ଶୁକ୍ରବାରଠାରୁ ଖୋଲିବ ପାର୍ଲର, ସ୍ପା, ସେଲୁନ୍‌; ହେଲେ ଏସବୁ ଖୋଲିବା ମନା

ଭୁବନେଶ୍ୱର,୧୫।୭(ବ୍ୟୁରୋ): ପୁଣି ରାଜ୍ୟରେ ଲକ୍‌ଡାଉନ୍‌ କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର। ଆଶିଂକ ଲକ୍‌ଡାଉନ୍‌ ଅବଧିକୁ ଜୁଲାଇ ୧୬ଠାରୁ ଅଗଷ୍ଟ ୧ ଯାଏ ବଢ଼ାଇ ଦିଆଯାଇଛି। ଏହି ସମୟରେ ସାରା ରାଜ୍ୟରେ ପାର୍ଲର, ସ୍ପା, ଜିମ୍‌, ସେଲୁନ୍‌ ଆଦି ଖୋଲିପାରିବ। ଶୁକ୍ରବାରଠାରୁ କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନି ଏଗୁଡ଼ିକ ଖୋଲିପାରିବ। ହେଲେ ପାର୍କ, ମଲ୍‌ ଏବଂ ସିନେମା ହଲ୍‌ ପୂର୍ବଭଳି ଖୋଲାଯାଇପାରିବ ନାହିଁ। ବିବାହ, ଶୁଦ୍ଧିକ୍ରିୟା ପାଇଁ ଥିବା କଟକଣା ପୂର୍ବଭଳି ଜାରି ରହିବ। ସ୍କୁଲ, କଲେଜ, କୋଚିଂ ସେଣ୍ଟର ମଧ୍ୟ ବନ୍ଦ ରହିବ। ହୋଟେଲ, ରେଷ୍ଟୁରାଣ୍ଟ ଖାଦ୍ୟ ପାର୍ସଲ ଦେଇପାରିବେ ବୋଲି ଗୁରୁବାର ଖବରଦାତା ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।