ଚେୟାରମ୍ୟାନ କ୍ରିଷ୍ଣା ଇଲା, ଡେଲୋଏଟ୍‌ ଏମ୍‌ଡି ଏନ. ଭେଙ୍କଟରମଣ, ତୋଷାଳୀ ସିମେଣ୍ଟସ୍‌ ପ୍ରାଇଭେଟ ଲିମିଟେଡର ଚେୟାରମ୍ୟାନ ଏମ୍‌ଏସ୍‌ଆରଭି ପ୍ରସାଦ, ବିୟଜନଗର ବାୟୋଟେକ୍‌ ଏମ୍‌ଡି ଡି. ଭି. ରାଜୁ , ଦେବଶକ୍ତି ଇଣ୍ଡିଆ ଚେୟାରମ୍ୟାନ ରବୀନ୍ଦ୍ର ଅଗ୍ରଓ୍ବାଲ, ରାମ୍‌କୀ ଗ୍ରୁପ୍‌ ଏମ୍‌ଡି ଓ୍ବାଇ.ଆର୍‌. ନାଗରାଜ, ଆକ୍ସିସ ଏନର୍ଜୀ ଗ୍ରୁପ୍‌ ସିଏମ୍‌ଡି କେ ରବି କୁମାର ରେଡ୍ଡୀ, ଜୋନ ସଲାଙ୍ଗ ଲାସେଲ(ଜେଏଲ୍‌ଏଲ୍‌) ଏମ୍‌ଡି ସନ୍ଦୀପ ପଟ୍ଟନାୟକ, ମହା ସିମେଣ୍ଟ (ମାଇଁ ହୋମ୍‌) ଏକଜିକ୍ୟୁଟିଭ ଚେୟାରମ୍ୟାନ ରାମେଶ୍ୱର ଜେ. ରାଓ, ମଞ୍ଜିରା ଗ୍ରୁପ୍‌ ଏମ୍‌ଡି ଜି. ୟୋଗାନନ୍ଦ, ଆପୋଲୋ ସ୍ପେଶାଲିଟି ହସ୍ପିଟାଲ ଏମ୍‌ଡି ଅନିନ୍ଦିଥ ରେଡ୍ଡୀ, କିମ୍ସ ଏମ୍‌ଡି ବି. ଭାସ୍କରରାଓ, ଓରାକଲ ଇଣ୍ଡିଆ ଏମ୍‌ଡି ଶୈଳେନ୍ଦ୍ର କୁମାରଙ୍କ ସମେତ ବହୁ ଶିଳ୍ପ ନାୟକଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଅହମଦାବାଦ, ଦୁବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ମୁମ୍ବାଇରେ ଇନଭେଷ୍ଟର୍ସ ମିଟ୍‌ ଭଳି ହାଇଦ୍ରାବାଦ ଇନଭେଷ୍ଟର୍ସ ମିଟ୍‌ରେ ପ୍ରାୟ ୩୫୦ ଶିଳ୍ପ ପ୍ରତିନିଧିଙ୍କ ସହ ୪୦ଟି ବୈଠକ ସଫଳତାର ସହ କରାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ଲୋମ ଟାଙ୍କୁରି ଉଠିବ…. ଅବୈଧ ସମ୍ପର୍କ ପାଇଁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ପ୍ରେମିକ, ଫ୍ରିଜରେ ପୁରାଇ….

ନୂଆଦିଲ୍ଲୀ,୩୦।୩: ବିଶାଖାପାଟଣାରେ ଏକ ଲୋମହର୍ଷଣକାରୀ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ବ୍ୟକ୍ତି ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳାଙ୍କୁ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

ଅପମାନିତ ହେଲା ପାକିସ୍ତାନ: PSLରେ ବଲ ଟ୍ୟାମ୍ପରିଂ? ଫଖର ଜମାନଙ୍କ କାର୍ଯ୍ୟ କ୍ୟାମେରାରେ କଏଦ

ଇସଲାମାବାଦ,୩୦।୩: ପାକିସ୍ତାନ ସୁପର ଲିଗ (PSL 2026) ଆରମ୍ଭ ହେବାର ମାତ୍ର କିଛି ଦିନ ହେଲାଣି, ତଥାପି ଏହା ମଧ୍ୟରେ ଏକ ବଡ଼ ବିବାଦ ଦେଖାଦେଇଛି। ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri