ପୀୟୂଷ ଗୋୟଲଙ୍କ ସହ ମତଭେଦ ଯୋଗୁ ପଦ ଛାଡ଼ିଥିଲେ ଉର୍ଜିତ

ନୂଆଦିଲ୍ଲୀ,୧।୮ : ପୀୟୂଷ ଗୋୟଲଙ୍କ ସହ ମତଭେଦ ଯୋଗୁ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଉର୍ଜିତ ପଟେଲ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ। ଉର୍ଜିତ ସିଧାସଳଖ ଭାବେ ପୀୟୂଷ ଗୋୟଲଙ୍କ ନାମ ନ ଉଠାଇ କହିଛନ୍ତି ଯେ, ତତ୍କାଳୀନ ଅର୍ଥମନ୍ତ୍ରୀଙ୍କ ସହ ତାଙ୍କର ମତଭେଦ ରହିଥିଲା। ସେହି ସମୟରେ ଆସିଥିବା ଦେବାଳିଆ ଆଇନରେ ବିଭିନ୍ନ ଦିଗକୁ ନେଇ ସରକାରଙ୍କ ସହ ତାଙ୍କର ପଡି ନ ଥିଲା। ସେହି ଆଇନରେ ରହିଥିବା ବିଭିନ୍ନ ତ୍ରୁଟି ସମ୍ପର୍କରେ ଉର୍ଜିତ ସରକାରଙ୍କୁ କହିବାରୁ ରୋଷର ଶିକାର ହୋଇଥିବା କୁହାଯାଇଛି। ଉର୍ଜିତ ଏହି ପ୍ରସଙ୍ଗକୁ ତାଙ୍କ ନୂଆ ପୁସ୍ତକ ଓଭର ଡ୍ରାଫ୍ଟ ସେଭିଂ ଦି ଇଣ୍ଡିଆନ ସେଭର ପୁସ୍ତକରେ ଉଲ୍ଲେଖ କରିଛନ୍ତି। ପୁସ୍ତକରେ ସେ ପୀୟୂଷଙ୍କ ନାମକୁ ସିଧାସଳଖ ଉଲ୍ଲେଖ କରି ନ ଥିଲେ ମଧ୍ୟ ୨୦୧୮ର ମଧ୍ୟଭାଗରେ ସେ ଯେଉଁ ସମୟର କଥା କହୁଛନ୍ତି ସେହି ସମୟରେ ପୀୟୂଷ ଗୋୟଲଙ୍କୁ କିଛି ସମୟ ଲାଗି ଅର୍ଥମନ୍ତ୍ରୀ ଦାୟିତ୍ୱ ଭାର ପ୍ରଦାନ କରାଯାଇଥିଲା। ମେ ୨୦୧୮ ଠାରୁ ଅଗଷ୍ଟ ୨୦୧୮ ମଧ୍ୟରେ ଗୋୟଲ ଦାୟିତ୍ୱରେ ରହିଥିଲେ। ପୁସ୍ତକରେ ଗୋୟଲଙ୍କୁ ଉର୍ଜିତ ଟାର୍ଗେଟ କରିଥିବା ନଜରରେ ଆସିଛି। ଦେବାଳିଆ ଆଇନରେ ଆସିଥିବା ସର୍କୁଲାରକୁ ପରିବର୍ତ୍ତନ କରିବା ତଥା କୋହଳ କରିବା ଲାଗି ଗୋୟଲ କହିଥିଲେ। ସେ ମିଡିଆ ଆଗରେ କହିଥିଲେ ଯେ, ୯୦ ଦିନ ପରେ ମଧ୍ୟ କୌଣସି ଋଣକୁ ଏନ୍‌ପିଏ କୁହାଯାଇପାରିବ ନାହିଁ। ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ନେତୃତ୍ୱରେ ଦେବାଳିଆ ଆଇନକୁ ସରକାର ଆଗକୁ ବଢାଇଥିଲେ। ହେଲେ ତାଙ୍କର ସ୍ବାସ୍ଥ୍ୟ ଖରାପ ହେବା ପରେ ଗୋୟଲଙ୍କୁ କିଛି ସମୟ ଅର୍ଥମନ୍ତ୍ରୀ ଦାୟିତ୍ୱରେ ରହିବାକୁ ପଡିଥିଲା। ନିଜ କାର୍ଯ୍ୟକାଳ ଶେଷ ହେବାର ଆଠ ମାସ ଆଗରୁ ଉର୍ଜିତ ଇସ୍ତଫା ଦେଇଥିଲେ। ଉର୍ଜିତଙ୍କ କାର୍ଯ୍ୟକାଳ ସମୟରେ ଆସିଥିବା ନୋଟ୍‌ବନ୍ଦୀ ସମ୍ପର୍କରେ ତାଙ୍କ ନୂଆ ପୁସ୍ତକରେ କୌଣସି ଉଲ୍ଲେଖ ନାହିଁ। ସେହିଭଳି ଏଲ୍‌ଆଇସି ଦ୍ୱାରା ଆଇଡିବିଆଇ ବ୍ୟାଙ୍କ କ୍ରୟ ବିରୋଧରେ ମଧ୍ୟ ଉର୍ଜିତ ରହିଥିଲେ ବୋଲି ପୁସ୍ତକରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏହି ୫ ସହରରେ ମିଳିବ ୩୫ ଟଙ୍କା କିଲୋରେ ପିଆଜ

ନୂଆଦିଲ୍ଲୀ,୨୫।୮: ପର୍ବପର୍ବାଣୀ ଋତୁ ଆସୁଥିବା ବେଳେ ଦେଶରେ ବଢ଼ୁଥିବା ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ନିଜର ବଫର ଷ୍ଟକ୍‌କୁ ପିଆଜ ବଜାରକୁ ଛାଡ଼ିବା ଆରମ୍ଭ…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri