
ମୁମ୍ବାଇ: ଟେଲିଭିଜନ ତଥା ବଲିଉଡର ଖ୍ୟାତନାମା ଅଭିନେତ୍ରୀ ଶେଫାଳୀ ଜରିଓ୍ବାଲାଙ୍କ ମୃତ୍ୟୁ ଖବରକୁ ଏଯାଏ ଗ୍ରହଣ କରିପାରୁନାହାନ୍ତି ପ୍ରଶଂସକ। ମାତ୍ର ୪୨ ବର୍ଷ ବୟସରେ ହୃଦଘାତରେ ଚାଲିଯାଇଛି ତାଙ୍କ ଜୀବନ। ତାଙ୍କର ଆକସ୍ମିକ ନିଧନ ଦିନଯାକ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏକ ଭିଡ଼ିଓ ଭାଇରାଲ ହେଉଛି। ଭିଡିଓରେ ଜଣେ ଅଭିନେତା ତାଙ୍କ ମୃତ୍ୟୁକୁ ନେଇ ଭବିଷ୍ୟବାଣୀ କରିଥିବା ଦେଖାଯାଉଛି। ସେ ଶେଫାଳୀଙ୍କ ସହ ପ୍ରତିଯୋଗୀ ଭାବେ ବିଗ୍ବସ୍ ୧୩ରେ ନଜର ଆସିଥିଲେ।
କିଛିଦିନ ପୂର୍ବେ ଶେଫାଳୀ ଟେଲି ଅଭିନେତା ପାରସ ଛାବଡ଼ାଙ୍କ ପୋଡକାଷ୍ଟରେ ଭାଗ ନେଇଥିଲେ। ଏଥିରେ ଶେଫାଳୀ ନିଜ ଜୀବନର ଅନେକ ରହସ୍ୟ ଉପରୁ ପରଦା ହଟାଇଥିଲେ। ଏହି ସମୟରେ ପାରସ ଶେଫାଳୀଙ୍କୁ କୁଣ୍ଡଳୀ ଦେଖିଥିଲେ। ସେହି ସଭୟରେ ତାଙ୍କ ମୃତ୍ୟୁକୁ ନେଇ ଭବିଷ୍ୟବାଣୀ କରିଥିଲେ। ଏବେ ତାହା ସତ ହେବା ପରେ ଭିଡିଓଟି ବେଶ ଭାଇରାଲ ହେଉଛି।
ଶେଫାଲିଙ୍କ ସହ କଥାବାର୍ତ୍ତା ସମୟରେ ପାରସ କହିଥିଲେ- ’ମୁଁ ତୁମର କୁଣ୍ଡଳୀ ଦେଖିଲି। ଚନ୍ଦ୍ର, କେତୁ ଏବଂ ବୁଧ ସମସ୍ତେ ତୁମର ଭୂମି ଘରେ ବସିଛନ୍ତି। ତେଣୁ ଚନ୍ଦ୍ର ଏବଂ କେତୁର ମିଶ୍ରଣ ବହୁତ ବିପଦପୂର୍ଣ୍ଣ। ପୃଥିବୀ ଘର ସର୍ବଦା ଧ୍ୱଂସର କାରଣ। ହଠାତ ମୃତ୍ୟୁ ଘଟେ।’
View this post on Instagram
ଶେଫାଲିଙ୍କ ମୃତ୍ୟୁ ପରେ, ପୋଲିସ ତଦନ୍ତରେ ଅନେକ ନୂତନ ଖୁଲାସା ହୋଇଛି। ସେ ବାର୍ଦ୍ଧକ୍ୟ ପ୍ରତିରୋଧ ପାଇଁ ଭିଟାମିନ ଏବଂ ଔଷଧ ଖାଉଥିଲେ। ଜୁନ ୨୭ ତାରିଖରେ ଘରେ ପୂଜା ହେଉଥିଲା, ଯେଉଁଥିପାଇଁ ଶେଫାଳୀ ଉପବାସ ରଖିଥିଲେ। କିନ୍ତୁ ସେ ବାର୍ଦ୍ଧକ୍ୟ ପ୍ରତିରୋଧୀ ଔଷଧ ମଧ୍ୟ ଖାଇଥିଲେ। ପୋଲିସ ଅନୁସାରେ, ରାତି ପ୍ରାୟ ୧୦ ରୁ ୧୧ ଟା ସମୟରେ ହଠାତ ତାଙ୍କ ଶରୀର ଥରିବାକୁ ଲାଗିଲା ଏବଂ ସେ ତଳେ ପଡ଼ିଗଲେ। ଏହା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ଯେତେବେଳେ ଶେଫାଲିଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା, ସେତେବେଳେ ସେ ତାଙ୍କ ସ୍ବାମୀ ପରାଗ ଏବଂ ତାଙ୍କ ମାଆଙ୍କ ସହିତ ଘରେ ଥିଲେ। ଏହା ବ୍ୟତୀତ ସେଠାରେ ଅନ୍ୟ କିଛି ଲୋକ ମଧ୍ୟ ଉପସ୍ଥିତ ଥିଲେ।