Posted inଜାତୀୟ

‘…ତେବେ କ’ଣ ପାକିସ୍ତାନ ପ୍ରଧାନମନ୍ତ୍ରୀ କରିବେ ସଂସଦ ଭବନର ଉଦଘାଟନ’, କଂଗ୍ରେସ ନେତାଙ୍କ ବିରୋଧୀଙ୍କୁ ଉପଦେଶ

ନୂଆଦିଲ୍ଲୀ,୨୫।୫: ଦେଶର ନୂଆ ସଂସଦ ଭବନ ଭାବେ ଲୋକତନ୍ତ୍ରକୁ ନୂଆ ମନ୍ଦିର ମିଳିବାକୁ ଯାଉଛି। ମେ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିବେ। ଏବେ ପ୍ରାୟ ସମସ୍ତ ବିରୋଧୀ ଦଳ ଏହାର ଉଦଘାଟନ ରାଷ୍ଟ୍ରପତିଙ୍କ ଦ୍ୱାରା କରାଯାଉ ବୋଲି ଅଡି ବସିଛନ୍ତି। ଏହି କ୍ରମରେ ୧୯ଟି ବିରୋଧୀ ଦଳ ମଧ୍ୟ ଉଦଘାଟନୀ ସମାରୋହକୁ ବଇକଟ କରିବାକୁ ଘୋଷଣା କରିଛନ୍ତି। ଯେଉଁଥିରେ କଂଗ୍ରେସ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି, ହେଲେ ଏବେ କଂଗ୍ରେସର ଜଣେ ନେତା ଏହି ବିରୋଧକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ କହିଛନ୍ତି ଯେ ଯଦି ଭାରତର ପ୍ରଧାନମନ୍ତ୍ରୀ ସଂସଦ ଗୃହର ଉଦଘାଟନ ନକରନ୍ତି, ତେବେ କ’ଣ ପାକିସ୍ତାନର ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିବେ।

କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ବିରୋଧୀ ଦଳର ଆଭିମୁଖ୍ୟକୁ ବିରୋଧ କରି କହିଛନ୍ତି ଯେ ଭାରତର ସଂସଦ ହେଉଛି ଭାରତରଐତିହ୍ୟ, ଭାରତୀୟ ଜନତା ପାର୍ଟି(ଭାଜପା)ର ନୁହେଁ … ଯଦି ଭାରତର ପ୍ରଧାନମନ୍ତ୍ରୀ ଦେଶର ସଂସଦର ଉଦଘାଟନ ନ କରନ୍ତି, ତେବେ କ’ଣ ପାକିସ୍ତାନର ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିବେ। ସଂସଦ ଭବନ, ରାଷ୍ଟ୍ରପତି ଭବନ ଏଭଳି ଅଟ୍ଟାଳିକା ଯାହା କୌଣସି ଦଳର ନୁହେଁ। ଏସବୁ ଦେଶର ସମ୍ପତ୍ତି। ପ୍ରଧାନମନ୍ତ୍ରୀଙ୍କ ନୀତିକୁ ବିରୋଧ କରିବା ଉଚିତ, ଆମେ କରିବା ଉଚିତ, ଆମେ ଏହା ସବୁଠାରେ କରିବୁ। କିନ୍ତୁ ଦେଶର ଲୋକଙ୍କ ଭାବନାକୁ ସମ୍ମାନ ଦେଇ, ଆମ ପାଖରେ ମୋଦିଙ୍କୁ ବିରୋଧ କରିବାର ଅଧିକାର ଅଛି, କିନ୍ତୁ ଦେଶକୁ ବିରୋଧ କରିବା ଠିକ ନୁହେଁ।

ବିରୋଧୀମାନେ ଓୱାଇସିଙ୍କ ପଥ ଅନୁସରଣ କରିବା ଉଚିତ ନୁହେଁ । ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ବିରୋଧୀ ଦଳମାନଙ୍କୁ କହିଛନ୍ତି, ମୁଁ ସେମାନଙ୍କର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ସମସ୍ତ ପକ୍ଷଙ୍କୁ ନିବେଦନ କରୁଛି। ମୋଦିଙ୍କୁ ବିରୋଧ କରନ୍ତୁ, ଦେଶକୁ ବିରୋଧ କରିବା ଠିକ ନୁହେଁ। ଦେଶର ସଂସଦ ସମଗ୍ର ଦେଶର ଏବଂ କୌ ଣସି ଦଳର ନୁହେଁ। ଦେଶର ସଂସଦକୁ ଭାଜପାର ବୋଲି ଭାବିବା ଭୁଲ। ସେଥିପାଇଁ ମୁଁ ଅନୁରୋଧ କରୁଛି ଯେ ସମସ୍ତ ବିରୋଧୀ ଓୱାଇସିଙ୍କ ପଥ ଅନୁସରଣ କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri