Posted inଜାତୀୟ

ସଂସଦରେ ବିକ୍ଷୋଭ ମନା

ନୂଆଦିଲ୍ଲୀ,୧୬ା୭: ଆଗକୁ ପାର୍ଲାମେଣ୍ଟ ପରିସରରେ ବିକ୍ଷୋଭ, ଧାରଣା, ଅନଶନ କିମ୍ବା ଧର୍ମୀୟ ଉତ୍ସବ କରାଯାଇପାରିବ ନାହିଁ। ଏନେଇ ରାଜ୍ୟ ସଭା ସେକ୍ରେଟାରିଏଟ୍‌ ପକ୍ଷରୁ ଗୁରୁବାର ଏକ ସର୍କ୍ୟୁଲାର ଜାରି କରାଯାଇଛି। ଉଭୟ ସଦନରେ ‘ଅସଂସଦୀୟ ଶବ୍ଦ’ ବ୍ୟବହାର ଉପରେ କଟକଣାର ଦିନକ ପରେ ପ୍ରକାଶ ପାଇଥିବା ଏହି ରିପୋର୍ଟକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀ ଦଳଗୁଡ଼ିକ ପୁଣି ଟାର୍ଗେଟ କରିଛନ୍ତି।
ଜୁଲାଇ ୧୮ରେ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ରାଜ୍ୟ ସଭା ସେକ୍ରେଟାରି ଜେନେରାଲ ପି.ସି. ମୋଦି ନିର୍ଦ୍ଦେଶାବଳୀ ସମ୍ବଳିତ ଏକ ବୁକ୍‌ଲେଟ୍‌ ଜାରି କରି ବିକ୍ଷୋଭ ନ କରିବା ନିମନ୍ତେ ଏମ୍‌ପିମାନଙ୍କ ସହଯୋଗ ଲୋଡ଼ିଛନ୍ତି। ଏନେଇ କଂଗ୍ରେସ ସାଧାରଣ ସମ୍ପାଦକ ତଥା ରାଜ୍ୟ ସଭାରେ ଦଳର ମୁଖ୍ୟ ସଚେତକ ଜୟରାମ ରମେଶ ଟୁଇଟ୍‌ କରି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ଜୟରାମ ଏଥିରେ ‘ବିଶ୍ୱଗୁରୁର ସଦ୍ୟ ଟାର୍ଗେଟ: ଧାରଣା ମନା’ ଉଲ୍ଲେଖ କରି ସର୍କ୍ୟୁଲାରର ଏକ କପି ଶେୟାର କରିଛନ୍ତି। ସେହିପରି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଡେରେକ୍‌ ଓ’ବ୍ରାଏନ୍‌ ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ରକୁ ଘେରିଛନ୍ତି। ବିକ୍ଷୋଭ, ଧାରଣା, ଅନଶନ ଆଦି ହେଉଛି ବିରୋଧ ଜଣାଇବା ପାଇଁ ବୈଧ ସଂସଦୀୟ କୌଶଳ। ଆମକୁ କେହି ଅଟକାଇପାରିବେ ନାହିଁ। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର ଏହାର ପ୍ରତିବାଦରେ ଶନିବାର ଦିଲ୍ଲୀରେ ଏକାଠି ହୋଇ ଆଲୋଚନା କରିବାକୁ ଆହ୍ବାନ ଦେଇଛନ୍ତି। ଅତୀତରେ ପାର୍ଲାମେଣ୍ଟ ପରିସର ଓ ମହାମତ୍ା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ବିରୋଧୀ ସଦସ୍ୟମାନେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଆସିଛନ୍ତି। ତେଣୁ ବିରୋଧୀ ଦଳଗୁଡ଼ିକ ଏହା ଉପରେ ଆପତ୍ତି ଉଠାଇଛନ୍ତି। ପ୍ରକାଶ ଯେ, ଲୋକ ସଭା ସେକ୍ରେଟାରିଏଟ୍‌ ପକ୍ଷରୁ ବୁଧବାର କେତେକ ଶବ୍ଦକୁ ଅସଂସଦୀୟ ଦର୍ଶାଇ ଏକ ସର୍କ୍ୟୁଲାର ଜାରି କରାଯାଇଥିଲା। ଏହାର ଦିନକ ପରେ ରାଜ୍ୟ ସଭା ସେକ୍ରେଟାରିଏଟ୍‌ ପାର୍ଲାମେଣ୍ଟ ପରିସରରେ ବିକ୍ଷୋଭ ନ କରିବାକୁ କହିବା ପରେ ବିରୋଧୀ ଦଳଗୁଡ଼ିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ଓ ଏହାର ମୁଖ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ କିପରି ଧ୍ୱଂସ କରିଚାଲିଛନ୍ତି, ବିତର୍କ ବେଳେ ତାହା ବର୍ଣ୍ଣନା କରିବାକୁ ଯାଇ ବିରୋଧୀ ସଦସ୍ୟ ବ୍ୟବହାର କରୁଥିବା ଶବ୍ଦଗୁଡ଼ିକ ଉପରେ କଟକଣା ଜାରି କରାଯାଇଥିବା ବିରୋଧୀ କହିଛନ୍ତି। ବିବାଦ ପରେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ପାର୍ଲାମେଣ୍ଟରେ କୌଣସି ଶବ୍ଦର ବ୍ୟବହାର ଉପରେ କଟକଣା ଜାରି କରାଯାଇ ନାହିଁ। କିନ୍ତୁ ସଦସ୍ୟମାନେ ଗୃହର ମର୍ଯ୍ୟାଦା ରକ୍ଷା କରିବା ଉଚିତ। ଅସଂସଦୀୟ ଶବ୍ଦାବଳୀ ଜାରି କରିବା ଏକ ନିୟମିତ ପ୍ରକ୍ରିୟା, ଯାହାକି ୨୦୦୯ରୁ ଚାଲିଆସିଛି। ଏହାକୁ ନେଇ କୌଣସି ପ୍ରକାର ରାଜନୀତି ହେବା ଅନୁଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri