Categories: ରାଜ୍ୟ

ହାଇକୋର୍ଟରେ ପରୀ ମାମଲା : ୭ରେ ପରବର୍ତ୍ତୀ ଶୁଣାଣି

ନୟାଗଡ଼ ଅଫିସ, ୫।୫: ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ବୁଧବାର ନାବାଳକ କଲେଜ ଛାତ୍ରଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟରେ ଶୁଣାଣି ହୋଇଛି । ବିଚାରପତି ଏସ୍‌.କେ. ପାଣିଗ୍ରାହୀ ଏହାର ଶୁଣାଣି କରିଥିଲେ। ପରବର୍ତ୍ତୀ ଶୁଣାଣି ୭ ତାରିଖରେ ହେବ ବୋଲି ତାରିଖ ଧାର୍ଯ୍ୟ କରାଯାଇଛି ା ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦଙ୍କ ସୂଚନା ଅନୁସାରେ କଲେଜ ଛାତ୍ରଙ୍କ ଭଉଣୀ ବାହାଘର ଆସନ୍ତା ୯ ତାରିଖରେ ହେବ । ଏଣୁ ଆମ ପକ୍ଷରୁ ମଧ୍ୟବର୍ତ୍ତିକାଳୀନ ଜାମିନ ପାଇଁ ଆବେଦନ ହୋଇଥିଲା।