ମାତ୍ର ଏତିକି ଟଙ୍କାରେ ଶିଶୁକନ୍ୟାକୁ ବିକ୍ରି କରିଦେଲେ ମା’ ବାପା, ଘଟଣାକୁ ନେଇ…

ଟିଟିଲାଗଡ୨୭।୭(ଶରତ ମିଶ୍ର): ବୁଝିଲେନି ସମ୍ପର୍କ। ୨୦ ହଜାରରେ ଶିଶୁ କନ୍ୟାଙ୍କୁ ବିକ୍ରି କରିଦେଲେ ମା’ବାପା। ଏଭଳି ଘଟଣା ଟିଟିଲାଗଡ ବ୍ଲକର ବାଗଡେର ଗାଁରେ ଦେଖିବାକୁ ମିଳିଛି। ଏକ ଦମ୍ପତ୍ତି ନିଜ ଶିଶୁ କନ୍ୟାକୁ ୨୦ ହଜାର ଟଙ୍କା ରେ ବିକ୍ରି କରିଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନାନୁସାରେ, ବାଗଡେର ଗାଁର ନୀଳ ରଣାଙ୍କ ପ୍ରଥମ ସ୍ତ୍ରୀରୁ ୩ଟି ଶିଶୁ କନ୍ୟା ଥିଲା। ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ପ୍ରଥମ ସ୍ତ୍ରୀ ନୀଳ ରଣାଙ୍କୁ ଛାଡି ମା ଘରକୁ ପଳାଇ ଯାଇଥିଲେ । ଏହାପରେ ନୀଳ ୨ୟ ବିବାହ କରିବା ପରେ ୨ୟ ସ୍ତ୍ରୀଙ୍କ ମଧ୍ୟ ପ୍ରଥମ ଝିଅ ହୋଇଥିଲା ଓ ପରେ ୨ୟ ଝିଅ ହେବା ପରେ ୨ୟ ଝିଅକୁ ୨୦ ହଜାର ଟଙ୍କାରେ ୁ ବିକ୍ରି କରିଥିବା ନୀଳ ରଣା ଓ ପତ୍ନୀ କନକ ରଣା ସ୍ବୀକାର କରିଛି । ନୀଳ ରଣା ଓ କନକ ରଣା ଏକ ଗରିବ ପରବାର ଶ୍ରେଣୀର ହୋଇଥିବାରୁ ବର୍ଷର ଅଧିକାଂଶ ସମୟ ଦାଦନ ଖଟି ଯାଇଥାନ୍ତି। କନକ ଗର୍ଭବତୀ ହେବା ପରେ ଟିଟିଲାଗଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଶିଶୁ କନ୍ୟାଟି ଜନ୍ମ ହୋଇଥିଲା। ହସ୍ପିଟାଲରୁ ନବଜାତ ଶିଶୁ କନ୍ୟା ଓ କନକ ଘରକୁ ଆସିବା ପରେ ୭ ଦିନ ମଧ୍ୟରେ ପାଇକମାଲର ଏକ ଗାଁର ଦମ୍ପତ୍ତିକୁ ୨୦ ହଜାର ଟଙ୍କାରେ ବିକ୍ରି କରିଥିବା ନୀଳ ଓ କନକ ସ୍ବୀକାର କରିଛନ୍ତି ।

ଗରିବ ଶ୍ରେଣୀର ଲୋକଙ୍କୁ ସହାୟତା ପାଇଁ ସରକାରଙ୍କ ପାଖରେ ଅନେକ ଯୋଜନା ହେଲେ ଏହି ସମସ୍ତ ଯୋଜନାରୁ ବାଦ୍‌ ପଡିଛନ୍ତି ଏହି ଗରିବ ପରିବାର। ଭଙ୍ଗା ଦଦରା ଘରେ ରହିବା ଅସମ୍ଭବ । ଏପରିକି ରାଶନ ମିଳୁନଥିବାରୁ ଏମାନେ ଅନେକ କଷ୍ଟରେ ଚଳୁଛନ୍ତି। ସରକାରର ସମସ୍ତ ଯୋଜନାରୁ ବାଦ ପଡିଥିବା ସହିତ ଅତି ଗରିବ ହୋଇଥିବାରୁ ଶିଶୁ କନ୍ୟାକୁ ବିକ୍ରି କରିଥିବା କହିଛନ୍ତି ଏହି ଦମ୍ପତ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ମାଗଣାରେ ରୋଗୀଙ୍କୁ ମେଡିକାଲ ନେବାକୁ ନିଆରା ପ୍ରୟାସ: ଅଟୋ ଶୁଭାରମ୍ଭ କଲେ ବିଡିଓ

ବିଷମକଟକ,୩୧।୧ (ପ୍ରସନ୍ନ କୁମାର ପଣ୍ଡା) : ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତରେ ରୋଗୀ ସେବା ଯୋଗାଇଦେବାକ ଏକ ଛୋଟ ପ୍ରୟାସ କରାଯାଇଛି।…

ନଳିନୀ ବିଦ୍ୟା ମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ: ଜଣେ ଛାତ୍ରୀ ମୃତ, ୪୦ ଗୁରୁତର

ବିଷମ କଟକ, ୩୧।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଚାଟିକଣା ପଞ୍ଚାୟତରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳନିତ ନଳିନୀ ବିଦ୍ୟାମନ୍ଦିରର ହଷ୍ଟେଲରେ ଶୁକ୍ରବାରଠାରୁ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍‌ରେ…

ଦାରିଙ୍ଗବାଡି, ୩୧।୧ (ଅରୁଣ ସାହୁ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଟିଏ। ଏଠାକୁ ବୁଲି ଆସିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ପୁଣି…

ଅନାସ୍ଥା ପରେ ଖାଲି ପଡ଼ିଥିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ: ଉପାଧ୍ୟକ୍ଷ ବିଶ୍ୱନାଥଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଗୁଣପୁର,୩୧।୧(ସଂକେତ ପାତ୍ର)- ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଲକ୍ଷ୍ମୀ ଶବରଙ୍କ ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ ଗତ ୨୨ତାରିଖର ରଦ୍ଦ ହୋଇଥିଲା। ଏହାପରେ…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

ଅବସର ନେଲେ ରାଜେନ୍ଦ୍ର କୁମାର, କେଏସୟୁବିର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ କୁମୁନ୍ଦ ମହାପାତ୍ର

ଭଞ୍ଜନଗର,୩୧।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷ ପଦବୀରୁ ଶନିବାର ଅବସର ନେଇଛନ୍ତି। ଏନେଇ ସନ୍ଧ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri