‘ଓଡ଼ିଶାର ଅଭିବୃଦ୍ଧିରେ ଅଂଶୀଦାର ହୁଅ’

ଭୁବନେଶ୍ୱର, ୧୮ା୧୦(ବ୍ୟୁରୋ):ଓଡ଼ିଶା ଆସ, ପୁଞ୍ଜିନବେଶ କର। ଓଡ଼ିଶାର ନୂତନ ଶିଳ୍ପ ଯୁଗରେ ଆମର ଅଂଶୀଦାର ହୁଅ। ଏଠାରେ ରହିଛି ପ୍ରଚୁର ପ୍ରାକୃତିକ ସମ୍ବଳ, ଦକ୍ଷ ମାନବ ସମ୍ବଳ ଏବଂ ସ୍ଥିର ସରକାର। ଏହାର ସୁଯୋଗ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ମହାନାୟକମାନଙ୍କୁ ଆହ୍ବାନ ଦେଇଛନ୍ତି। ଏଥିସହିତ ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଭୁବନେଶ୍ୱରଠାରେ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୨୨ରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ପୁଞ୍ଜିନିବେଶକାରୀଙ୍କୁ ବ୍ୟକ୍ତିଗତ ଭାବେ ଆମନ୍ତ୍ରଣ କରିଛନ୍ତି।
ସୋମବାର ହାଇଦ୍ରାବାଦଠାରେ ରାଜ୍ୟ ସରକାର ଏବଂ ଫିକିର ମିଳିତ ସହଯୋଗରେ ଅନୁଷ୍ଠିତ ଇନଭେଷ୍ଟର୍ସ ମିଟ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁଞ୍ଜିନିବେଶ ଏବଂ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଦେଶରେ ଏକ ଆଗୁଆ ରାଜ୍ୟ ଭାବେ ଉଭା ହୋଇଛି। ବଡ଼ ବଡ଼ ଆଇଟି କମ୍ପାନୀ ଭୁବନେଶ୍ୱରରେ ସେମାନଙ୍କର ସେଣ୍ଟର ପ୍ରତିଷ୍ଠା କରିଛନ୍ତି। ରାଜ୍ୟ ସରକାର ସହରର ଷ୍ଟାର୍ଟ-ଅପ୍‌ ଇକୋ ସିଷ୍ଟମକୁ ନିୟମିତ ସହୟତା ଯୋଗାଇ ଆସିଛନ୍ତି। ମାନ୍ୟୁଫାକ୍ଚରିଂ ପୁଞ୍ଜିନିବେଶ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରମୁଖ ରାଜ୍ୟ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।
ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜନେସ୍‌ ରେଟିଂରେ ଓଡ଼ିଶା ‘ଆଚିଭର’ ଷ୍ଟାଟସ୍‌ ହାସଲ କରିଛି। ରାଜ୍ୟ ବିକାଶ ଶୋକେସ୍‌ର ଚିତ୍ରକୁ ଦର୍ଶାଇବା ପାଇଁ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ -୨୦୨୨ ଏକ ପ୍ଲାଟଫର୍ମ। ବିଶ୍ୱବ୍ୟାପୀ ପୁଞ୍ଜିନିବେଶକାରୀଙ୍କୁ ଆମେ କ’ଣ ଦେଇପାରିବୁ ତାହା ଉକ୍ତ କନକ୍ଲେଭ୍‌ରେ ଉପସ୍ଥାପନ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଭିନ୍ନ କ୍ଷେତ୍ରର ଭବିଷ୍ୟତ ଶିଳ୍ପ ବିଷୟରେ ଆଲୋଚନା କରିବା ପାଇଁ ଶିଳ୍ପ ମହାନାୟକ ଏବଂ ଥଟ୍‌ ଲିଡରମାନଙ୍କ ସକାଶେ ଏହା ଏକ ଭଲ ପ୍ଲାଟଫର୍ମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଐତିହାସିକ ସହର ହାଇଦ୍ରାବାଦରେ ଶିଳ୍ପପତିମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରି କହିଛନ୍ତି, ଓଡ଼ିଶା ଏବେ ଅଭିବୃଦ୍ଧି ସ୍ତରରେ ରହିଛି। ଆସନ୍ତା ୧୦ ବର୍ଷରେ ଏହା ଏକ ଉଚ୍ଚ ଅଭିବୃଦ୍ଧିକୁ ଦେଖିବ। ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟ ଦ୍ରୁତ ଅଭିବୃଦ୍ଧି କରୁଛି। ନିଯୁକ୍ତି ଭିତ୍ତିକ ଶିଳ୍ପ ଅଭିବୃଦ୍ଧି ଇକୋସିଷ୍ଟମ୍‌ ଯୋଗାଇ ଦେବା ପାଇଁ ଓଡ଼ିଶା ପ୍ରତିଶ୍ରୁତିବଦ୍ଧ। ବ୍ୟବସାୟିକ ସୁଯୋଗ ବଢ଼ାଇବା ପାଇଁ ଓଡ଼ିଶା ଉତ୍ତମ ପ୍ରୋତ୍ସାହନ ଯୋଗାଇ ଦେବ। ରାଜ୍ୟ ସରକାର ଏନେଇ କଥାବାର୍ତ୍ତା ଚାଲୁ ରଖିଛନ୍ତି। ସମସ୍ତଙ୍କ ସହ ପୁରୁଣା ସମ୍ପର୍କକୁ ସୁଦୃଢ଼ କରିବା ସହିତ ନୂଆ ସମ୍ପର୍କ ତିଆରି କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁଞ୍ଜିପତିମାନଙ୍କୁ କହିଛନ୍ତି। ଉନ୍ନତ ଜ୍ଞାନକୌଶଳ ଏବଂ ଦୀର୍ଘମିଆଦି ଦର୍ଶନକୁ ନେଇ ଆମେ ଶିଳ୍ପାୟନର ନୂଆଯୁଗରେ ପ୍ରବେଶ କରୁଥିବାରୁ ରାଜ୍ୟର ନିରନ୍ତର ଅଭିବୃଦ୍ଧିକୁ ନିଶ୍ଚିତ କରିବା ପାଇଁ ସରକାର, ଶିଳ୍ପପତି ଏବଂ ଲୋକମାନଙ୍କ ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ୫ ଦିନ ଧରି ଚାଲିବାକୁ ଥିବା ମେକ୍‌ ଇନ୍‌ କନକ୍ଲେଭରେ ଶିଳ୍ପପତିମାନଙ୍କ ସହ ଆଲୋଚନା, ସେକ୍ଟୋରାଲ ସେସନ, ଷ୍ଟାର୍ଟଅପ ସେସନ, ମହିଳା ଉଦ୍ୟୋଗୀ ଅଧିବେଶନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୁଞ୍ଜିପତିଙ୍କୁ ଇନଭେଷ୍ଟର୍ସ ମିଟ୍‌ ପୂର୍ବରୁ ମୁଖ୍ୟମନ୍ତ୍ରୀ ୩ ପର୍ଯ୍ୟାୟରେ ପ୍ରାୟ ୩୭ ଉଦ୍ୟୋଗପତିଙ୍କ ସହ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁ ଓଡ଼ିଶା ଦେଶରେ ଏକ ପ୍ରମୁଖ ପୁଞ୍ଜିନିବେଶ ସ୍ଥଳରେ ପରିଣତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ ଏବଂ ଆଇଟି ସଚିବ ମନୋଜ ମିଶ୍ର, ଷ୍ଟାର୍ଟଅପ୍‌ ଓଡ଼ିଶା ଏକଜିକ୍ୟୁଟିଭ ଚେୟାରମ୍ୟାନ ଓମ୍‌କାର ରାୟ, ଫିକି ଡାଇରେକ୍ଟର ଜେନେରାଲ ଅରୁଣ ଚାଓ୍ବଲା ଏବଂ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।
ଆଇଟି ଓ ଆଇଟିଇଏସ୍‌, ହେଲଥ କେୟାର ଓ ଫାର୍ମାସ୍ୟୁଟିକାଲ, ଇଏସ୍‌ଡିଏମ୍‌ ଓ ଡାଟା ସେଣ୍ଟର, ମେଟାଲ ଏବଂ ମେଟାଲ ଡାଉନଷ୍ଟ୍ରିମ୍‌, ଟେକ୍ସଟାଇଲ ଓ ଆପାରେଲ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶ ରାଜ୍ୟ ସରକାରଙ୍କ ଫୋକସରେ ରହିଛି।
ମାଇକ୍ରୋସଫ୍ଟ ଇଣ୍ଡିଆର ଏମ୍‌ଡି ଅର୍ଣ୍ଣବ ବସୁ, ଶିରିଡି ସାଇ ଇଲେକ୍ଟ୍ରିକାଲ ସିଓଓ ରାଜୀବ କୁମାର, ଭାରତ ବାୟୋଟେକ୍‌ ଚେୟାରମ୍ୟାନ କ୍ରିଷ୍ଣା ଇଲା, ଡେଲୋଏଟ୍‌ ଏମ୍‌ଡି ଏନ. ଭେଙ୍କଟରମଣ, ତୋଷାଳୀ ସିମେଣ୍ଟସ୍‌ ପ୍ରାଇଭେଟ ଲିମିଟେଡର ଚେୟାରମ୍ୟାନ ଏମ୍‌ଏସ୍‌ଆରଭି ପ୍ରସାଦ, ବିୟଜନଗର ବାୟୋଟେକ୍‌ ଏମ୍‌ଡି ଡି. ଭି. ରାଜୁ , ଦେବଶକ୍ତି ଇଣ୍ଡିଆ ଚେୟାରମ୍ୟାନ ରବୀନ୍ଦ୍ର ଅଗ୍ରଓ୍ବାଲ, ରାମ୍‌କୀ ଗ୍ରୁପ୍‌ ଏମ୍‌ଡି ଓ୍ବାଇ.ଆର୍‌. ନାଗରାଜ, ଆକ୍ସିସ ଏନର୍ଜୀ ଗ୍ରୁପ୍‌ ସିଏମ୍‌ଡି କେ ରବି କୁମାର ରେଡ୍ଡୀ, ଜୋନ ସଲାଙ୍ଗ ଲାସେଲ(ଜେଏଲ୍‌ଏଲ୍‌) ଏମ୍‌ଡି ସନ୍ଦୀପ ପଟ୍ଟନାୟକ, ମହା ସିମେଣ୍ଟ (ମାଇଁ ହୋମ୍‌) ଏକଜିକ୍ୟୁଟିଭ ଚେୟାରମ୍ୟାନ ରାମେଶ୍ୱର ଜେ. ରାଓ, ମଞ୍ଜିରା ଗ୍ରୁପ୍‌ ଏମ୍‌ଡି ଜି. ୟୋଗାନନ୍ଦ, ଆପୋଲୋ ସ୍ପେଶାଲିଟି ହସ୍ପିଟାଲ ଏମ୍‌ଡି ଅନିନ୍ଦିଥ ରେଡ୍ଡୀ, କିମ୍ସ ଏମ୍‌ଡି ବି. ଭାସ୍କରରାଓ, ଓରାକଲ ଇଣ୍ଡିଆ ଏମ୍‌ଡି ଶୈଳେନ୍ଦ୍ର କୁମାରଙ୍କ ସମେତ ବହୁ ଶିଳ୍ପ ନାୟକଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଅହମଦାବାଦ, ଦୁବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ମୁମ୍ବାଇରେ ଇନଭେଷ୍ଟର୍ସ ମିଟ୍‌ ଭଳି ହାଇଦ୍ରାବାଦ ଇନଭେଷ୍ଟର୍ସ ମିଟ୍‌ରେ ପ୍ରାୟ ୩୫୦ ଶିଳ୍ପ ପ୍ରତିନିଧିଙ୍କ ସହ ୪୦ଟି ବୈଠକ ସଫଳତାର ସହ କରାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ କରିବାରୁ ଚିହିଁକି ଉଠିଲେ ନେତା: କହିଲେ କେହି ବଙ୍କା କରିପାରିବେ…

ଭୁବନେଶ୍ୱର,୧୯।୧୨: ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ ପଚାରିବାରୁ ଚିହିଁକି ଉଠିଲେ ରାଜେନ୍ଦ୍ର। ସାମ୍ବାଦିକଙ୍କ ପ୍ରଶ୍ନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଚିହିଁକି ଉଠିଛନ୍ତି। ଖରାପ...

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri