ଲୋକଙ୍କ ସ୍ବାର୍ଥରେ ବିଧାନସଭାରେ ୨ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଲେ ପାରଳାଖେମୁଣ୍ଡି ବିଧାୟକ

ଗଜପତି,୨୦।୩ (ଗିରିଧାରୀ ପରିଛା):ବିଧାନସଭା ବର୍ତ୍ତମାନ ଚାଲିଥିବା ବେଳେ ପ୍ରଶ୍ନ ଉତ୍ତର କାଳରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଲୋକଙ୍କ ସ୍ବାର୍ଥରେ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି ଏବଂ ତାହାର ଜବାବ ବି ମାଗିଛନ୍ତି । ସେ ପ୍ରଥମ ପ୍ରଶ୍ନ ଖାଉଟି ଓ ଯୋଗାଣ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ, ରାଜ୍ୟରେ ଅନେକ ହିତାଧିକାରୀ ବର୍ତ୍ତମାନ ରାସନ କାର୍ଡ ପାଇବାରୁ ବଞ୍ଚିତ ଅଛନ୍ତି। ଅନେକ ହିତାଧିକାରୀ ନିଜ କାର୍ଡ ପାଇବା ପାଇଁ ପୋର୍ଟାଲ ମାଧ୍ୟମରେ ଆବେଦନ ମଧ୍ୟ କରିଛନ୍ତି । ତେବେ ସେମାନେ ନିଜ କାର୍ଡ଼ କେମିତି ପାଇପାରିବେ ଓ କେବେ ପାଇବେ ବୋଲି ପ୍ରଶ୍ନ କରିଥିଲେ। ଜବାବରେ ଯୋଗାଣ ଓ ଖାଉଟି ସୁରକ୍ଷା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ରାଜ୍ୟରେ ରାସନ କାର୍ଡର ସଂଶୋଧନ ପରେ ନୂତନ ଭାବେ ପୋର୍ଟାଲ ମାଧ୍ୟମରେ ୧୩,୭୭,୬୭୫ ଜଣ ନୂତନ କାର୍ଡ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଧା ୬,୮୦,୬୭୫ ପ୍ରଶାସନ ଦ୍ୱାରା ତର୍ଜମା ହୋଇ ହିତାଧିକାରୀଙ୍କ ତାଲିକା ସରକାରଙ୍କ ହସ୍ତଗତ ହୋଇଛି ଏବଂ ସମସ୍ତ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଆବେଦନ କାରୀଙ୍କ ବାସ୍ତବିକ ସ୍ଥିତିକୁ ପରଖି ରିପୋର୍ଟ ଦେବାପାଇଁ ନିର୍ଦେଶ ଦିଆଯାଇଛି । ଖାଦ୍ୟସୁରକ୍ଷା ଆଇନ ରୂଲ ୨୦୨୦ ଅନୁସାରେ ୧୧ଟି ସ୍ବତଃ ଆନ୍ତର୍ଭୂକ୍ତ ପ୍ରଣାଳୀ ଓ ୧୦ ଅନ୍ୟ ଛାଡ କରିବା ପ୍ରକ୍ରିୟା ରୂଲ ଅନୁସାରେ ବଳକା ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ଯଥାଶୀଘ୍ର ହିତାଧିକାରୀଙ୍କ କାର୍ଡ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି ।

ଏହି ପ୍ରଶ୍ନକାଳ ସମୟରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର କୃଷକଙ୍କ ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ୟ ଏକ ପ୍ରଶ୍ନ କରିଛନ୍ତି। ଜିଲାର କାଶୀନାଗର ବ୍ଲକରେ ୨ଟି ଜଳ ଉତ୍ସ ରହିଛି। ଗୋଟିଏ ବାଇଝାଲ ଓ ଅନ୍ୟଟି କାଶୀନାଗର ନିକଟସ୍ତ ପୁଲିଗୁମି ନାଳ। ୨ଟି ନାଳର ପାଣି ବ୍ୟବହାର ନହୋଇ ଶେଷରେ ବଂଶଧାରା ନଦୀରେ ମିଶି ଲୋକଙ୍କ ବ୍ୟବହାରରେ ଲାଗିପାରୁନାହିଁ ସେଥିପାଇଁ ଆନିକଟ କିମ୍ବା କେନାଲର ସୁବିନିଯୋଗ ପାଇଁ କୌଣସି ଯୋଜନା ପ୍ରସ୍ତୁତ କରାଯାଇଛି କି ବୋଲି ପ୍ରଶ୍ନ କରିଥିଲେ
ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ବାଇଝାଲ ଏବଂ ପୁଲିଗୁମି ନାଳ ଉପରେ ଜଳ ସେଚନ ବିଭାଗ ପକ୍ଷରୁ ଏହି ଦୁଇଟି ନାଳ ଉପରେ କୌଣସି ପ୍ରକଳ୍ପ ନିର୍ମାଣ ପାଇଁ ରଦ କରାଯାଇଛି। ତେଣୁ କାଶୀନଗର ବ୍ଲକର ଉପାପଦର ଗ୍ରାମ ନିକଟରେ ବଡ ନାଳ ଉପରେ ଗୋଟିଏ ଚେକ ଡ୍ୟାମ ର୍ନିମାଣ ପାଇଁ ୮୬ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି ଏବଂ ବାଇ ଝାଲ ନାଳ ଉପରେ ଅନ୍ୟ ଏକ ପ୍ରକଳ୍ପ ର୍ନିମାଣ ପାଇଁ ୮୮.୦୯ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଯଥାଶୀଘ୍ର ଏହି ଦୁଇଟି ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ସାରି କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri