ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ସହ ଖାଦ୍ୟ ସମସ୍ୟା, ତେଜିଲେ ଅଭିଭାବକ

ଅତାବିରା,୯ା୧୨(ଯୁଧିଷ୍ଠିର ମହାପାତ୍ର):ଅତାବିରା ଏନ୍‌ଏସି ଅନ୍ତର୍ଗତ ଭୋଇପୁରା ଆଦର୍ଶ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେବା ସହିତ ରନ୍ଧା ଖାଦ୍ୟ ସମସ୍ୟା ଦେଖାଦେଇଛି। ସୋମବାର କେତେକ ପିଲାମାନେ ବିଦ୍ୟାଳୟକୁ ଯାଇ ସେଠାରୁ ଫେରିଆସିଥିବା ଦେଖିବାକୁ ମିଳିଛି। ଦାବି ପୂରଣ ପାଇଁ ଚଳିତ ମାସ ୮ତାରିଖରୁ ଶିକ୍ଷୟିତ୍ରୀ ଶିକ୍ଷକମାନେ ଛୁଟିରେ ରହିଛନ୍ତି। ଫଳରେ ବିଦ୍ୟାଳୟର ଦାୟିତ୍ୱରେ ଥିବା ଅଧ୍ୟକ୍ଷା ଗୀତରାଣୀ ବୁଦ୍ଧିଆ ଉପସ୍ଥିତ ଥିଲେ। କିନ୍ତୁ ସେ କେବଳ ବିଦ୍ୟାଳୟରେ ଅଧ୍ୟାପନା କରୁଥିବା ବେଳେ ସ୍କୁଲରେ ଛାତ୍ରୀଛାତ୍ରଙ୍କ ପାଇଁ ରନ୍ଧାଖାଦ୍ୟ ପ୍ରସ୍ତୁତ ହୋଇ ନ ଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ବିଦ୍ୟାଳୟର ଅଧ୍ୟକ୍ଷା କହିଛନ୍ତି ଯେ ଶିକ୍ଷୟିତ୍ରୀ ଶିକ୍ଷକ ଛୁଟିରେ ରହିଛନ୍ତି ଏବଂ ଖାଦ୍ୟ ପ୍ରସ୍ତୁତ କରୁଥିବା ରୋଷେଇଆମାନେ ମଧ୍ୟ ଆନ୍ଦୋଳନରେ ଅଛନ୍ତି । ଏଣୁ ଛାତ୍ରୀଛାତ୍ରମାନେ ଟିଫିନ ନେଇ ଆସିବା ପାଇଁ ପୂର୍ବରୁ ସେ ଜଣାଇଛନ୍ତି। ଅନ୍ୟପକ୍ଷରେ ଶିକ୍ଷକ ଅଭିଭାବକ ସଂଘର ସଭାପତି ସରୋଜ ସାହୁ କହିଛନ୍ତି ଯେ, ଗତ ୫ ତାରିଖରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ସାକ୍ଷାତ କରିଥିଲେ। ବିଦ୍ୟାଳୟରେ ମ୍ୟୁଜିକ, ଖେଳ, କଳା ଏବଂ କିରାଣି ପଦବୀ ଖାଲି ରହିଛି। ୮ ତାରିଖରୁ ଶିକ୍ଷୟିତ୍ରୀ ଶିକ୍ଷକ ଛୁଟିରେ ରହୁଥିବାରୁ ବିକଳ୍ପ ବ୍ୟବସ୍ଥା ପାଇଁ ଜଣାଇଥିଲ। ସମସ୍ତ ସରକାରୀ ବିଦ୍ୟାଳୟରେ ୮ଶ୍ରେଣୀର ଛାତ୍ରୀଛାତ୍ର ଏନ୍‌ଏମ୍‌ଏମ୍‌ଏସ୍‌ ପରୀକ୍ଷା ଦେଇଥାନ୍ତି। ଏଥିରେ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରମାନେ ୪ ବର୍ଷ ପର୍ଯ୍ୟନ୍ତ ୧ ହଜାର ଟଙ୍କା ଲେଖାଏ ପାଇଥାନ୍ତି। କିନ୍ତୁ ଆଦର୍ଶ ବିଦ୍ୟାଳୟକୁ ଏଥିରୁ ବାଦ ଦିଆଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?

ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…

ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…

ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଭିଡିଓ, ଶେଷ ମୁହୂର୍ତ୍ତ…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନଟି ଖସିପଡ଼ିବା ମାତ୍ରେ ଅଗ୍ନିପିଣ୍ଡୁଳା…

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨୦୨୬ ମସିହାରେ ହେବାକୁ ଯାଉଛି…

ଭୁବନେଶ୍ବର,୨୮।୧: ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି । ୨୦୨୬ ମସିହାରେ ବହୁତ କିଛି ହେବ ବୋଲି କହିଛନ୍ତି ।…

ଦିଗପହଣ୍ଡିରେ ବନ୍ଦ ପ୍ରଭାବ ଶୂନ୍ୟ: ସବୁ ଖୋଲା, ଗାଡ଼ି ଚଳାଚଳ ବି ସ୍ବାଭାବିକ

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ ନବ ନିର୍ମାଣକୃଷକ ସଙ୍ଗଠନ ପକ୍ଷରୁ ବୁଧବାର ଡାକରା ଦିଆଯାଇଥିବା ୮ ଘଣ୍ଟିଆ ବନ୍ଦ ପାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri