ଏହି ଅଭିନେତା ପ୍ରଥମରୁ କରିଥିଲେ Shefali Jariwalaଙ୍କ ମୃତ୍ୟୁର ଭବିଷ୍ୟବାଣୀ, Video ଭାଇରାଲ ପରେ…

ମୁମ୍ବାଇ: ଟେଲିଭିଜନ ତଥା ବଲିଉଡର ଖ୍ୟାତନାମା ଅଭିନେତ୍ରୀ ଶେଫାଳୀ ଜରିଓ୍ବାଲାଙ୍କ ମୃତ୍ୟୁ ଖବରକୁ ଏଯାଏ ଗ୍ରହଣ କରିପାରୁନାହାନ୍ତି ପ୍ରଶଂସକ। ମାତ୍ର ୪୨ ବର୍ଷ ବୟସରେ ହୃଦଘାତରେ ଚାଲିଯାଇଛି ତାଙ୍କ ଜୀବନ। ତାଙ୍କର ଆକସ୍ମିକ ନିଧନ ଦିନଯାକ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏକ ଭିଡ଼ିଓ ଭାଇରାଲ ହେଉଛି। ଭିଡିଓରେ ଜଣେ ଅଭିନେତା ତାଙ୍କ ମୃତ୍ୟୁକୁ ନେଇ ଭବିଷ୍ୟବାଣୀ କରିଥିବା ଦେଖାଯାଉଛି। ସେ ଶେଫାଳୀଙ୍କ ସହ ପ୍ରତିଯୋଗୀ ଭାବେ ବିଗ୍‌ବସ୍‌ ୧୩ରେ ନଜର ଆସିଥିଲେ।

କିଛିଦିନ ପୂର୍ବେ ଶେଫାଳୀ ଟେଲି ଅଭିନେତା ପାରସ ଛାବଡ଼ାଙ୍କ ପୋଡକାଷ୍ଟରେ ଭାଗ ନେଇଥିଲେ। ଏଥିରେ ଶେଫାଳୀ ନିଜ ଜୀବନର ଅନେକ ରହସ୍ୟ ଉପରୁ ପରଦା ହଟାଇଥିଲେ। ଏହି ସମୟରେ ପାରସ ଶେଫାଳୀଙ୍କୁ କୁଣ୍ଡଳୀ ଦେଖିଥିଲେ। ସେହି ସଭୟରେ ତାଙ୍କ ମୃତ୍ୟୁକୁ ନେଇ ଭବିଷ୍ୟବାଣୀ କରିଥିଲେ। ଏବେ ତାହା ସତ ହେବା ପରେ ଭିଡିଓଟି ବେଶ ଭାଇରାଲ ହେଉଛି।

ଶେଫାଲିଙ୍କ ସହ କଥାବାର୍ତ୍ତା ସମୟରେ ପାରସ କହିଥିଲେ- ’ମୁଁ ତୁମର କୁଣ୍ଡଳୀ ଦେଖିଲି। ଚନ୍ଦ୍ର, କେତୁ ଏବଂ ବୁଧ ସମସ୍ତେ ତୁମର ଭୂମି ଘରେ ବସିଛନ୍ତି। ତେଣୁ ଚନ୍ଦ୍ର ଏବଂ କେତୁର ମିଶ୍ରଣ ବହୁତ ବିପଦପୂର୍ଣ୍ଣ। ପୃଥିବୀ ଘର ସର୍ବଦା ଧ୍ୱଂସର କାରଣ। ହଠାତ ମୃତ୍ୟୁ ଘଟେ।’

 

View this post on Instagram

 

A post shared by The OG (@bigdaddyyyyy3)

ଶେଫାଲିଙ୍କ ମୃତ୍ୟୁ ପରେ, ପୋଲିସ ତଦନ୍ତରେ ଅନେକ ନୂତନ ଖୁଲାସା ହୋଇଛି। ସେ ବାର୍ଦ୍ଧକ୍ୟ ପ୍ରତିରୋଧ ପାଇଁ ଭିଟାମିନ ଏବଂ ଔଷଧ ଖାଉଥିଲେ। ଜୁନ ୨୭ ତାରିଖରେ ଘରେ ପୂଜା ହେଉଥିଲା, ଯେଉଁଥିପାଇଁ ଶେଫାଳୀ ଉପବାସ ରଖିଥିଲେ। କିନ୍ତୁ ସେ ବାର୍ଦ୍ଧକ୍ୟ ପ୍ରତିରୋଧୀ ଔଷଧ ମଧ୍ୟ ଖାଇଥିଲେ। ପୋଲିସ ଅନୁସାରେ, ରାତି ପ୍ରାୟ ୧୦ ରୁ ୧୧ ଟା ସମୟରେ ହଠାତ ତାଙ୍କ ଶରୀର ଥରିବାକୁ ଲାଗିଲା ଏବଂ ସେ ତଳେ ପଡ଼ିଗଲେ। ଏହା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ଯେତେବେଳେ ଶେଫାଲିଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା, ସେତେବେଳେ ସେ ତାଙ୍କ ସ୍ବାମୀ ପରାଗ ଏବଂ ତାଙ୍କ ମାଆଙ୍କ ସହିତ ଘରେ ଥିଲେ। ଏହା ବ୍ୟତୀତ ସେଠାରେ ଅନ୍ୟ କିଛି ଲୋକ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

୨୦୨୬ରେ ବନ୍ଦ ହୋଇଯିବ ଏସବୁ ସରକାରୀ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୭।୧୨: କେନ୍ଦ୍ର ସରକାର ଏବେ ସାର୍ୱଜନୀନ କ୍ଷେତ୍ର ବ୍ୟାଙ୍କ (PSU ବ୍ୟାଙ୍କ)ର ପ୍ରତିଛବି ଏବଂ ଭାଗ୍ୟ ଉଭୟକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରିପୋର୍ଟ ଅନୁଯାୟୀ,...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri