ଓଡ଼ିଶାରେ ଭାରତ ବନ୍ଦର ଆଂଶିକ ପ୍ରଭାବ

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକମାରଣ ନୀତି ବିରୋଧରେ ୧୦ କେନ୍ଦ୍ର୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଗୁରୁବାର ଦିଆଯାଇଥିବା ଭାରତ ବନ୍ଦ ଡାକରା ଆଂଶିକ ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି। ସେଣ୍ଟର ଅଫ ଇଣ୍ଡିଆନ ଟ୍ରେଡ ୟୁନିୟନ (ସିିଟୁ), ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନ ଆଇଏନ୍‌ଟିୟୁସି, ଏଆଇଟିୟୁସି,ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଏଆଇଏଫ, ଟିୟୁସିସି, ବ୍ୟାଙ୍କ, ବୀମା, ରାଜ୍ୟ ସରକାରୀ କର୍ମଚାରୀ, କେନ୍ଦ୍ର କୋଇଲା, ପ୍ରତିରକ୍ଷା ଆଦି ସଂସ୍ଥାର ସଂଗଠନଗୁଡିକ ସାମିଲ ହୋଇଥିଲେ। ସଂଗଠନର ନେତାମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅଫିସ ଆଗରେ ପିକେଟିଂ କରିବା ସହ ଶୋଭାଯାତ୍ରାରେ ବିରୋଧ ପ୍ରଦର୍ଶନ କରିଥିଲେ। ଶ୍ରମିକ ସଂଗଠନ ନେତାମାନେ ଆଚାର୍ଯ୍ୟ ବିହାର ଠାରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାସ୍ତାର ଦୁଇ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା। ସେହିପରି କଟକରେ ସିଟୁ ନେତାମାନେ ଜାତୀୟ ରାଜପଥ, ମଧୁପାଟଣା, ରାଣୀହାଟ, କଲେଜ ଛକରେ ବିକ୍ଷୋଭ କରିଥିଲେ। ଏଥିଯୋଗୁ ବହୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା। ସମ୍ବଲପୁର, ରାଉରକେଲା, ସୁନ୍ଦରଗଡ, ରାୟଗଡା, ଯାଜପୁର, ଅନୁଗୋଳ, କେନ୍ଦୁଝର ଆଦି ସ୍ଥାନରେ ଶ୍ରମିକ ସଂଗଠନ ପକ୍ଷରୁ ଟାୟାର ଜାଳି ରାସ୍ତାରୋକୋ କରାଯିବା ସହ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ବୃହତ୍‌ ଓ ମଧ୍ୟମ ଶିଳ୍ପାନୁଷ୍ଠାନ ବନ୍ଦ ରହିଥିବା ବେଳେ ଦୋକାନ ବଜାର, ରେଳ, ବସ, ଟ୍ରକ ଚଳାଚଳ ବନ୍ଦ ରହିଥିଲା।
ଭୁବନେଶ୍ୱରରେ ବିଭିନ୍ନ ସଂଗଠନ ପକ୍ଷରୁ ରାସ୍ତାରୋକୋ ଓ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ପୂର୍ବାହ୍ନ ୧୧ଟାରେ ରାଜମହଲ ଛକରୁ ଶ୍ରମିକ ଓ କର୍ମଚାରୀମାନେ ଶୋଭାଯାତ୍ରାରେ ବାହାରି ପିଏମ୍‌ଜି ଛକ ପର୍ଯ୍ୟନ୍ତ ଯାଇଥିଲେ। ଆନ୍ଦୋଳନକାରୀମାନେ ଭୁବନେଶ୍ୱର ରେଳ ଷ୍ଟେଶନ, ପୂର୍ବତଟ ରେଳବାଇ ମୁଖ୍ୟ କାର୍ଯ୍ୟାଳୟ, ନାଲ୍‌କୋ ଅଫିସ, ଭାରତୀୟ ଖାଦ୍ୟ ନିଗମ, ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ, ରିଜର୍ଭ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ, ମୁଖ୍ୟ ଡାକଘର ସମ୍ମୁଖରେ ପ୍ରତିବାଦ କରିଥିଲେ। ଶିରୀପୁର ଛକ, ରାଜମହଲ, ଜୟଦେବ ବିହାର ଛକ, ଆଇଗିଣିଆ ଛକ, ବାଲିପାଟଣା ଛକ ଓ ଚନ୍ଦକା ଛକ ଆଦି ସ୍ଥାନରେ ଶ୍ରମିକ ସଂଗଠନର ନେତା ଓ କର୍ମୀମାନେ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ପିକେଟିଂ କରିଥିଲେ। ଲୋୟର ପିଏମ୍‌ଜିଠାରେ ପହଞ୍ଚିବା ପରେ ଆନ୍ଦୋଳନକାରୀମାନଙ୍କୁ ପୋଲିସ ଗିରଫ କରିଥିଲା।
ଏହି ଶୋଭାଯାତ୍ରାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ସାଧାରଣ ସମ୍ପାଦକ କିଶୋର ଜେନା, ଉପସଭାପତି ମଦନମୋହନ ଧଳ, ଶ୍ୟାମସୁନ୍ଦର ମହାପାତ୍ର, ପ୍ରଶାନ୍ତ ମହାପାତ୍ର, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ସିପିଆଇଏମ୍‌ ନେତା ଅଳି କିଶୋର ପଟ୍ଟନାୟକ, ଏଆଇଟିୟୁସି ପକ୍ଷରୁ ରାମକୃଷ୍ଣ ପଣ୍ଡା ଓ ବିଜୟ ଜେନା, ଏଚ୍‌ଏମ୍‌ଏସରୁ ବରେନ୍ଦ୍ର ଦାସ, ରାଜ୍ୟ କୋଷାଧ୍ୟମ ଦୁଷ୍ମନ୍ତ ଦାସ, ରମେଶ ଜେନା, ଏଆଇୟୁଟିସିିରୁ ପୂର୍ଣ୍ଣ ଚନ୍ଦ୍ର ବେହେରା, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡା, କ୍ଷେତ ମଜଦୁର ୟୁନିୟନର ରାଜ୍ୟ ସମ୍ପାଦକ ପ୍ରଫୁଲ୍ଲ ଭୋଇ, ସଓ୍ବୋ ତରଫରୁ ପରିଲତା ମହାପାତ୍ର ପ୍ରମୁଖ ଯୋଗଦେଇ ଗିରଫ ହୋଇଥିଲେ।
କେନ୍ଦ୍ରୀୟ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ଓଡ଼ିଶାରେ ସମ୍ପୂର୍ଣ୍ଣ ସଫଳ ହୋଇଛି ବୋଲି ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଓଡ଼ିଶା ଶାଖା ସଭାପତି ରାମ ଚନ୍ଦ୍ର ଖୁଣ୍ଟିଆ କହିଛନ୍ତି। ଏ ନେଇ ସେ ସମସ୍ତ ଓଡ଼ିଶାବାସୀ ତଥା ଛାତ୍ର, ଯୁବକ, ଦିନ ମଜୁରିଆ, ଶ୍ରମିକ, କର୍ମଚାରୀ, ବ୍ୟବସାୟୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri