ପ୍ୟାରିସ୍‌ ଜଳୁଛି, ଚାଇନାମୁହାଁ ମାକ୍‌ରଁ

ପ୍ୟାରିସ୍‌,୧।୪: ରୋମ୍‌ ଜଳୁଥିବାବେଳେ ସମ୍ରାଟ ନିରୋ ବଂଶୀ ବାଦନ କରୁଥିଲେ। ବିପତ୍ତି ମାଡ଼ିଆସିଲେ ମୁରବୀଙ୍କ ଦାୟିତ୍ୱହୀନତାକୁ ୬୪ ଖ୍ରୀଷ୍ଟାବ୍ଦର ‘ଗ୍ରେଟ୍‌ ଫାୟାର୍‌ ଅଫ୍‌ ରୋମ୍‌’ ସହ ଏଭଳି ଭାବେ ତୁଳନା କରାଯାଏ, ଯାହାକି ସମ୍ପ୍ରତି ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ। ଫ୍ରାନ୍ସ ସରକାରଙ୍କ ପେନସନ ସଂସ୍କାର ପ୍ରତିବାଦରେ କର୍ମଚାରୀମାନେ ରାଜଧାନୀ ପ୍ୟାରିସ୍‌ ସମେତ ଅନ୍ୟ ସହରଗୁଡ଼ିକରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। କାରଣ ସରକାରୀ କର୍ମଚାରୀଙ୍କ ଅବସର ବୟସ ୬୪କୁ ବୃଦ୍ଧି କରାଯାଇଛି। ସେହିପରି ୨୦୨୭ଠାରୁ ଅଧିକାଂଶ କର୍ମଚାରୀଙ୍କୁ ପୂରା ପେନ୍‌ସନ ପାଇବାକୁ ହେଲେ ୪୩ ବର୍ଷ ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ଅବଦାନ କରିବାକୁ ପଡ଼ିବ। ପୂର୍ବରୁ ଏହା ୪୨ ବର୍ଷ ଥିଲା। ପାର୍ଲାମେଣ୍ଟରେ ପାରିତ ଏହି ବିବାଦୀୟ ଆଇନକୁ ବିରୋଧକରି ରାସ୍ତାକୁ ଓହ୍ଲାଇଥିବା କର୍ମଚାରୀଙ୍କ ଉପରେ ପୋଲିସ ଲୁହବୁହା ବାଷ୍ପ ଓ ବଳ ପ୍ରୟୋଗ କରୁଛି। ଦେଶର ବିଭିନ୍ନ ଭାଗକୁ ହିଂସାମତ୍କ ଆନ୍ଦୋଳନର ନିଅଁା ବ୍ୟାପିଥିବାବେଳେ ରାଷ୍ଟ୍ରପତି ମାକ୍‌ରଁ ଚାଇନା ଗସ୍ତରେ ବାହାରିଛନ୍ତି। ସେ ଏପ୍ରିଲ ୫ରୁ ୮ ପର୍ଯ୍ୟନ୍ତ ଚାଇନା ରାଜଧାନୀ ବେଜିଂ ଓ ଗୁଆଙ୍ଗ୍‌ଝୌ ସହରରେ ଅବସ୍ଥାନ କରିବେ। ଏହି କୂଟନୈତିକ ଗସ୍ତ ବେଳେ ମାକ୍‌ରଁ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ ଭେଟି ୟୁକ୍ରେନ୍‌ ଯୁଦ୍ଧ ସମ୍ପର୍କରେ ଆଲୋଚନା କରିବେ। ରୁଷିଆ ପକ୍ଷରୁ ଚାଲିଥିବା ଆକ୍ରମଣ ବନ୍ଦ ପାଇଁ ସେ ଜିନ୍‌ପିଙ୍ଗ୍‌ଙ୍କୁ ସହାୟତା ମାଗିବେ ବୋଲି ଜଣାପଡ଼ିଛି।
ସ୍ମରଣଯୋଗ୍ୟ ଯେ ବ୍ରିଟେନ କିଙ୍ଗ୍‌ ଚାଲର୍‌ସ ୩ୟ ଫ୍ରାନ୍ସକୁ ନିଜ ପ୍ରଥମ ସରକାରୀ ଗସ୍ତରେ ଯିବାର ଥିଲା। ଆନ୍ଦୋଳନକାରୀଙ୍କ ଭଙ୍ଗାରୁଜା, ଜଳାପୋଡ଼ାକୁ ନେଇ ଅରାଜକତା ଲାଗିରହିଥିବାରୁ ବିଶ୍ୱ ଗଣମାଧ୍ୟମ ଏହି ଗସ୍ତ ବାତିଲ କରିବାକୁ ମାକ୍‌ରଁଙ୍କୁ ବାଧ୍ୟ କରିଛି। ବିଶ୍ଳେଷକଙ୍କ ମତରେ ବେଲାରୁଷରେ ଆଣବିକ ଅସ୍ତ୍ର ମୁତୟନ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ନିଷ୍ପତ୍ତି ମସ୍କୋଠାରୁ ବେଜିଂକୁ ଦୂରେଇ ରଖିବା ଲାଗି ଚାପ ସୃଷ୍ଟି କରିବାକୁ ଫ୍ରାନ୍ସ ପାଇଁ ଏକ ସୁଯୋଗ ହୋଇପାରେ। ଫ୍ରାନ୍ସ କୂଟନୀତିଜ୍ଞମାନଙ୍କ ମତରେ ଚାଇନା ନିଜ ସୁବିଧା ଅନୁସାରେ କେବଳ ସନ୍ତୁଳନ ରକ୍ଷା କରି ଖେଳୁଛି। ଏଭଳି ସମୟରେ ମାକ୍‌ରଁ ନିଜ ଘରର ନିଅଁା ନ ଲିଭାଇ ଅନ୍ୟ ରାଷ୍ଟ୍ର ପାଇଁ ଟାଣିଓଟାରି ହେବା କେତେ ଯଥାର୍ଥ ବୋଲି ପ୍ରଶ୍ନ ଉଠିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri