ମା’ବାପା, ବିଦ୍ୟାଶ୍ରୀଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା

ଭୁବନେଶ୍ୱର,୧।୮ (ବ୍ୟୁରୋ) : ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ରହସ୍ୟଜନକ ମୃତ୍ୟୁ ମାମଲାକୁ ଗୁରୁତ୍ୱର ସହ ନେଇଛି କ୍ରାଇମବ୍ରାଞ୍ଚ। ଜିଆର୍‌ପିଠାରୁ ସମସ୍ତ ଦସ୍ତାବିଜ ନେବା ସହ ତଦନ୍ତକୁ ଜୋର୍‌ଦାର କରିଛି। ଗୁରୁବାର କ୍ରାଇମ୍‌ବ୍ରାଞ୍ଚର ୩ ଜଣିଆ ଟିମ୍‌ ଆଦିତ୍ୟଙ୍କ ୩ ସହଯୋଗୀଙ୍କୁ ପଚରାଉଚରା କରିଥିବାବେଳେ ଶୁକ୍ରବାର ଆଦିତ୍ୟ ରହୁଥିବା ପଲାସପଲ୍ଲୀସ୍ଥିତ ଭଡ଼ାଘରକୁ ଯାଇ ତଦନ୍ତ କରିଛି। ଆଦିତ୍ୟଙ୍କ ମା’, ବାପାଙ୍କ ସମେତ ସ୍ତ୍ରୀ ବିଦ୍ୟାଶ୍ରୀଙ୍କୁ ୨ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ବିଶେଷକରି ପାରିବାରିକ ସମ୍ପର୍କକୁ ନେଇ ବିଦ୍ୟାଶ୍ରୀଙ୍କୁ ଅଧିକ ପ୍ରଶ୍ନ ପଚରାଯାଇଥିଲା। କେଉଁ ପରିସ୍ଥିତିରେ ଓ କିଭଳି ବାହାଘର ହୋଇଥିଲା, ଘଟଣା ଦିନ ଆଦିତ୍ୟଙ୍କ ସହ ଝଗଡ଼ା ହୋଇଥିଲା କି, ଶେଷଥର କେତେବେଳେ କଥା ହୋଇଥିଲେ, ସେବାଶ୍ରମ ଟଙ୍କା ଆଦି ଅନେକ ପ୍ରସଙ୍ଗରେ ଉତ୍ତର ଚାହିଁଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ। ପୂର୍ବରୁ ଜିଆର୍‌ପି ଆଗରେ ବିଦ୍ୟାଶ୍ରୀ ଯେଉଁ କଥା କହିଥିଲେ ସମାନ କଥା ଦୋହରାଇଥିବା ସୂଚନା ମିଳିଛି। ଏହାପରେ କ୍ରାଇମବ୍ରାଞ୍ଚ ଟିମ୍‌ ସୁନ୍ଦରପଦାସ୍ଥିତ ସେବାଶ୍ରମକୁ ଯାଇ ମଧ୍ୟ ତଦନ୍ତ କରିଥିଲା। ସେଠାରେ ରହୁଥିବା ବୃଦ୍ଧା ଅନ୍ତେବାସୀଙ୍କୁ ଆଦିତ୍ୟଙ୍କ ବିଷୟରେ ପଚରାଉଚରା କରି ଫେରିଥିଲା।
ଆଦିତ୍ୟଙ୍କ ମୃତ୍ୟୁ ପରେ ଏକ ସୁଇସାଇଡ଼୍‌ ନୋଟ୍‌ ଲେଖାଥିବା ଏକ ଡାଏରି ଜବତ ହୋଇଥିଲା। ସେ ଲେଖିଥିଲେ ଯେ, ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି। ତେବେ ତାହାକୁ ଆଦିତ୍ୟ ଲେଖି ନ ଥିବା ଅଭିଯୋଗ ଉଠିବା ପରେ ଯାଞ୍ଚ ପାଇଁ ଷ୍ଟେଟ ହ୍ୟାଣ୍ଡ୍‌ରାଇଟିଂ ବ୍ୟୁରୋକୁ ପଠାଯାଇଥିଲା। ୭ ଜଣିଆ ଟିମ୍‌ ଯାଞ୍ଚ କରି ଉକ୍ତ ହାତଲେଖା ଆଦିତ୍ୟଙ୍କର ବୋଲି ରିପୋର୍ଟ ଦେଇଥିଲେ। ସେହିଭଳି ଆଦିତ୍ୟଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେଶନ ନିକଟ ରେଳଧାରଣାରୁ ମିଳିଥିଲା। ଆଦିତ୍ୟ ଆତ୍ମହତ୍ୟା କରିଥିବା କଥା ମଧ୍ୟ ଉଠିଥିଲା। କିନ୍ତୁ ମୃତ୍ୟୁର ଆନୁମାନିକ ସମୟ ଭିତରେ ଚଳାଚଳ କରିଥିବା ଟ୍ରେନ୍‌ଗୁଡ଼ିକର ଲୋକୋ ପାଇଲଟ ମଧ୍ୟ କେହି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଦେଖି ନ ଥିବା ପୂର୍ବରୁ ତଦନ୍ତବେଳେ ଜିଆର୍‌ପିକୁ କହିଥିଲେ। ଏବେ ଏହି ଦୁଇଟି ଘଟଣାକୁ କ୍ରାଇମ୍‌ବ୍ରାଞ୍ଚ ପୁଣିଥରେ ଖୋଳତାଡ଼ କରିବାକୁ ଲକ୍ଷ୍ୟ ରଖିଛି। ତେଣୁ ସେସବୁ ଟ୍ରେନର ଲୋକୋ ପାଇଲଟଙ୍କୁ ପଚରାଉଚରା କରାଯିବ। ବିଦ୍ୟାଶ୍ରୀ, ଆଦିତ୍ୟଙ୍କ ସହଯୋଗୀ ପପୁ, ବିକାଶ ଓ ପ୍ରତାପଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ସମସ୍ତଙ୍କୁ ମୁହଁ।ମୁହିଁ ଜେରା କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ସୂତ୍ରରୁ ଜଣାପଡ଼ିଛି। କହିବାକୁ ଗଲେ କ୍ରାଇମ୍‌ବ୍ରାଞ୍ଚ ନୂଆ ସୁରାକ ପାଇବାକୁ ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri