ନାବାଳକ ଛାତ୍ର ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା: ମୋବାଇଲ ପାଇଁ…

ବରଗଡ଼, ୨୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ ପଣ୍ଡରିତରାଇ ଜଙ୍ଗଲ ଭିତରୁ ଗତ ସୋମବାର ନାବାଳକ ଛାତ୍ର ସମୀର ପ୍ରଧାନ(୧୪) ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ ହୋଇଛି। ଏକ ମୋବାଇଲ ପାଇଁ ତାଙ୍କ ନାବାଳକ ସହପାଠୀ ସମୀରଙ୍କୁ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି। ପୋଲିସ ଗୁରୁବାର ଅଭିଯୁକ୍ତ ନାବାଳକଙ୍କୁ ନିଜ ହେପାଜତକୁ ନେଇ ବାଳସୁଧାର ଗୃହକୁ ପଠାଇଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ନାବାଳକ ଅଭିଯୁକ୍ତ ରବିବାର ନିଜର ବାଲ୍ୟବନ୍ଧୁ ସମୀରଙ୍କୁ ବୁଲିବା ପାଇଁ ଡ଼ାକି ନେଇଥିଲେ। ସମୀର ମଧ୍ୟ ପ୍ରିୟ ସାଙ୍ଗ ଡାକିବାରୁ ମୋବାଇଲ ଏବଂ ସାଇକେଲ ଧରି ସାଙ୍ଗେ ସାଙ୍ଗେ ବାହାରି ପଡ଼ିଥିଲେ । ଉଭୟେ ସ୍କୁଲ ପଡ଼ିଆରେ କିଛି ସମୟ କ୍ରିକେଟ ଖେଲିଥିଲେ । ଏହା ପରେ ଅଭିଯୁକ୍ତ ନାବାଳକ ତାଙ୍କ ସହପାଠୀ ସମୀରଙ୍କୁ କୁ ଜଙ୍ଗଲ ପଟକୁ ଯିବାପାଇଁ ଡାକିଥିଲେ । ନିଛାଟିଆ ସ୍ଥାନରେ ସମୀର ପରିସ୍ରା କରୁଥିବା ସମୟରେ ଅଭିଯୁକ୍ତ ନାବାଳକାବହୁତ୍ ଜୋରରେ ତାଙ୍କ ଉପରକୁ ପଥର ଫିଙ୍ଗିଥିଲେ । ଯାହାକି ସମୀରର ପେଟରେ ବାଜିଥିଲା ଏବଂ ରକ୍ତସ୍ରାବ ହୋଇଥିଲା । ଯଦ୍ୱାରା ସେ ସେହି ସ୍ଥାନରେ ବସି ପଡ଼ିଥିଲେ। ଏହାପରେ ଅଭିଯୁକ୍ତ ନାବାଳକ ପୁଣି ସମୀରଙ୍କ ଆଖି ପାଖରେ ପଥର ଛେଚିଥିଲେ। ଏହାସହିତ ନୃଶଂସ ଭାବରେ ପଥରରେ ସମୀରର ମୁଣ୍ଡକୁ ଛେଚି ଦେଇ ଅଭିଯୁକ୍ତ ନାବାଳକ ଘଟଣାସ୍ଥଳରୁ ସମୀରଙ୍କ ମୋବାଇଲ ନେଇ ଚମ୍ପଟ ମାରିଥିଲେ ବୋଲି ନାବାଳକ ଅଭିଯୁକ୍ତ ଜେରା ସମୟରେ ସ୍ବୀକାର କରିଥିବା ପୋଲିସ କହିଛି।

କନକବିରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଅଭିଯୁକ୍ତ ଏବଂ ମୃତ ନାବାଳକ ନବମ ଶ୍ରେଣୀରେ ପଢୁଥିଲେ। ତେବେ ସମୀର ପାଇଁ ତାଙ୍କବାପା ଏକ ମୋବାଇଲ ଫୋନ କିଣି ଦେଇଥିଲେ। ସେ ସେହି ଫୋନ ଯୋଗେ ଫ୍ରି ଫାୟର ଗେମ ଖେଳୁଥିବା ବେଳେ ସାଙ୍ଗମାନେ ଦେଖୁଥିଲେ। ସାଙ୍ଗମାନେ ମାଗିଲେ ମଧ୍ୟ ସେ ସେହି ମୋବାଇଲ କାହାରିକୁ ଦେଉ ନଥିଲେ। ଅଭିଯୁକ୍ତ ନାବାଳକ ମଧ୍ୟ ବାରମ୍ବାର ଫୋନ ମାଗିଲେ ସମୀର ଦେଉ ନ ଥିବାରୁ ତାଙ୍କ ମନରେ ଆଘାତ ଲାଗିଥିଲା ଏବଂ ସେ କଳେବଳେ କୌଶଳେ ସେହି ମୋବାଇଲକୁ ହାତେଇବାକୁ ଉଦ୍ୟମ କରୁଥିଲେ ଏବଂ ସେହି ଉଦ୍ଦେଶ୍ୟରେ ସମୀରଙ୍କୁ ଡାକି ନେଇ ସେ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି। ଗୁରୁବାର ଉକ୍ତ ମୋବାଇଲକୁ ଗ୍ରାମରେ ଥିବା ପୁଷ୍କରିଣୀ ନିକଟରୁ ଉଦ୍ଧାର କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ଆତଙ୍କବାଦୀଙ୍କୁ ‘ସ୍ୱାଧୀନତା ସଂଗ୍ରାମୀ’ କହିଲେ ପାକିସ୍ତାନ ଉପ-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୫।୪: ପହଲଗାମରେ ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଇଶାକ ଦାର ‘ସ୍ୱାଧୀନତା ସଂଗ୍ରାମୀ’ ବୋଲି ସମ୍ବୋଧନ କରି ଏକ ବିବାଦୀୟ ମନ୍ତବ୍ୟ...

୨୦୨୬ ସୁଦ୍ଧା ଓଡ଼ିଶାର ପ୍ରତ୍ୟେକ ଗାଁକୁ ପିଇବା ପାଣି ପହଞ୍ଚାଇବା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର, ୨୫।୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର କହିଛନ୍ତି ଯେ ତାଙ୍କ ସରକାର ୨୦୨୬ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗାଁକୁ ପିଇବା ପାଣି ଯୋଗାଇ...

ଆକ୍ରମଣ ପଛରେ କେନ୍ଦ୍ରର ହାତ କହି ବିଧାୟକ ଗିରଫ

ଗୁଆହାଟୀ,୨୫।୪:ପୁଲଓ୍ବାମା ଏବଂ ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ପଛରେ ସରକାରଙ୍କ ଷଡ଼ଯନ୍ତ୍ର ରହିଥିବା ମନ୍ତବ୍ୟ ଦେଇ ଆସାମର ଏଆଇୟୁଡିଏଫ୍‌ ବିଧାୟକ ଅମିନୁଲ ଇସ୍‌ଲାମ ଗିରଫ ହୋଇଛନ୍ତି। ଉଭୟ...

ଗାଁ ଝାଙ୍କର, ପୂଜାରୀଙ୍କୁ ଆଦିବାସୀ ସଂଘର ସମ୍ବର୍ଦ୍ଧନା

କର୍ଲାମୁଣ୍ଡା,୨୫ା୪(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ଆଦିବାସୀ ସଂଘ ପକ୍ଷରୁ ଜନସମ୍ପର୍କ ଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଂଘ ସଭାପତି...

ପାକିସ୍ତାନ ସହ ଖେଳିବ ନାହିଁ କି ଭାରତ: ପହଲଗାମ ଆକ୍ରମଣ ପରେ ICCକୁ ଚିଠି ଲେଖିଲା BCCI

ନୂଆଦିଲ୍ଲୀ,୨୫।୪: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତୀୟ କ୍ରିକେଟ ଦଳ ଆଉ ପାକିସ୍ତାନ ସହିତ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳିବ ନାହିଁ। ଉଭୟ ଦଳ...

ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ଘର ଉଡ଼ାଇ ଦେଲେ ସୁରକ୍ଷା ବାହିନୀ

ଶ୍ରୀନଗର,୨୫।୪: ପହଲଗାମ ଆକ୍ରମଣ ପରେ ଭାରତୀୟ ସେନା ସର୍ଚ୍ଚ ଅପରେଶନକୁ ଜୋରଦାର କରିଛି। ଏନଆଇଏ ମଧ୍ୟ ଜମ୍ମୁ ଏବଂ କାଶ୍ମୀର ପୋଲିସ ସହିତ ମିଶି ଆକ୍ରମଣର...

ଭାଜପାର ୨ ଗୋଷ୍ଠୀ ମଧ୍ୟରେ ମାରପିଟ: ପଞ୍ଚାୟତିରାଜ ଦିବସ ପାଳନ ବେଳେ ଗଣ୍ଡଗୋଳ

ବାସୁଦେବପୁର,୨୫।୪(ନାରାୟଣ ପ୍ରସାଦ ବାରିକ୍‌):ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ପୂର୍ବାହ୍ନରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ସହ ରାଶନ କାର୍ଡ ବଣ୍ଟନ କରାଯାଇଛି।...

ଗରମ, ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୨୫ା୪(ଉତ୍ତମ କୁମାର ଦାଶ):ବଣପାହାଡ ଘେରା କଳାହାଣ୍ଡି ଜିଲାରେ ପାରଦ ଏବେ ଉପରମୁହାଁ। ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ସହରର ତାପମାତ୍ରା ଏବେ ୪୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri