ପୁରୀ,୨୧ା୬(ଅଜିତ କୁମାର ମହାନ୍ତି): ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ରବିବାର ଦେଖିବାକୁ ମିଳିଛି। ଘର ଭିତରୁ ପୋଲିସ ଦମ୍ପତିଙ୍କ ମୃତଦେହ ଜବତ କରିଛି । ମୃତ ଦମ୍ପତି ହେଲେ ସେନାପତି ବଗିଚା ଅଞ୍ଚଳରେ ରହୁଥିବା ଅନାମ କୁମାର ମିଶ୍ର ଓ ତାଙ୍କ ସ୍ତ୍ରୀ ସଂଗୀତା। ଦୁଇଜଣ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୋଲିସ ଝୁଲନ୍ତା ଅବସ୍ଥାରେ ଉଭୟଙ୍କ ମୃତଦେହକୁ ଘର ମଧ୍ୟରୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତେବେ ନିଶାଖୋର ପୁଅ ପାଇଁ ଅତିଷ୍ଠ ହୋଇ ଉଭୟ ସ୍ତ୍ରୀ-ସ୍ବାମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଅପରପକ୍ଷରେ ପୋଲିସ ନିଶାଖୋର ପୁଅକୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।