ଏହି ଅଭିନେତା ପ୍ରଥମରୁ କରିଥିଲେ Shefali Jariwalaଙ୍କ ମୃତ୍ୟୁର ଭବିଷ୍ୟବାଣୀ, Video ଭାଇରାଲ ପରେ…

ମୁମ୍ବାଇ: ଟେଲିଭିଜନ ତଥା ବଲିଉଡର ଖ୍ୟାତନାମା ଅଭିନେତ୍ରୀ ଶେଫାଳୀ ଜରିଓ୍ବାଲାଙ୍କ ମୃତ୍ୟୁ ଖବରକୁ ଏଯାଏ ଗ୍ରହଣ କରିପାରୁନାହାନ୍ତି ପ୍ରଶଂସକ। ମାତ୍ର ୪୨ ବର୍ଷ ବୟସରେ ହୃଦଘାତରେ ଚାଲିଯାଇଛି ତାଙ୍କ ଜୀବନ। ତାଙ୍କର ଆକସ୍ମିକ ନିଧନ ଦିନଯାକ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏକ ଭିଡ଼ିଓ ଭାଇରାଲ ହେଉଛି। ଭିଡିଓରେ ଜଣେ ଅଭିନେତା ତାଙ୍କ ମୃତ୍ୟୁକୁ ନେଇ ଭବିଷ୍ୟବାଣୀ କରିଥିବା ଦେଖାଯାଉଛି। ସେ ଶେଫାଳୀଙ୍କ ସହ ପ୍ରତିଯୋଗୀ ଭାବେ ବିଗ୍‌ବସ୍‌ ୧୩ରେ ନଜର ଆସିଥିଲେ।

କିଛିଦିନ ପୂର୍ବେ ଶେଫାଳୀ ଟେଲି ଅଭିନେତା ପାରସ ଛାବଡ଼ାଙ୍କ ପୋଡକାଷ୍ଟରେ ଭାଗ ନେଇଥିଲେ। ଏଥିରେ ଶେଫାଳୀ ନିଜ ଜୀବନର ଅନେକ ରହସ୍ୟ ଉପରୁ ପରଦା ହଟାଇଥିଲେ। ଏହି ସମୟରେ ପାରସ ଶେଫାଳୀଙ୍କୁ କୁଣ୍ଡଳୀ ଦେଖିଥିଲେ। ସେହି ସଭୟରେ ତାଙ୍କ ମୃତ୍ୟୁକୁ ନେଇ ଭବିଷ୍ୟବାଣୀ କରିଥିଲେ। ଏବେ ତାହା ସତ ହେବା ପରେ ଭିଡିଓଟି ବେଶ ଭାଇରାଲ ହେଉଛି।

ଶେଫାଲିଙ୍କ ସହ କଥାବାର୍ତ୍ତା ସମୟରେ ପାରସ କହିଥିଲେ- ’ମୁଁ ତୁମର କୁଣ୍ଡଳୀ ଦେଖିଲି। ଚନ୍ଦ୍ର, କେତୁ ଏବଂ ବୁଧ ସମସ୍ତେ ତୁମର ଭୂମି ଘରେ ବସିଛନ୍ତି। ତେଣୁ ଚନ୍ଦ୍ର ଏବଂ କେତୁର ମିଶ୍ରଣ ବହୁତ ବିପଦପୂର୍ଣ୍ଣ। ପୃଥିବୀ ଘର ସର୍ବଦା ଧ୍ୱଂସର କାରଣ। ହଠାତ ମୃତ୍ୟୁ ଘଟେ।’

 

View this post on Instagram

 

A post shared by The OG (@bigdaddyyyyy3)

ଶେଫାଲିଙ୍କ ମୃତ୍ୟୁ ପରେ, ପୋଲିସ ତଦନ୍ତରେ ଅନେକ ନୂତନ ଖୁଲାସା ହୋଇଛି। ସେ ବାର୍ଦ୍ଧକ୍ୟ ପ୍ରତିରୋଧ ପାଇଁ ଭିଟାମିନ ଏବଂ ଔଷଧ ଖାଉଥିଲେ। ଜୁନ ୨୭ ତାରିଖରେ ଘରେ ପୂଜା ହେଉଥିଲା, ଯେଉଁଥିପାଇଁ ଶେଫାଳୀ ଉପବାସ ରଖିଥିଲେ। କିନ୍ତୁ ସେ ବାର୍ଦ୍ଧକ୍ୟ ପ୍ରତିରୋଧୀ ଔଷଧ ମଧ୍ୟ ଖାଇଥିଲେ। ପୋଲିସ ଅନୁସାରେ, ରାତି ପ୍ରାୟ ୧୦ ରୁ ୧୧ ଟା ସମୟରେ ହଠାତ ତାଙ୍କ ଶରୀର ଥରିବାକୁ ଲାଗିଲା ଏବଂ ସେ ତଳେ ପଡ଼ିଗଲେ। ଏହା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ଯେତେବେଳେ ଶେଫାଲିଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା, ସେତେବେଳେ ସେ ତାଙ୍କ ସ୍ବାମୀ ପରାଗ ଏବଂ ତାଙ୍କ ମାଆଙ୍କ ସହିତ ଘରେ ଥିଲେ। ଏହା ବ୍ୟତୀତ ସେଠାରେ ଅନ୍ୟ କିଛି ଲୋକ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri