ଅମୃତ ବାରିରେ ଦେବାଶୀର୍ବାଦ

ଭୁବନେଶ୍ୱର,୧୮।୧(ଅନିଲ ଦାସ)ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମିଳିଛି ମହାପ୍ରଭୁଙ୍କ ଆଶୀର୍ବାଦ। ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଓ ମହାଯଜ୍ଞର ପୂର୍ଣ୍ଣାହୁତିର ଠିକ୍‌ ପୂର୍ବରୁ ପୁରୀ ଆକାଶରୁ ଦେବାଶୀର୍ବାଦ ସ୍ବରୂପ ଝରିଛି ଅମୃତ ବାରି। ଟୋପାଟୋପା ବର୍ଷା ଭକ୍ତ, ଶ୍ରଦ୍ଧାଳୁ, ପୂଜକ, ସେବାୟତଙ୍କୁ ଦେଇଛି ଅପ୍ରମିତ ଶାନ୍ତି। ଆକାଶରୁ ପୁଷ୍ପ ବୃଷ୍ଟି ଭଳି ଝିପିଝିପି ବର୍ଷା ଶ୍ରୀକ୍ଷେତ୍ର ମାଟିକୁ ଭିଜାଇଛି। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହା ଏକ ଶୁଭ ସୂଚନା ଓ ଯଜ୍ଞ ସଫଳ ହୋଇଥିବା କହିଛନ୍ତି ପଣ୍ଡିତଗଣ।
ସାଧାରଣତଃ କୌଣସି କାର୍ଯ୍ୟ ଆରମ୍ଭ ପୂର୍ବରୁ ବର୍ଷା ହେଲେ ଶୁଭ ଫଳ ମିଳେ ବୋଲି ବିଶ୍ୱାସ ରହିଛି। ଆମର ଧାର୍ମିକ ସଂସ୍କୃତିରେ ବର୍ଷା ଆବାହନ କରାଯାଇଥାଏ। ଯଜ୍ଞ ସମୟରେ ବର୍ଷା ହେଲେ ତାହାକୁ ଅତ୍ୟନ୍ତ ଶୁଭ ବୋଲି ଗଣାଯାଇଥାଏ। ପୁରୀରେ ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ ସମୟରେ ବର୍ଷା ଏହି ପ୍ରକଳ୍ପ ଉପରେ ଦେବତା ଓ ମହାପ୍ରଭୁଙ୍କ ଆଶୀର୍ବାଦ ପ୍ରଦାନ କରିଛନ୍ତି ବୋଲି ପଣ୍ଡିତମାନେ କହିଛନ୍ତି। ସେହିପରି ଅଙ୍କୁରାରୋପଣ ସମୟରେ ପଞ୍ଚଶସ୍ୟରୁ ମଧ୍ୟ ଅଙ୍କୁରୋଦଗମ୍‌ ହୋଇଥିବା ଅତି ଶୁଭ ସୂଚନା ଦେଇଛି।
ମଧ୍ୟାହ୍ନର ଖରା, ସାମାନ୍ୟ ବର୍ଷା ଜନିତ ଗୁଳୁଗୁଳି ମଧ୍ୟରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ପରିକ୍ରମାର ପ୍ରଦକ୍ଷିଣ କରିଛନ୍ତି। ଶ୍ରୀମନ୍ଦିର ଚାରିପଟେ ୧ କିଲୋମିଟର ଚାଲିଲେ ମଧ୍ୟ କ୍ଳାନ୍ତି ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଅଫୁରନ୍ତ ଆନନ୍ଦର ଭାବ ଦେଖିବାକୁ ମିଳିଥିଲା।
ମହାପ୍ରଭୁଙ୍କ ଆଶିଷ ଭିକ୍ଷା ସହ ମୁଖ୍ୟମନ୍ତ୍ରୀ ପ୍ରାୟ ୧ କିଲୋମିଟର ଦୈର୍ଘ୍ୟର ପରିକ୍ରମାକୁ ଚାଲିଚାଲି ଚତୁଃପାଶର୍‌ବ ବୁଲିଛନ୍ତି। ଲୋକାର୍ପଣ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ଅରୁଣ ସ୍ତମ୍ଭ ନିକଟରେ ମହାପ୍ରଭୁଙ୍କୁ ଆଶିଷ ଭିକ୍ଷାକରି ପରିକ୍ରମା ନିମନ୍ତେ ବାହାରିଥିଲେ। ନାମ ସଂକୀର୍ତ୍ତନ ଦଳ, ସାଧୁସନ୍ଥ, ନିମନ୍ତ୍ରିତ ବିଶିଷ୍ଟ ବ୍ୟକ୍ତି ଏବଂ ଗଜପତି ମହାରାଜାଙ୍କ ସହିତ ମୁଖ୍ୟମନ୍ତ୍ରୀ ଚାଲି ଚାଲି ଶ୍ରୀମନ୍ଦିର ଚତୁଃପାଶର୍‌ବ ବୁଲିଥିଲେ। ଗଜପତି ମହାରାଜା ଏବଂ ‘୫-ଟି’ ଅଧ୍ୟକ୍ଷ ପ୍ରକଳ୍ପ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଟକିନିଖି ବୁଝାଇଥିଲେ। ଭକ୍ତଙ୍କ ସୁବିଧା ପାଇଁ ପ୍ରକଳ୍ପ ମଧ୍ୟରେ କେଉଁଠି କ’ଣ କରାଯାଇଛି ସେସବୁକୁ ଦେଖାଇ ଦେଇଥିଲେ। ପରିକ୍ରମା ମାର୍ଗ ପ୍ରଦକ୍ଷିଣ ସମୟରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ହାତଯୋଡ଼ି ନମସ୍କାର କରୁଥିଲେ ମୁଖ୍ୟମନ୍ତ୍ରୀ। କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ପାଇଁ ଦିନେ ଏମିତି ସୁବିଧା ହେବ କେବେ କଳ୍ପନା କରିପାରି ନ ଥିବା ଭକ୍ତମାନେ ହରିବୋଲ, ହୁଳହୁଳି ପକାଇ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଉଥିଲେ। ନାମ, ସଂକୀର୍ତ୍ତନରେ ଫାଟି ପଡୁଥିଲା ବଡ଼ଦେଉଳ ଚତୁଃପାଶର୍‌ବ। ପ୍ରାୟ ୧ କିଲୋମିଟର ଚାଲିଚାଲି ପରିକ୍ରମା ପ୍ରଦକ୍ଷିଣ କରିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ନ ଥିଲା କ୍ଳାନ୍ତିର ଛାପ। ଅତ୍ୟନ୍ତ ଆନନ୍ଦିତ ମନରେ ସେ ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷିଣ କରିଥିଲେ। ପରିଣତ ବୟସରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅଦମ୍ୟ ଇଚ୍ଛାଶକ୍ତିକୁ ଦେଖି ସମବେତ ଶ୍ରଦ୍ଧାଳୁ ତାଜୁବ୍‌ ହୋଇଯାଉଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ମୁଖ୍ୟ ବିନ୍ଧାଣି କାର୍ତ୍ତିକ ପାଣ୍ଡିଆନ। ଭୋର୍‌ ଚାରିଟାରେ ପୁରୀରେ ୪ ବର୍ଷରେ ୪୦୦ରୁ ଊଦ୍ଧର୍‌ବ ପ୍ରକଳ୍ପ ସମୀକ୍ଷା କରିଛନ୍ତି।
ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରୀକ୍ଷେତ୍ରକୁ ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଏଥିପାଇଁ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା ଓ ଆଶୀର୍ବାଦ ଅଜାଡ଼ି ଦେଉଛନ୍ତି। ସେହିପରି ପ୍ରକଳ୍ପର ଶ୍ରେୟ ‘୫-ଟି’ ଅଧ୍ୟକ୍ଷ ପାଣ୍ଡିଆନଙ୍କୁ ପ୍ରଦାନ କରିଛନ୍ତି। ୨୦୧୯ରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ୨୦୧୭ରୁ ବାସ୍ତବରେ ଏହାର ପରିକଳ୍ପନା ହୋଇଥିଲା। ଏକଦା ପୁରୀ ଗସ୍ତରୁ ଫେରିବା ସମୟରେ ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କ ସହ ଶ୍ରୀକ୍ଷେତ୍ରର ବିକାଶ ନିମନ୍ତେ ଆଲୋଚନା କରିଥିଲେ ଏବଂ ସେହିଠାରୁ ହିଁ ହୋଇଥିଲା ପରିକ୍ରମାର ପରିକଳ୍ପନା। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ନିମନ୍ତେ ପାଣ୍ଡିଆନ ଦିନରାତି ଏକ କରିଦେଇଥିଲେ। ପରିକ୍ରମା ପରିକଳ୍ପନାଠାରୁ ଆରମ୍ଭକରି ଏହାର ନକ୍ସା ପ୍ରସ୍ତୁତି, ଏଥିପାଇଁ ଅର୍ଥ ବରାଦ, କାର୍ଯ୍ୟାନ୍ବୟନ ପ୍ରତ୍ୟେକ କ୍ଷେତ୍ରରେ ପାଣ୍ଡିଆନ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଥିଲେ। ୨୦୧୯ରୁ ପରିକ୍ରମା ପ୍ରକଳ୍ପ ଶୁଭ ଦିଆଯିବାଠାରୁ ଲୋକାର୍ପଣ ପର୍ଯ୍ୟନ୍ତ ଗତ ୪ ବର୍ଷରେ ଅନୂ୍ୟନ ୪୦୦ରୁ ଊଦ୍ଧର୍‌ବ ଥର ସେ ପୁରୀରେ ପରିକ୍ରମା ପ୍ରକଳ୍ପର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଭୋର୍‌ ୪ଟାରେ ପୁରୀରେ ପହଞ୍ଚି କିପରି ପ୍ରକଳ୍ପ କାର୍ଯ୍ୟ ଚାଲିଛି ତାହା ବୁଲି ଦେଖିଛନ୍ତି। ସବୁ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ତାଙ୍କ ପାଇଁ ଥିଲା ପ୍ରାଥମିକତା। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ଓ ମହାପ୍ରଭୁଙ୍କ କାର୍ଯ୍ୟ କରିବା ତାଙ୍କ ପାଇଁ ଯେମିତି ଏକ ନିଶା ପାଲଟି ଯାଇଥିଲା। ଅତୀତରେ ମାଲକାନଗିରି ଓ ଗଞ୍ଜାମରେ ଜନଶୁଣାଣି କରି ସାରେ ଭୁବନେଶ୍ୱର ଲେଉଟିଥିବା ପାଣ୍ଡିଆନ ରାତି ଅଧରେ ପୁରୀରେ ପହଞ୍ଚି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଅନୁରୂପ ଭାବରେ ନିକଟ ଅତୀତରେ କଳାହାଣ୍ଡି, ସମ୍ବଲପୁରରେ ବିଭିନ୍ନ କାମ ସାରି ସାରେ ପୁରୀରେ ଯାଇ ପରିକ୍ରମା କାର୍ଯ୍ୟାନ୍ବୟନ ସମୀକ୍ଷା କରିଥିବା ଦେଖିବାକୁ ମିଳିଛି। ତାଙ୍କର ଅଦମ୍ୟ ଇଚ୍ଛାଶକ୍ତି ଓ ଦୃୃଢ଼ ମନୋବଳ ଧାର୍ଯ୍ୟ ଅବଧି ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ସହାୟକ ହୋଇଛି। ପାଣ୍ଡିଆନଙ୍କ ଶ୍ରୀସେତୁ, ଶ୍ରୀଦାଣ୍ଡ ଓ ପରିକ୍ରମା ପରିକଳ୍ପନା ଶ୍ରୀକ୍ଷେତ୍ରକୁ ଦେଇଛି ନୂଆ ରୂୂପ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP, ଆସାମରୁ ଏଭଳି ଚେତାବନୀ ଦେଲେ ଆଶୁତୋଷ ରାଙ୍କା

ଗୁଆହାଟୀ,୨୯।୯: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ନାମରେ ଭୋଟର ତାଲିକାରୁ ୧୩ କୋଟି ଲୋକଙ୍କ ନାମକୁ ବାଦ୍‌ ଦିଆଯାଇଥିବା ଅଭିଯୋଗକୁ ନେଇ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା…

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ଶୁଣିଲାନି ପ୍ରଶାସନ: ସରକାରୀ ବସକୁ ଅଟକ ରଖିଲେ ଶତାଧିକ ମହିଳା

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲିଠାରେ ମଙ୍ଗଳବାର ସକାଳ ୬ଟାରେ ସରକାରୀ ବସକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି। ବ୍ଲକ ହେଡ଼ କ୍ୱାର୍ଟରଠାରୁ ପଞ୍ଚାୟତ ହେଡକ୍ୱାର୍ଟର…

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

କେନ୍ଦ୍ର-ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୬ଷ୍ଠ ଶ୍ରେଣୀ ପିଲାଙ୍କୁ ୩ ଭାଷା ନୀତିରୁ…

ନୂଆଦିଲ୍ଲୀ,୨୯।୯(ପି.ଟି.): କେନ୍ଦ୍ର ସରକାରଙ୍କ ୩ ଭାଷା ନୀତିରୁ ୭ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ବାଦ୍‌ ଦିଆଯାଇଥିବାବେଳେ ବର୍ତ୍ତମାନର ୬ଷ୍ଠ ଶ୍ରେଣୀ ପିଲାଙ୍କୁ ମଧ୍ୟ ଉକ୍ତ ନୀତିରୁ ବାଦ୍‌ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?